୫୧ଲକ୍ଷ ଟଙ୍କାରେ ବିକ୍ରି ହେଲା ମଇଁଷି!

Spread the love

ନୂଆଦିଲ୍ଲୀ, ୧୬/୦୩ (ସନ୍ଧାନ ନିୟୁଜ/ମାନସ ରାଉତ): ମଇଁଷିର ଦାମ ୫୧ଲକ୍ଷ ଟଙ୍କା। କ୍ଷୀର ଦେବାରେ ବିଶ୍ୱ ରେକର୍ଡ କରିଥିବା ଏହି ମଇଁଷିକୁ ମାଲିକ ସୁଖବୀର ଚୋରି ହୋଇଯିବା ଭୟରେ ବିକ୍ରି କରି ଦେଇଛନ୍ତି। ଅଧିକ କ୍ଷୀର ଦେଉଥିବାରୁ ସରସ୍ଵତୀ ନାମକ ଏହି ମଇଁଷି ଚର୍ଚ୍ଚାକୁ ଆସିଥିଲା। ଯେତେବେଳେ ସେ ୩୩.୧୩୧ କିଲୋଗ୍ରାମ୍‌ କ୍ଷୀର ଦେଇ ସରସ୍ଵତୀ ବିଶ୍ୱ ରେକର୍ଡ କରିଥିଲା। ସେତେବେଳେ ପାକିସ୍ତାନର ଏକ ମଇଁଷି ଦେଉଥିଲା ୩୨,୦୫୦ କିଲୋଗ୍ରାମ୍‌ କ୍ଷୀର। ତେଣୁ ପ୍ରତିଯୋଗିତାରେ ସରସ୍ଵତୀ ଅଧିକାର କରିଥିଲା ପ୍ରଥମସ୍ଥାନ। ଆଉ ସରସ୍ଵତୀର ମାଲିକ ସୁଖବୀରଙ୍କୁ ଏଥିପାଇଁ ୧ଲକ୍ଷ ଟଙ୍କାର ପୁରସ୍କାର ମିଳିଥିଲା।

ରିପୋର୍ଟ ଆନୁଯାୟୀ ପାଖାପାଖି ଚାରିବର୍ଷ ପୂର୍ବେ ଚାଷୀ ସୁଖବୀର ସ୍ୱରସ୍ୱତୀକୁ ବରବଲାର ଖୋଖା ଗ୍ରାମର ଜଣେ ଚାଷୀଙ୍କ ଠାରୁ କିଣିଥିଲେ। ସ୍ୱରସ୍ୱତୀର କ୍ଷୀର ବିକ୍ରିକରି ସୁଖବୀର ମାସକୁ ରୋଜଗାର କରୁଥିଲେ ଲକ୍ଷାଧିକ ଟଙ୍କା। ଚୋରି ହୋଇଯିବାର ଭୟରେ ସୁଖବୀର ସ୍ୱରସ୍ୱତୀକୁ ବିକିବାକୁ ନିଷ୍ପତ୍ତି ନେଲେ। ଏଥିପାଇଁ ଏକ ସମାରୋହ ଆୟୋଜନ କରାଯାଇ ଚାଷୀମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସାମିଲ ହୋଇଥିଲେ ରାଜସ୍ଥାନ, ଉତ୍ତରପ୍ରଦେଶ, ପଞ୍ଜାବରୁ ପାଖାପାଖି ୭୦୦ଜଣ ଚାଷୀ। ସ୍ୱରସ୍ୱତୀକୁ ନେବାପାଇଁ ସବୁଠାରୁ ଅଧିକ ଦାମ ଡ଼ାକିଥିବା ଲୁଧିୟାନାରେ ଚାଷୀ ପବିତ୍ର ସିଂହ ୫୧ଲକ୍ଷ ଟଙ୍କା ଦେଇ ସ୍ୱରସ୍ୱତୀକୁ କିଣି ନେଇଥିଲେ।

Related Posts

About The Author

Add Comment