୪ ନୂଆ କରୋନା ପଜିଟିଭଙ୍କ ମଧ୍ୟରୁ ୨ଜଣଙ୍କର ରହିଛି ନିଜାମୁଦ୍ଦିନ ଲିଙ୍କ୍

Spread the love
ଭୁବନେଶ୍ୱର,୧୨/୦୪ (ସନ୍ଧାନ ନିୟୁଜ): ରାଜ୍ୟରେ ଚିହ୍ନଟ ୪ ନୂଆ କରୋନା ପଜିଟିଭଙ୍କ ମଧ୍ୟରୁ ୨ଜଣଙ୍କର ରହିଛି ନିଜାମୁଦ୍ଦିନ ଲିଙ୍କ୍ । ୨ ଜଣ ଯାକ ସୁନ୍ଦରଗଡ଼ର।  ଆଜି ସେମାନଙ୍କ ସହ ମୋଟ ୫ ଜଣଙ୍କ ଗସ୍ତ ବିବରଣୀ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍‌ କରାଯାଇଛି। ଟ୍ୱିଟ୍‌ କରାଯିବା ପରେ ଏନେଇ ସ୍ପଷ୍ଟ ହୋଇଛି।  ୫୧ ନମ୍ବର ଆକ୍ରାନ୍ତ ସୁନ୍ଦରଗଡ଼ ବିଶ୍ରାର ଜଣେ ୬୭ ବର୍ଷୀୟ ବୃଦ୍ଧ। ସେ ମାର୍ଚ୍ଚ ୫ ତାରିଖରେ ରାଉରକେଲାରୁ ଉତ୍କଳ ଏକ୍ସପ୍ରେସରେ ବାହାରିଥିଲେ।୬ରୁ ୧୦ ତାରିଖ ଯାଏ ଦିଲ୍ଲୀରେ ରହିଥିଲେ ଓ ନିଜାମୁଦ୍ଦିନ ଯାଇଥିଲେ।  ୧୦ ତାରିଖରେ ନିଜାମୁଦ୍ଦିନରୁ ବିଳାସପୁର ସମ୍ପର୍କକ୍ରାନ୍ତି ଏକ୍ସପ୍ରେସର ଏସ୍-୪ ବଗି ୪୯ ନମ୍ବର ସିଟ୍‌ରେ ଫେରିଥିଲେ।  ୧୧ ତାରିଖରେ ବିଳାସପୁରରୁ କନେକ୍ଟିଂ ଟ୍ରେନ୍‌ରେ ରାଉରକେଲା ପହଞ୍ଚି ବିଶ୍ରାକୁ ଭଡ଼ା ଅଟୋରେ ଯାଇଥିଲେ । ମାର୍ଚ୍ଚ ୧୨ରୁ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ବିଶ୍ରାରେ ହୋମ୍ କ୍ୱାରେଣ୍ଟିନରେ ଥିଲେ। ୨ରୁ ୧୧ ତାରିଖ ଯାଏ ରାଉରକେଲାରେ ସରକାରୀ କ୍ୱାରେଣ୍ଟିନରେ ଥିଲେ।

୧୧ ତାରିଖରେ ଅର୍ଥାତ୍ ଗତକାଲି ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ରାଉରକେଲା ହାଇଟେକ୍ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ୫୨ ନମ୍ବର ଆକ୍ରାନ୍ତଙ୍କର ସିଧାସଳଖ ନିଜାମୁଦ୍ଦିନ ଲିଙ୍କ ନଥିଲେ ମଧ୍ୟ ସେ ଜଣେ ନିଜାମୁଦ୍ଦିନ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିବା କୁହାଯାଇଛି । ବିଶ୍ରାର ଏହି ୧୮ ବର୍ଷୀୟ ଯୁବକ ୧୦ ମାର୍ଚ୍ଚରେ ନିଜାମୁଦ୍ଦିନ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିଲେ।  ସେହିଦିନ ସେ ଯାଜପୁର ଚାରିନଙ୍ଗଳରୁ ବସ୍ ଯୋଗେ ରାଉରକେଲା ଫେରିଥିଲେ।  ୧୧ ତାରିଖରେ ରାଉରକେଲାରୁ ଅଟୋ ଯୋଗେ ବିଶ୍ରାକୁ ଯାଇଥିଲେ।  ୧୧ରୁ ୨୦ ଯାଏ ଆସିୟାନା ମସ୍‌ଜିଦରେ ଏବଂ ୧୪ରୁ ଏପ୍ରିଲ ୫ ଯାଏ ସୁନ୍ଦରଗାଁ ବନାର ନିକଟ ମସ୍‌ଜିଦରେ ରହିଥିଲେ।  ଏପ୍ରିଲ ୫ରୁ ଏପ୍ରିଲ ୧୧ ଯାଏ ସରକାରୀ କ୍ୱାରେଣ୍ଟିନ ସେଣ୍ଟରରେ ଥିଲେ।  ୧୧ରେ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ରାଉରକେଲା ହାଇଟେକ୍ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Related Posts

About The Author

Add Comment