୫ ଜଣ ଓଏଏସ ଅଫିସରଙ୍କୁ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ଦାୟିତ୍ୱ

Spread the love

ଭୁବନେଶ୍ୱର, ୨୧ /୦୧/୨୦୨୦ (ସନ୍ଧାନ ନିଉଜ): ରାଜ୍ୟରେ ଥିବା ୫ଟି ବିଶ୍ୱବିଦ୍ୟାଳୟ ପାଇଁ ଆଜି ରାଜ୍ୟ ସରକାର ୫ ଜଣ ଓଏଏ, ସ ଅଫିସରଙ୍କୁ ରେଜିଷ୍ଟ୍ରାର ଦାୟିତ୍ୱ ଦେଇଛନ୍ତି। ୟୁନିଭରସିଟି ଅଫ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି (ଓୟୁଏଟି)ର ରେଜିଷ୍ଟ୍ରାର ଦାୟିତ୍ୱ ଓଏଏସ ଅଧିକାରୀ ଲୋପାମୁଦ୍ରା ମହାନ୍ତିଙ୍କୁ ଦିଆଯାଇଛି। ଲୋପାମୁଦ୍ରା ବର୍ତ୍ତମାନ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟରେ ପ୍ରଶାସନିକ ଅଧିକାରୀ ଅଛନ୍ତି। ସେହିପରି ଉଚ୍ଚ ଶିକ୍ଷା ବିଭାଗର ଯୁଗ୍ମ ସଚିବ ଥିବା ଶ୍ୟାମଳୀ ମହାପାତ୍ରଙ୍କୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଦାୟିତ୍ୱ ଦିଆଯାଇଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଦାୟିତ୍ୱ ନୂଆପଡା ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଥିବା ସୀତାରାମ ପଟେଲଙ୍କୁ ଦିଆଯାଇଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସହଦେଵ ସମଧୀଆଙ୍କୁ ମୟୁରଭଞ୍ଜର ବାରିପଦାରେ ଥିବା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଦାୟିତ୍ୱ ଦିଆଯାଇଛି।  

Related Posts

About The Author

Add Comment