୫୩ନଂ ରାଜପଥର ବ୍ରାହ୍ମଣୀ ସେତୁରେ ପୁଣି ଦୁର୍ଘଟଣା ଅଳ୍ପକେ ବର୍ତିଲେ ଚାଳକ

Spread the love

କବାଟବନ୍ଧ,  ୧୧/୧୨ (ସନ୍ଧାନ ନିୟୁଜ୍/ପ୍ରଶାନ୍ତ ସାମଲ) ଚଣ୍ଡିଖୋଲ-ଡୁବୁରୀ ୫୩ ନଂ ଜାତୀୟ ରାଜପଥରେ ପୁଣି ଦୁର୍ଘଟଣା । ଗତକାଲି ରାତି ୯:୪୫ ଘଟିକା ସମୟରେ ଏକ ଆଇରନ ବୋଝେଇ ଡ୍ରମ୍ଫର ନଂ(ଓ ଆର ୦୪ ସି ୪୪୨୨) ପାରାଦ୍ୱୀପ ଅଭିମୁଖେ ଯାଉଥିବା ସମୟରେ କବାଟବନ୍ଧ ନିକଟସ୍ଥ ବ୍ରାହ୍ମଣୀ ସେତୁ ଉପରେ ଦୁର୍ଘଟଣା ଘଟି ପୋଲର ଫୁଟଫାତ ଉପରେ ଚଢ଼ି ଝୁଲିକି ରହିଛି । ଯାହାଫଳରେ ନିଶ୍ଚିତ ମୃତ୍ୟମୁଖରୁ ଅଳ୍ପକେ ବର୍ତ୍ତିଛନ୍ତି ଡ୍ରାଇଭର । ସୂଚନା ଅନୁଯାୟୀ ଉକ୍ତ ଡ୍ରାଇଭର ଜଣକ ପ୍ରଚୁର ମଦ୍ୟପାନ କରି ଏଭଳି ଘଟଣା ଘଟାଇ ଫେରାର ହୋଇଯାଉଥିବା ବେଳେ ସ୍ଥାନୀୟ ଲୋକମାନେ ତାଙ୍କୁ ଧରି  ଜେନାପୁର ପୋଲିସ କୁ ଖବର ଦେଇଥିଲେ। ସୂଚନା ପାଇ ଜେନାପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭରକୁ ଥାନାକୁ ନେଇଥିବା ବେଳେ ଡ୍ରମ୍ଫର ଟିକୁ ଜବତ କରିଛି । ଦୁର୍ଘଟଣା ଫଳରେ ଟ୍ରାଫିକ ସମସ୍ୟା ଉପୁଜିଥିଲା, ସଚେତନ ନାଗରିକ ମଞ୍ଚ ର ସଦସ୍ୟ, ସ୍ଥାନୀୟ ଜନସାଧାରଣ ଓ ପୋଲିସ ପକ୍ଷରୁ ଟ୍ରାଫିକ ଜାମ ହଟାଯାଇଥିଲା । ଉକ୍ତ ରାଜପଥ ଟି ଅଣଓସାରିଆ ସାଙ୍ଗକୁ ଖାଲଖମାରେ ପରିପୂର୍ଣ୍ଣ ସହ ମଦ୍ୟପ ଚାଳକଙ୍କ ବେପରୁଆ ଗାଡିଚାଳନା ପାଇଁ ଉକ୍ତ ରାସ୍ତାରେ ପ୍ରତିଦିନ ଦୁର୍ଘଟଣା ଘଟୁଥିବା ସହ କିଛି ନିରୀହ ଜୀବନ ହାନି ହେଉଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।

Related Posts

About The Author

Add Comment