୪ ଥର ପ୍ରେମରେ ପଡ଼ିଥିଲେ ରତନ ଟାଟା ହେଲେ ଏହି କାରଣ ପାଇଁ କରିପାରିଲେ ନାହିଁ ବିବାହ
୪ ଥର ପ୍ରେମରେ ପଡ଼ିଥିଲେ ରତନ ଟାଟା ହେଲେ ଏହି କାରଣ ପାଇଁ କରିପାରିଲେ ନାହିଁ ବିବାହ
Sandhan News |
December 28, 2021 |
ଦିଲ୍ଲୀ,୨୮/୧୨/୨୦୧୧ (ସନ୍ଧାନ ନିଉଜ) ଟାଟା ଗ୍ରୁପ୍ର ପୂର୍ବତନ ଚେୟାରମ୍ୟାନ୍ ରତନ ଟାଟା ଙ୍କ ଆଜି ହେଉଛି ଜନ୍ମଦିନ । ସେ ୧୯୩୭ ଡ଼ିସେମ୍ବର ୨୮ ତାରିଖରେ ସୁରତରେ ଜନ୍ମ ଗ୍ରହଣ କରିଥିଲେ । ସେ ସାରା ଦେଶରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଅନ୍ୟମାନଙ୍କ ପାଇଁ ବର୍ତ୍ତମାନ ଉଦାହରଣ ସାଜିଛନ୍ତି । ସେ ଧନୀ ପରିବାର ରେ ଜନ୍ମ ହୋଇଥିଲେ ମଧ୍ୟ ତାଙ୍କ ପିଲାଦିନ ଅତି କଷ୍ଟ ରେ ବିତିଥିଲା । କାରଣ ସେ ଯେତେବେଳେ ୭ ବର୍ଷର ହୋଇଥିଲେ ତାଙ୍କର ବାପା ମା ଅଲଗା ହୋଇଯାଇଥିଲେ । ହେଲେ ସେବେଠାରୁ କଠିନ ପରିଶ୍ରମ କରି ଆଜି ଏହି ସ୍ଥାନରେ ସେ ପହଂଚି ପାରିଛନ୍ତି । କିନ୍ତୁ ଏହାରି ଭିତରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ରତନ ଟାଟା ଏପର୍ଯ୍ୟନ୍ତ ବିବାହ କରି ନାହାନ୍ତି କଣ ପାଇଁ ?? ବ୍ୟବସାୟ କ୍ଷେତ୍ରରେ ସେ ଆଗରେ ଥିବା ବେଳେ ପ୍ରେମ କ୍ଷେତ୍ରରେ କିନ୍ତୁ ସେ ପଛରେ ପଡ଼ିଯାଇଛନ୍ତି । ଥରେ ନୁହେଁ ବରଂ ୪ ଥର ତାଙ୍କୁ ପ୍ରେମ ହୋଇଥିଲା ହେଲେ ଶେଷ ମୁହୁର୍ତ୍ତରେ କୌଣସି ନା କୌଣସି କାରଣ ପାଇଁ ଏହା ବିବାହ ଆଡ଼କୁ ଯାଇ ନଥିଲା । ଗୋଟିଏ ଇଂଣ୍ଟରଭ୍ୟୁରେ ରତନ ଟାଟା କହିଛନ୍ତି “ଯେ ମୁଁ ଏବେ ଭାବୁଛ ବିବାହ ନ କରି ମୁଁ ଠିକ୍ କରିଛି କାରଣ ଯଦି ବିବାହ କରିଥାନ୍ତି ତେବେ ସ୍ଥିତି ଅତି ଜଟିଳ ହୋଇ ଥାନ୍ତା । ଆମେରିକାରେ ଥିବା ବେଳେ ମୁଁ ପ୍ରେମ କରିଥିଲି ହେଲେ ଠିକ୍ ସେହି ସମୟରେ ମୁଁ ଭାରତକୁ ଫେରିଥିଲି । ବାସ୍ ଏହି କାରଣ ପାଇଁ ମୁଁ ବିବାହ କରିପାରି ନଥିଲି । କାରଣ ମୋ ପ୍ରେମିକା ଭାରତ ଆସିବାକୁ ଚାହୁଁ ନଥିଲା”ା ସୁଚନା ଅନୁସାରେ ରତନ ଟାଟା ଛୋଟ ବେଳୁ ତାଙ୍କ ଜେଜେମା’ ଙ୍କ ସହ ଅତି ଅଲିଅଳିରେ ବଢିଛନ୍ତି । ତାଙ୍କର ଆଜି ୮୪ ତମ ଜନ୍ମଦିନ ଅବସରରେ ଅନେକ ଶୁଭେଚ୍ଛା ମିଳୁଛି ।
Related Posts
About The Author