ଯାଜପୁର ସଦର, ୨୩ା୦୮: ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଗସ୍ତକୁ ନେଇ ଯାଜପୁର ଜିଲ୍ଲା ପ୍ରଶାସନ ଚଳ ଚଞ୍ଚଳ ହୋଇଥିବା ଦେଖିବାକୁ ମିଳିଚି । ଘଟଣାରୁ ପ୍ରକାଶ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭିକେ ପାଣ୍ଡିଆନ ଯାଜପୁର ଜିଲ୍ଲା ଗସ୍ତକୁ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଚି । ୩୧ ତାରିଖରେ ୫ଟି ସଚିବ ଭିକେ ପାଣ୍ଡିଆନ ଯାଜପୁର ଗସ୍ତରେ ଆସୁଥିବାରୁ ବିଜୁ ଜନତା ଦଳର ବିଧାୟୀକା ମାନଙ୍କ ମଧ୍ୟରେ ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମ ମାନଙ୍କୁ ନେଇ ଆଗେଇ ଚାଲିଚି । ବିଶେଷକରି ମହିଳା ମିଶନ ଶକ୍ତିର ମା ମାନଙ୍କ ପାଇଁ ବ୍ୟବସ୍ଥା କରାଯାଇିଚ । ଏଠାରେ ସୂଚନା ଯୋଗ୍ୟ ଯେ, ଭିକେ ପାଣ୍ଡିଆନ ଯାଜପୁର ଜିଲ୍ଲା ବଡ଼ଚଣା ଗସ୍ତକରୁଥିବା ବେଳେ, ସେହପରି ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ହାଜିରମିଆ ହାଇସ୍କୁଲ ପଡ଼ିଆରେ ୫ଟି ସଚିବ ଯୋଗଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ଥୁତି କାର୍ଯ୍ୟ ଆଗେଇ ଚାଲିଚି । ରସୁଲପୁର ବିଡ଼ିଓ ଅବନିକାନ୍ତ ସାହୁ ସଚିବଙ୍କ ଗସ୍ତକୁ ନେଇ ହାଜିମିଆ ହାଇସ୍କୁଲ ପଡ଼ିଆରେ ଏକ ସଭାର ଆୟୋଜନ କରାଯିବା ଲାଗି ପ୍ରସ୍ତୁତି କାର୍ଯ୍ୟ ଚଲିଥିବା ବେଳେ, ବ୍ରହ୍ମବରଦା ସରପଂଚ, ଜିଲ୍ଲା ପରିଷଦଙ୍କ ତତ୍ୱାବଧାନରେ ସଚିବଙ୍କୁ ପାଛୋଟି ଆଣିବା ପାଇଁ ବିଜୁ ଜନତା ଦଳର କର୍ମକର୍ତ୍ତା ମାନେ ତତପର ହୋଇ ଉଠିଛନ୍ତି । ଯାହାକି ଜିଲ୍ଲା ପ୍ରଶାସନ ସଚିବଙ୍କ ଗସ୍ତକୁ ନେଇ ପ୍ରସ୍ତୁତି କାର୍ଯ୍ୟରେ ଲାଗିଚି । ଯାହାକି ପ୍ରଥମ କରି ୫ଟି ସଚିବ ଆସୁଥିବା ବେଲେ, ସଚିବଙ୍କ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଚି । ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂରାଠୋର ଏବଂ ଯାଜପୁର ଜିଲ୍ଲା ଏସପି ଭିନିଥ ଅଗ୍ରୱାଳ ତିକ୍ଷ୍ଣ ନଜର ରଖିଥିବା ବେଳେ, ସଚିବଙ୍କୁ ସ୍ୱାଗତ କରିବା ପାଇଁ ବିଭିନ୍ନ ଜାଗା ମାନଙ୍କରେ ହୋଡ଼ିଂ ଲାଗିଥିବା ଦେଖିବାକୁ ବିଭିନ୍ନ ଥାନା ଅଧିକାରୀ ମାନଙ୍କ ତତ୍ୱାବଧାନରେ କାର୍ଯ୍ୟକରାଯାଉଥିବା ବେଳେ, ସଚିବଙ୍କୁ ପାଛୋଟି ଆଣିବା ପାଇଁ କାର୍ଯ୍ୟକ୍ରମ ଆଗେଇ ଚାଲିଚି । ସେହିପରି ବ୍ରହ୍ମବରଦା କାର୍ଯ୍ୟକ୍ରମ ସାରି ସଚିବ ଯାଜପୁର ବାଳାଶ୍ରମ ପଡ଼ିଆରେ ଯୋଗଦେବାର ସୂଚନା ମିଳିଚି । ହଜାର ହଜାର ଜନ ସାଧାରଣଙ୍କ ଆଗମନକୁ ଆଖିଆଗରେ ରଖି ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଚି । ଏହି ସଭାରେ ମହିଳା ମିଶନ ଶକ୍ତି ବିପୁଳ ସଂଖ୍ୟାରେ ଯୋଗଦେବା ପାଇଁ ନିବେଦନ କରାଯାଇଚି । ବରୀ ନିର୍ବାଚନ ମଣ୍ଡଳୀର ବିଧାୟୀକା ସୁନନ୍ଦା ଦାସ, ଯବ ସାଙ୍ଗଠାନିକ ସଂମ୍ପାଦକ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଏବଂ ବିଜେଡ଼ି ସଭାପତି ସରୋଜ ମହାପାତ୍ର ବିଜୁ ଜନତା ଦଳର ବିଭିନ୍ନ ପଂଚାୟତର ସରପଂଚ ସମିତି ସଭ୍ୟ ଯୋଗଦେବା ଲାଗି ବିବେଦନ କରାଯାଇଚି । ୫ଟି ସଚିବ ଭିକେ ପାଣ୍ଡିଆନ ଆମ ଜିଲ୍ଲାକୁ ଆସୁଥିବାରୁ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ଏହି ଜିଲ୍ଲାରେ କରାଯିବ ବୋଲି ଜଣାଯାଇଚି ।@sandhannews
୫ଟି ସଚିବଙ୍କ ଯାଜପୁର ଗସ୍ତକୁ ନେଇ ପ୍ରଶାସନ ଚଳ ଚଞ୍ଚଳ
|
August 23, 2023 |
![](https://sandhannews.com/wp-content/uploads/2023/08/23-5T-Sachiba.jpeg)