୪୨ ମୌଜ଼ାରେ ରାଜମିସ୍ତ୍ରୀ ମାନଙ୍କର ବଂଧୁ ମିଳନ ଉତ୍ସବ

Spread the love
କଟକ – କଟକ ଜିଲ୍ଲା ବୟାଳିଶମୌଜ଼ା ଉପକଣ୍ଠ ଦେଉଳିଗ୍ରାମରେ ବୟାଳିଶମୌଜ଼ା ଅଞ୍ଚଳର ସମସ୍ତ ରାଜମିସ୍ତ୍ରୀ,ଶ୍ରମିକ ମାନଙ୍କର ବଂଧୁ ମିଳନ ଉତ୍ସବ ଏବଂ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମରେ ମା’ଦୁର୍ଗା ଟ୍ରେଡ଼ସ ପକ୍ଷରୁ ମୁଖ୍ୟ ଉପଦେଷ୍ଟା ମହେନ୍ଦ୍ର କୁମାର ମୁଦୁଲି ରାଜମିସ୍ତ୍ରୀ ମାନଙ୍କୁ ବ୍ୟାଗ ବଣ୍ଟନ କରିଥିଲେ ! ନାରାୟଣ ମୁଦୁଲିଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ବଂଧୁ ମିଳନ ଉତ୍ସବରେ ଅମୂଲ୍ୟ ବାରିକ,ଭିକାରୀ ବେହେରା,କରିମ ବେଗ,ରଞ୍ଜନ ଭୋଇ,ଅନୁ ବେଗ,ବିକ୍ରମ ନାୟକ,ନୀଳମଣି ନାୟକ ପ୍ରମୁଖ ଉପସ୍ଥିତଥିଲେ ! ମନୋଜ୍ଞ ପରିବେଶ ମଧ୍ୟରେ ଏହି ବଂଧୁ ମିଳିବକୁ ସମସ୍ତଙ୍କର ସଦୟ ଉପସ୍ଥିତ ରହି ସାଫଲ୍ୟ ମଣ୍ଡିତ କରିଥିବାରୁ ଗୌରବ ମହାନ୍ତି ଧନ୍ୟବାଦ ଦେଇଥିଲେ !

Related Posts

About The Author

Add Comment