୫୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

Spread the love

ଭଦ୍ରକ, 11.02.2021 (ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା):-  ଭଦ୍ରକରେ ଜବତ ହେଲା ୫୦୦ ଗ୍ରାମରୁ ଅଧିକ ବ୍ରାଉନସୁଗାର। ଯାହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷରୁ ଅଧିକ ହେବ। ୨ ମହିଳାଙ୍କ ସମେତ ୭ ନିଶା ବେପାରୀ ଗିରଫ। ମିଳିଥିବା ସୂଚନା ଅନୁସାରେ ବାଇକ୍ ଯୋଗେ ଜଳେଶ୍ବରରୁ ବ୍ରାଉନସୁଗାର ଆସୁଥିଲା। ହତିଆରଧାରୀ ଏମାନଙ୍କୁ ସହଯୋଗ କରୁଥିଲେ। ପୂର୍ବ ଯୋଜନା ମୁତାବକ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଜାତୀୟ ରାଜପଥରେ ଜାଲ ବିଛାଇ ଥିଲା। ବାଇକ ନମ୍ବରଗୁଡିକୁ ଟ୍ରାକ କରି ଜାତୀୟ ରାଜପଥରେ ନିଶାବେପାରୀଙ୍କୁ ମାଡି ବସିଲା ପୋଲିସ। ଛାନ୍‌ଭିନ୍ ପରେ ବ୍ରାଉନ ସୁଗାର ଚାଲାଣ କରୁଥିବା ମୁଖ୍ୟ ବେପାରୀର ଘରୁ ବାହାରିଲା ଲାଲ ପୁଡିଆରେ ବନ୍ଧା ଥିଲା ବ୍ରାଉନ ସୁଗାର।  ନିଶା ବେପାରୀଙ୍କୁ ଗିରଫ କରି ପୋଲିସ ଛାନ୍‌ଭିନ୍ ଆରମ୍ଭ କରିଛି। ନିଶା କାରବାର ଚେର କେତେ ବାଟ ଲମ୍ବିଛି, ତାହାର ଖୋଳତାଡ଼ ଜାରି ରଖିଛି ପୋଲିସ।   ଏହି ୭ ନିଶା ବେପାରୀ ଗ୍ୟାଙ୍ଗ କରି ବ୍ରାଉନସୁଗାର ଚାଲାଣ ଚଳାଇଥିଲେ। ଦୀର୍ଘଦିନ ହେବ ଏହି ଗ୍ୟାଙ୍ଗକୁ ଧରିବାକୁ ପୋଲିସ ଛାଲ ବିଛାଇଥିଲା। ତେବେ ମୁଖ୍ୟ ଅଭିଯୁକ୍ତ ସତୁରା ଜଳେଶ୍ଵର ଅଞ୍ଚଳରୁ ବ୍ରାଉନ ସୁଗାର ଆଣୁଥିବା ନେଇ ପୋଲିସ ଖବର ପାଇଥିଲା। ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଣୀତାଲ ନିକଟରେ ସତୁରାକୁ ବାଇକରେ ଏସ୍କାର୍ଟ କରୁଥିବା ବେଳେ ମାଡି ବସିଥିଲା ସ୍ଵତନ୍ତ୍ର ଟିମ୍‌।

Related Posts

About The Author

Add Comment