୫୦ କୋଟି ଲୋକ ସ୍ମାର୍ଟଫୋନ୍‌ ବ୍ୟବହାର କରୁଛନ୍ତି

Spread the love

ନୂଆଦିଲ୍ଲୀ ୦୪/୦୨(ସନ୍ଧାନ ନିଉଜ ) : ଦେଶରେ ରହୁଥିବା ୧୩୦ କୋଟି ଲୋକଙ୍କ ମଧ୍ୟରୁ ୫୦ କୋଟିରୁ ଅଧିକ ଲୋକ ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି। ୨୦୧୮ ତୁଳନାରେ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ସଂଖ୍ୟା ୧୫ ପ୍ରତିଶତ ବଢିଛି। ଇଣ୍ଟରନେଟ ବ୍ୟବହାର କରୁଛନ୍ତି ଦେଶର ୭୭ ପ୍ରତିଶତ ଲୋକ। ମାର୍କେଟ ରିସର୍ଚ୍ଚ ଫାର୍ମ ଏଆରସି ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ ଏହା ଦର୍ଶଯାଇଛି।

ରିପୋର୍ଟ ଅନୁଯାୟୀ ୨୦୧୯ ଡିସେମ୍ବର ମାସ ସୁଦ୍ଧା ଭାରତର ୫୦୨.୨ ନିୟୁତ ବା ୫୦ କୋଟିରୁ ଅଧିକ ଲୋକଙ୍କ ପାଖରେ ସ୍ମାର୍ଟଫୋନ ରହିଛି। ୭୭ ପ୍ରତିଶତ ଭାରତୀୟ ସ୍ମାର୍ଟଫୋନ ଜରିଆରେ ବ୍ୟବହାର କରୁଛନ୍ତି ଇଣ୍ଟରନେଟ। ୨୦୧୯ରେ ୩୪ ପ୍ରତିଶତ ଲୋକ ସାମସଙ୍ଗ ମୋବାଇଲ ଫୋନକୁ ନୂଆ କରି ବ୍ୟବହାର କରିବା ଆରମ୍ଭ କରିଥିବା ବେଳେ ୨୦ ପ୍ରତିଶତ ସାଓମି, ୧୧ ପ୍ରତିଶତ ଭିଭୋ ଓ ୯ ପ୍ରତିଶତ ଓପୋ ଫୋନ ବ୍ୟବହାର କରୁଛନ୍ତି। କିଛି ବର୍ଷ ହେଲା ଫିଚର ଫୋନରୁ ଲୋକମାନେ ସ୍ମାର୍ଟଫୋନକୁ ଯିବାକୁ କୁଣ୍ଠାବୋଧ ପ୍ରକାଶ କରୁଥିଲେ। ହେଲେ ଏବେ ଏହାର ଚାହିଦା ବଢ଼ିବାରେ ଲାଗିଛି ବୋଲି କୁହାଯାଇଛି।

Related Posts

About The Author

Add Comment