ନ୍ୟୁୟର୍କ, ୯/୪ (ସନ୍ଧାନ ନିୟୁଜ): ପାଖାପାଖି ୫୦ବର୍ଷ ପୂର୍ବେ ଯେତେବେଳେ ମନୁଷ୍ୟ ଚନ୍ଦ୍ରରେ ପାଦ ଦେଇଥିଲା ସେଠାରୁ ପଥର ଓ ମାଟି ବୈଜ୍ଞାନିକମାନେ ସାଥୀରେ ନେଇ ଆସିଥିଲେ। କିନ୍ତୁ ସେଠାରେ ସେମାନେ ଅନେକ କିଛି ଛାଡ଼ି ଚାଲି ଆସିଥିଲେ। ଏଥିରେ ନୀଲ୍ ଆମର୍ମଷ୍ଟ୍ରଙ୍ଗଙ୍କ ପାଦ ଚିହ୍ନ, ଏକ ଆମେରିକୀୟ ପତାକା ଓ ମନୁଷ୍ୟ ମଳ-ମୂତ୍ର ଭର୍ତ୍ତି ୯୬ଟି ବ୍ୟାଗ ରହିଥିଲା। ଏବେ ବୈଜ୍ଞାନିକମାନେ ଚନ୍ଦ୍ରକୁ ଯାଇ ୫ ଦଶକ ପୁରୁଣା ମନୁଷ୍ୟ ମଳ-ମୂତ୍ରକୁ ଫେରାଇ ଆଣିବାକୁ ଚାହୁଁଛନ୍ତି। ଏପରି କରିବାର କାରଣ ଜୀବନ ସନ୍ଧାନକୁ ଆହୁରି ଆଗକୁ ବଢ଼ଯାଇ ପାରିବ ବୋଲି ନାସା ସୂତ୍ରରୁ ପ୍ରକାଶ।
ଗତ ୫ ଦଶକ ମଧ୍ୟରେ ପାଖାପାଖି ୧୨ଜଣ ମହାକାଶଚାରୀ ଚନ୍ଦ୍ରରେ ପହଞ୍ଚିଥିଲେ ଏବଂ ସେଠାରେ ୯୬ଟି ବ୍ୟାଗକୁ ଛାଡ଼ି ଆସିଥିଲେ। ସେଥିରେ ସେମାନଙ୍କ ମଳ-ମୂତ୍ର ଓ ଅନ୍ୟ ସବୁ ଅଦରକାରୀ ଜିନିଷ ଥିଲା। ତେବେ ନାସା ମହାକାଶଚାରୀଙ୍କୁ ସେମାନଙ୍କ ମଳ-ମୂତ୍ର ଯେପରି ମହକାଶରେ ଛାଡ଼ିବାକୁ ନପଡେ, ସେନେଇ ଏକ ସ୍ୱତନ୍ତ୍ର ପୋଷାକ ବନାଇଥିଲା, ଯେଉଁଥିରେ ଡାଇପର ବି ଥିଲା।
କିନ୍ତୁ ମହାକାଶଚାରୀ ଏମିତି ପରିସ୍ଥିତି ପଡ଼ିଥିଲେ କି ସେମାନଙ୍କୁ ମଳ-ମୂତ୍ରକୁ ଚନ୍ଦ୍ରରେ ହିଁ ଛାଡିବାକୁ ପଡ଼ିଥିଲା। କାରଣ ଏହି ମିସନ୍କୁ ଏଭଳି ଭାବେ ଡିଜାଇନ୍ କରାଯାଇଥିଲା କି ସ୍ପେସ୍କ୍ରାପ୍ଟରେ ନିଶ୍ଚିତ ଓଜନ ହିଁ ରହିବା ଦରକାର ଥାଏ। ଓଜନ ସାମାନ୍ୟ ଅଧିକ ହୋଇଗଲେ ତାହା ସ୍ପେଶକ୍ରାପ୍ଟ ଓ ମହାକାଶଚାରୀଙ୍କ ଜୀବନ ଉପରେ ବିପଦ ଆଣିଥାଏ। ଏମିତିରେ ବି ସେମାନେ ନିଜ ସହିତ ଚନ୍ଦ୍ରରୁ ମାଟି ଓ ପଥର ବି ଆଣିଥିଲେ। ତେଣୁ ନିଜ ମଳ-ମୂତ୍ରକୁ ସେଠାରେ ହିଁ ଛାଡି ଆସିଥିଲେ।