ନୂଆଦିଲ୍ଲୀ, ୧୮/୦୫ (ସନ୍ଧାନ ନିଉଜ) : ଜମ୍ମୁ ଓ କଶ୍ମୀରରେ ସୁରକ୍ଷାବାହିନୀକୁ ମିଳିଛି ସଫଳତା। ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ଏକ ଗୋପନ ଆଡ୍ଡାକୁ ଠାବ କରାଯାଇଛି। ୪ ଆତଙ୍କବାଦୀ ଗିରଫ ସହ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବାତ ହୋଇଛି। ଖବର ଅନୁଯାୟୀ କଶ୍ମୀରର ବଡଗାମ ଠାରେ ଏହି ଗୋପନ ଆଡ୍ଡା ଉପରେ ଜମ୍ମୁ ଓ କଶ୍ମୀର ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷାବଳ ମିଳିତଭାବେ ଚଢଉ କରିଥିଲେ। ଏହି ସମୟରେ ଗୋପନ ଆଡ୍ଡାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ସହିତ ୪ ଜଣଙ୍କୁ ଗିରଫ କରାଯାଇଛି। ସେମାନେ କଶ୍ମୀରର ବଡଗାମ ଅଞ୍ଚଳର ବୋଲି ଜଣାପଡ଼ିଛି।
୪ କୁଖ୍ୟାତ ଆତଙ୍କବାଦୀ ଗିରଫ
|
May 18, 2020 |



