ବାରିପଦା, ୩୦/୧୨/୨୦୨୦(ସନ୍ଧାନ ନିଉଜ୍ /ଲିଙ୍ଗରାଜ ପଣ୍ଡା):ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଲିସ ୫ କିଲୋ ଓଜନର ଏକ ଲ୍ୟାଣ୍ଡମାଇନ ଉଦ୍ଧାର କରିଛି।ଯବାନଙ୍କୁ ଟାର୍ଗେଟ କରିବା ପାଇଁ ନକ୍ସଲ ଏହି ଲ୍ୟାଣ୍ଡମାଇନ ଖଞ୍ଜିଥିଲେ। ସୂଚନା ଅନୁଯାୟୀ ବାସାଗୁଡା ଥାନା ଅଂଚଳର ତରେମ ଠାରୁ ସିଗର ମଧ୍ୟରେ ନିର୍ମାଣ ହେଉଥିବା ରାସ୍ତାକୁ ଯବାନ ସୁରକ୍ଷା ଦେବା ପାଇଁ ପଇଁତରା ମାରୁଥିଲେ। ଚେହେ ପଟେଲପାରା ନିକଟରେ ନକ୍ସଲ ମାଟି ତଳେ ୫ କିଲୋ ଓଜନର ଏକ ଲ୍ୟାଣ୍ଡମାଇନ ପୋତିଥିବା ଯବାନ ସନ୍ଧାନ ପାଇଥିଲେ ତୁରନ୍ତ ବୋମା ନିଷ୍କ୍ରିୟ ଦଳ ସେଠାରେ ପହଞ୍ଚି ଲ୍ୟାଣ୍ଡମାଇନକୁ ଉଦ୍ଧାର କରିବା ସହ ନିଷ୍କ୍ରିୟ କରିଥିଲେ। ତେବେ ଏକ ବଡ ଧରଣର ଅଘଟଣରୁ ଯବାନ ବଗଲେ ବୋଲି କୁହାଯାଇଛି। ସେହି ଅଂଚଳକୁ ଯବାନ ଘେରିବା ସହ ସର୍ଚ୍ଚ ଅପରେସନ ଆହୁରି ଜୋରଦାର କରିଥିବା ପୁଲିସ୍ କହିଛି।
୫ କିଲୋ ଓଜନର ଲ୍ୟାଣ୍ଡମାଇନ ଉଦ୍ଧାର, ନକ୍ସଲ ହିଂସାକୁ ଅସଫଳ କଲେ ଯବାନ
|
December 30, 2020 |