୫୦ ଲକ୍ଷ ଟଙ୍କା ସହାୟତା ରାଶିରେ ସାମିଲ ହେଲେ ସରପଞ୍ଚ

Spread the love
ଭୁବନେଶ୍ୱର, ୧୫/୦୫/୨୦ (ସନ୍ଧାନ ନିଉଜ) : ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି। ଗ୍ରାମପଞ୍ଚାୟତରେ ସଂଗରୋଧ କେନ୍ଦ୍ର ପରିଚାଳନା କରୁଥିବାରୁ ସରପଞ୍ଚମାନଙ୍କୁ ୫୦ ଲକ୍ଷ ଟଙ୍କା ସହାୟତା ରାଶିରେ ଅନ୍ତର୍ଭୁକ୍ତ କରିଛନ୍ତି। ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି ସରପଞ୍ଚମାନେ ତୃଣମୂଳ ସ୍ତରରେ ମହତ୍ତ୍ୱପୂର୍ଣ୍ଣ କାମ କରୁଛନ୍ତି। ସଙ୍ଗରୋଧ କେନ୍ଦ୍ର ପରିଚାଳନାରେ ଉତ୍ସର୍ଗୀକୃତ କାମ କରୁଥିବାରୁ ସରପଞ୍ଚମାନେ ମଧ୍ୟ ଆଗ ଧାଡ଼ିର କୋଭିଡ୍‌‌ ଯୋଦ୍ଧା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Related Posts

About The Author

Add Comment