୫ ଜିଲ୍ଲାରେ ୮.୩୦ ଲକ୍ଷ ଲୋକଙ୍କୁ ମିଳିବ ବିଶୁଦ୍ଧ ପାନୀୟ ଜଳ

Spread the love

ଭୁବନେଶ୍ୱର, ୨୨/୧୧ (ସନ୍ଧାନ ନିଉଜ) : ବସୁଧା,ଓଡିଶା ମିନେରାଲ ବିୟରିଂ ଏରିଆ ଡେଭ୍ଲପମେଣ୍ଟ କର୍ପୋରେଶନ ଏବଂ ଜାତୀୟ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଯୋଜନାରେ ୫ ଜିଲ୍ଲାର ଗ୍ରାମାଞ୍ଚଳରେ ବସବାସ କରୁଥିବା ୮,୩୦,୩୯୧ ଲୋକଙ୍କୁ ରାଜ୍ୟ ସରକାର ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ନିଷ୍ପତି ନେଇଛନ୍ତି । ଏହି ପକଳ୍ପ ଗୁଡିକ ପାଇଁ ଚୁଡାନ୍ତ ହୋଇଥିବା ୧୩୨୪,୮୩ କୋଟି ଟଙ୍କାର ଟେଣ୍ଡରକୁ ସୋମବାର ରାଜ୍ୟ କ୍ୟାବିନେଟ୍ ମୋହର ମାରିଛି । ଭୂତଳ ଜଳ ଖଣି ଦ୍ୱାରା ପ୍ରଭାବିତ ହେଉଥିବା ଯାଜପୁର,କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ୩ଟି ବ୍ଲକ ଅନ୍ତର୍ଗତ ୩୮୪ଟି ଗ୍ରାମକୁ ୪ଟି ପାନିୟ ଜଳ ପ୍ରକଳ୍ପ ମାଧ୍ୟମରେ ପାନିୟ ଜଳ ଯୋଗାଇ ଦିଆଯିବ । ୩ଟି ବ୍ଲକ ଅଧିନରେ ଥିବା ୬୩ଟି ପଂଚାୟତର ୩୮୪ଟି ଗ୍ରାମରେ ବାସ କରୁଥିବା ୩,୨୦,୫୮୪ ଜଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ । ଏହା ଦ୍ୱାରା ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ଅଧିନରେ ଥିବା ୨୦ଟି ପଂଚାୟତରେ ୭୧ଟି ଗ୍ରାମର ୧,୦୧,୦୬୮,କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକ ଅନ୍ତର୍ଗତ ୨୯ ପଂଚାୟତ ଅଧିନରେ ଥିବା ୨୦୦ ଗ୍ରାମର ୧,୨୬,୬୩୩ ଓ ମୟୂରଭଞ୍ଜ ଜିଲ୍ଳାର କୁସୁମି ବ୍ଲକ ଅନ୍ତର୍ଗତ ୧୪ ପଂଚାୟତରେ ୧୧୩ ଗ୍ରାମର ୯୨,୮୮୩ ଜନସାଧାରଣ ଉପକୃତ ହୋଇପାରିବେ । ଉକ୍ତ ୪ଟି ପ୍ରକଳ୍ପ ପାଇଁ ୬୪୧ କୋଟି ୫୩ ଲକ୍ଷ ଟଙ୍କାର ଟେଣ୍ଡରକୁ ଅନୁମୋଦନ କରାଯାଇଛି । ଉକ୍ତ ପ୍ରକଳ୍ପ କାର୍ଯ୍ୟ ୨ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସେହିପରି ବସୁଦା ଯୋଜନାରେ ଢେଙ୍କାନାଳ ଜିଲ୍ଲର ୨ଟି ଜଳ ଯୋଗାଣ ପ୍ରକଳ୍ପ ପାଇଁ ଡକାଯାଇଥିବା ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ କରିଛି । ଏହି ୨ଟି ପ୍ରକଳ୍ପ ଦ୍ୱାରା ଜିଲ୍ଲୀର ୨ଟି ବ୍ଲକ ଅଧୀନରେ ଥିବା ୬୩ଟି ପଂଚାୟତ ଅନ୍ତର୍ଗତ ୩୧୭ଟି ଗ୍ରାମର ୩,୧୭,୯୧୪ ଲୋକଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ । ଏଥିପାଇଁ ୩୪୯,୩୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସେହିପରି ଜାତୀୟ ଗ୍ରାମିଣ ପାନୀୟ ଜଳ ଯୋଗାଣ ପ୍ରକଳ୍ପ(ଏନ୍ଆର୍ଡିଡବ୍ୟ୍ଲୁପି)ଯୋଜନାରେ ଦେବଗଡ ଜିଲ୍ଲାର ୨ଟି ବ୍ଲକ ଅଧିନରେଥିବା ୩୮ଟି ଗ୍ରାମ ପଂଚାୟତର ୪୩୨ଟି ଗ୍ରାମରେ ରହୁଥିବା ୧,୯୧,୮୯୩ ଜଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ । ବାରକୋଟ ବ୍ଲକ ଅନ୍ତର୍ଗତ ୨୧୬ ଗ୍ରାମର ୯୧,୬୬୮ ଜଣ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ।ଏଥିପାଇଁ ୩୩୩ କୋଟି ୮୮ ଲକ୍ଷ ଟଙ୍କାର ଟେଣ୍ଡର ପ୍ରସ୍ତାବକୁ ଅନୁମୋଦନ କରିଛି ।

Related Posts

About The Author

Add Comment