୪ ଦୁଷ୍କର୍ମ ଅଭିଯୁକ୍ତଙ୍କ ମୃତଦେହକୁ ସୁରକ୍ଷିତ ରଖିବା ପାଇଁ ତେଲେଙ୍ଗାନା ହାଇକୋର୍ଟଙ୍କ ନିର୍ଦ୍ଦେଶ

Spread the love

ହାଇଦ୍ରାବାଦ, ୦୭/୧୨ (ସନ୍ଧାନ ନିୟୁଜ) ହାଇଦ୍ରାବାଦ ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ୪ ଅଭିଯୁକ୍ତଙ୍କ ମୃତଦେହକୁ ସଂରକ୍ଷିତ କରି ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ତେଲେଙ୍ଗାନା ହାଇକୋର୍ଟ । ଆସନ୍ତା ଡିସେମ୍ବର ୯ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମୃତଦେହକୁ ସଂରକ୍ଷିତ ରଖିବା ପାଇଁ କହିଛନ୍ତି ହାଇକୋର୍ଟ । ଏଥିସହ ପୋଷ୍ଟମର୍ଟମର ଭିଡିଓକୁ ସିଡି କିମ୍ବା ପେନଡ୍ରାଇଭରେ ମେହବୁବନଗରର ପ୍ରିନିସପାଲ ଡିଷ୍ଟ୍ରିକ୍ଟ ଜଜଙ୍କୁ ଦେବା ପାଇଁ କହିଛନ୍ତି । କିଛି ମାନବାଧିକାର କର୍ମୀ ଏବଂ ମହିଳା ସଂଗଠନ କରିଥିବା ଆବେଦନ ଉପରେ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ୯ ତାରିଖରେ ଏହି ମାମଲାର ପରବର୍ତି ଶୁଣାଣି ହେବ ।

Related Posts

About The Author

Add Comment