ଜେନାପୁର/୧୧/୦୧/ସନ୍ଧାନ ନିଉଜ୍ (ପ୍ରଶାନ୍ତ ସାମଲ) ଚଣ୍ଡିଖୋଲ ଦୁବୁରି କବାଟବନ୍ଧ ବ୍ରାହ୍ମଣୀ ସେତୁରେ ଆଜି ଭୋର ୫:୩୦ ସଡ଼କ ଦୁର୍ଘଟଣାରେ ଜାରକା ସ୍ଥିତ ଦେଉଳି ଗ୍ରାମର ବାଦଲ ସ୍ୱାଇଁ ଏକ ଅଜଣା ଟ୍ରକ ଧକ୍କାରେ ପ୍ରାଣ ହରାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଆଜି ସକାଳୁ ସକାଳୁ ବାଦଳ ସ୍ୱାଇଁ ନିଜ କର୍ମ କ୍ଷେତ୍ର ଶିଳ୍ପନାଗରୀ କଳିଙ୍ଗ ନଗର ରୁ ନିଜ ବାଇକି ଯୋଗେ ଘରକୁ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି । ।
କିଛିଦିନ ବ୍ୟାନଧାନ ପରେ ପୁଣି ଗଡ଼ିଲା ମୁଣ୍ଡ ବେପରୁଆ ଗାଡି ଚାଳନା ଆଜି ପୁଣି ଜଣଙ୍କ ଜୀବନ ନେଇଗଲା । । କିଛିଦିନ ପୂର୍ବରୁ ୫୩ ନ ଜାତୀୟ ରାଜପଥର ଚିତ୍ର ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିବା ଯୋଗୁ ବାରମ୍ବାର ଦୁର୍ଘଟଣା ଘଟୁଛି ବୋଲି ସାଧାରଣରେ ଆଲୋଚନାର ବିଷୟ ପାଲଟି ଥିଲା ଏହା ପରେ ସ୍ଥାନୀୟ ସଚେତନ ନାଗରିକ ମଞ୍ଚ ଏବଂ ଗଣମାଧ୍ୟମ ଭାଇମାନଙ୍କ ମିଳିତ ଉଦ୍ୟମରେ ଜିଲ୍ଲା ପ୍ରଶାସନ ଙ୍କ ଅନୁମତି କ୍ରମେ ଏକ ମାସ ଧରି ଏହି ରାଜପଥ ଟିକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇ କାମ କରାଯିବା ଫଳରେ ଏବେ ଏହାର ଚିତ୍ର ବଦଳିଯାଇଛି, କିନ୍ତୁ ଏବେ ପ୍ରଶ୍ନ ଉଠୁଛି ଗାଡ଼ି ଚାଲକଙ୍କର ବେପରୁଆ ଗାଡ଼ି ଚାଳନା ,ନିଶା ସେବନ, ରାତି ଅନିଦ୍ରା ହୋଇ ଗାଡ଼ି ଚଳାଇବା ଫଳରେ ଏମିତି ଦୁର୍ଘଟଣା ଘଟୁଛି । ତୁରନ୍ତ ଏହି ସେତୁରେ ଗତି ନିୟନ୍ତ୍ରଣ ରୋକିବା ପାଇଁ ହମ୍ସ୍,କ୍ୟାମେରା ଆଲୋକିତ କରିବାକୁ ଅଞ୍ଚଳ ବାସୀଙ୍କ ଦାବ।।
୫୩ ନମ୍ୱର ଜାତୀୟ ରାଜପଥ ବ୍ରାହ୍ମଣୀ ସେତୁରେ,ସରିଲା କାମ ଗଡ଼ିଲା ମୁଣ୍ଡ , ଗତିନୀୟତ୍ରଣ ଓ କ୍ୟାମେରା ଲଗାଇବାକୁ ସାଧାରଣରେ ଦାବି,
|
January 11, 2023 |