୫୩ ନମ୍ବର ଜାତୀୟ ରାଜପଥ ଦୋହରୀକରଣ କାର୍ଯ୍ୟ ତଦାରଖ କଲେ ଉଚ୍ଚ କର୍ତ୍ୟୁପକ୍ଷ

Spread the love

ଚଣ୍ଡିଖୋଲ,୦୮/୦୭ (ସନ୍ଧାନ ନିୟୁଜ) ଚଣ୍ଡିଖୋଲରୁ ଡ଼ୁବୁରୀ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଦୋହରୀକରଣ କାର୍ଯ୍ୟ ଏବେ ଚାଲୁଅଛି ମାତ୍ର କାର୍ଯ୍ୟ ନେଇଥିବା ଠିକାଦାର ଅତି ମନ୍ଥର ଗତିରେ ଓ ନିମ୍ନ ମାନର କାର୍ଯ୍ୟକୁ ନେଇ ସ୍ଥାନୀୟ ଜନସାଧରଣ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଅମର ନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ.ଅମର ନାୟକଙ୍କ ଅନୁରୋଧ କ୍ରମେ ଆଜି ଜାତୀୟ ରାଜପଥ ଢେଙ୍କାନାଳ ଡିଭିଜନର ପ୍ରକଳ୍ପ ନିର୍ଦେଶକ ଏ ଶ୍ରୀନିବାସ ରାଓ,ବୈଷୟିକ ସେବାର ଟିମ ଲିଡର ଆରପି ଚୌଧୁରୀ,ଜୟନ୍ତ ମହାନ୍ତି ଓ ଠିକା କାମ ନେଇଥିବା ଏମ.ସ ଇଞ୍ଜି ନିଅରିଂର ପ୍ରକଳ୍ପ ଇଞ୍ଜିନିଅର ପ୍ରିୟବ୍ରତ ପଣ୍ଡା କାର୍ଯ୍ୟହେଉଥିବା ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ.ଅଗଷ୍ଟ ମାସ ଶେଷସୁଦ୍ଧା ଡାକବଙ୍ଗଳା ଛକରେ ନିର୍ମାଣଧୀନ ଫ୍ଲାଏଓଭର ପୋଲକୁ ଶୀଘ୍ର ସାରିବାକୁ ଉଚ୍ଚ କର୍ତ୍ୟୁପକ୍ଷ ନିର୍ଦେଶ ଦେଇଥିଲେ.ସେହିପରି ବର୍ଷାଦିନ ଥିବାରୁ ଜାତୀୟରାଜପଥରେ ଥିବା ବିଭିନ୍ନ ଖାଲ ଖମାକୁ ତୁରନ୍ତ ପୂରଣ କରିବାକୁ ମଧ୍ୟ ନିର୍ଦେଶ ଦେଇଥିଲେ.କିଛି ସ୍ଥାନରେ ନିମ୍ନ ମାନର କାର୍ଯ୍ୟନେଇ ବିଜେପି ନେତା ଅମର ନାୟକ ଅଭିଯୋଗ କରିଥିଲେ.ବିଜେପି ନେତାଙ୍କ ସହ ପୂର୍ବତନ ସମିତି ସଭ୍ୟ ପ୍ରିତମ ନାୟକ ଚଣ୍ଡିଖୋଲ ବାଇପାସରେ ଥିବା ବିଭିନ୍ନ ଗାଢ଼ ଗୁଡିକୁ ଶୀଘ୍ର ମରାମତି କରିବାକୁ ଅନୁରୋଧ କରିଥିଲେ.

Related Posts

About The Author

Add Comment