ବାରିପଦା ୪/୮(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ବହୁ ପ୍ରତୀକ୍ଷିତ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ରୂପରେଖ ୧୯୭୮ ମସିହାରେ ଚୂଡ଼ାନ୍ତ ହୋଇଥିଲା । ଇତିମଧ୍ୟରେ ୪୨ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରିଲାନି । ଏହି ପ୍ରକଳ୍ପ ଦ୍ବାରା ମୟରଭଞ୍ଜ, ବାଲେଶ୍ୱର ଜିଲାର ୧ ଲକ୍ଷ ୯ ହଜାର ହେକଟର ଜମି ଜଳସେଚିତ ହେବ ବୋଲି ଆକଳନ କରାଯାଇଛି । ଦୁଇ ଜିଲାର ମାତ୍ର ୨୦ରୁ ୨୫ ପ୍ରତିଶତ କମି ଜଳସେଚିତ ହେଉଥିବାରୁ ଅଳ୍ପ ବୃଷ୍ଟି ଓ ଅନାବୃଷ୍ଟିରେ ଚାଷୀ ମୁଣ୍ଡରେ ଚଡ଼କ ପଡ଼େ । ଏ ବର୍ଷ ମଧ୍ୟ ଅଳ୍ପ ବୃଷ୍ଟିପାତ ପାଇଁ ଚାଷୀ ଅଛନ୍ତି ଚିନ୍ତାରେ । ଏ ପରିପ୍ରେକ୍ଷୀରେ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ସମ୍ପର୍ଣ୍ଣ ହେବାକୁ ଦାବି ହେଉଛି I
ସୂଚନାଯୋଗ୍ୟ, ସୁବର୍ଣ୍ଣରେଖା ନଦୀର ଜଳ ଗ୍ରହଣ କ୍ଷେତ୍ର (କ୍ୟା ଚମେଣ୍ଟ ଏରିଆ) ୧୯ ହଜାର ୩ ଶହ ବର୍ଗ କିମି ମଧ୍ୟରୁ ଝାଡ଼ଖଣ୍ଡରେ ୧୪, ୬୦୦ ବର୍ଗ କିମି, ପଶ୍ଚିମ ବଙ୍ଗରେ ୨୨ ଶହ ବର୍ଗ କିମି ଏବଂ ଓଡ଼ିଶାରେ ୨୫ ଶହ ବର୍ଗ କିମି ରହିଛି । ନଦୀ ଜଳର ଉପଯୋଗ ପାଇଁ ୭ ଅଗଷ୍ଟ, ୧୯୭୮ ରେ ନୂଆଦିଲ୍ଲୀଠାରେ ତତକାଳୀନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ ବିହାର ମୁଖ୍ୟମନ୍ତ୍ରୀ କପୁରୀ ଠାକୁର ଏବଂ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁ ଅନ୍ତଃରାଜ୍ୟ ସୁବର୍ଣ୍ଣରେଖା ବହୁମୁଖୀ ଜଳସେଚନ ପ୍ରକଳ’ ଚୁକ୍ତିନାମାରେ । ସ୍ବାକ୍ଷର କରିଥିଲେ । ଚୁକ୍ତିନାମା ଅନୁଯାୟୀ, ବିହାର (ବର୍ତ୍ତମାନ ଝାଡଖଣ୍ଡ) ର ଗାଲୁଡିହିଠାରେ ସୁବର୍ଣ୍ଣରେଖା ନଦୀ ଉପରେ ବ୍ୟାରେଜ ନିର୍ମାଣ ହେବ । ଓଡ଼ିଶାକୁ ଜଳ ଆସିବା ପାଇଁ ଗାଲୁଡିହି ଦକ୍ଷିଣ ପାର୍ଶ୍ବରେ ଦୀଘ ୫୬. ୦୪ କିମି ମୁଖ୍ୟ କେନାଲ ଖନନ କରାଯିବ । ଓଡିଶାରେ ୪୬, ୫ କିମି ଦୀର୍ଘ ସୁବର୍ଣ୍ଣରେଖା ମୁଖ୍ୟ କେନାଲ ଖନନ ସହ ୩ଟି ଜଳଭଣ୍ଡାର (ହଳଦିଆ, ଜମ୍ଭୀରା ଓ ବାଭରା) ନିର୍ମାଣ କରାଯିବ । ତ୍ରିପାକ୍ଷିକ ଚୁକ୍ତି ଅନୁଯାୟୀ, ତିନି ରାଜ୍ୟରେ ଜଳରଣ୍ଡାରରୁ ପାଣି ଭାଗର ଅନୁପାତ ରହିବ, ୩୨:୧୨:୧ । ଅର୍ଥାତ୍ ଝାଡଖଣ୍ଡର ୩୨ ଭାଗ, ଓଡ଼ିଶାର ୧୨ ଭାଗ ଏବଂ ପଶ୍ଚିମ ବଙ୍ଗରୁ ୧ ଭାଗ ।
ଯୋଜନା ଅନୁଯାୟୀ, ଓଡ଼ିଶା ଭାଗ ପାଣିରେ ମସଗର ଜିଲାର ବାରିପଦା, ବେତନଟୀ, ସାରସକଣା, କୁଳିଅଣା, ଶାମାଖୁଣ୍ଟା, ବଡସାହି, ରାସଗୋବିନ୍ଦପୁର, ବାଙ୍ଗିରିପୋଷି ଶୁଳିଆପଦା ଓ ମୋରଡା, ୧୦ଟି ବ୍ଲକର ୯୪ ହଜାର ୬୫୫ ହେକ୍ଟର ଜମିରେ ପାଣି ମାଡ଼ିବ । ସେହିପରି ବାଲେଶ୍ଵର ଜିଲାର ବାଲେଶ୍ବର, ବସ୍ତା, ରେମୁଣା ଏବଂ ଜଳେଶ୍ଵର ବ୍ଲକର ୧୪ ହଜାର ୯୭୨ ହେକ୍ଟର ଚାଷ ଜମି ଜଳସେଚିତ ହେବ । ପ୍ରକଳ୍ପ କାର୍ଯ୍ୟ ୧୯୮୭ରେ ଆରମ୍ଭ ହୋଇ ୨୦୦୦ ମସିହାରେ ସଂପୂର୍ଣ୍ଣ ହେବା ପାଇଁ ଲକ୍ଷ୍ୟ ଥିଲେ ସୁଦ୍ଧା ୨୦୨୮ ମସିହା ପୂର୍ବରୁ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ନ ପାରେ ବୋଲି କୁହାଯାଉଛି । ସୂଚନାଯୋଗ୍ୟ ଯେ ୧୭ ଜୁଲାଇ, ୨୦୧୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଜିଲାର ସାରସକଣା ବ୍ଲକ ଅନ୍ତର୍ଗତ ବଡ଼ ଚାଟରାଠାରେ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଲୋକାର୍ପଣ କରିଥିଲେ । କିଛି ଦିନ ସାରସକଣା, ବାଙ୍ଗିରିପୋଷି, ବାରିପଦା, ଶୁଳିଆପଦା, କୁଳିଅଣା ବ୍ଳକର ୨୦ ହଜାର ହେକ୍ଟର ଜମିରେ ପାଣି ମାଡ଼ିଥିଲେ ହେଁ ପରେ ତାହା ବନ୍ଦ ହୋଇଗଲା । ପ୍ରକଳ୍ପର ବ୍ୟୟବରାଦ ପ୍ରଥମେ ୨୯୧ କୋଟି ଟଙ୍କା ଥିଲା । ଓଡ଼ିଶା ୩୩ ପ୍ରତିଶତ ଅର୍ଥ ପ୍ରାୟ ୧ ଶହ କୋଟି ଟଙ୍କା ଦେବାର ଥିଲା । ପରେ ବ୍ୟୟ ଅଟକଳ ବଢ଼ିବାରୁ ଓଡ଼ିଶାର ଭାଗ ୬ ହଜାର ୫ ଶହ କୋଟି ଟଙ୍କାଙ୍କୁ ବୃଦ୍ଧି ପାଇଛି । ୨୦୧୭ ଡିସେମ୍ବର ସୁଦ୍ଧା ପ୍ରକଳ୍ପ ବାବଦ ଓଡ଼ିଶା ସରକାର ୪୪୦୦ କୋଟି ଟଙ୍କା ବ୍ୟୟ କରିଛନ୍ତି । ପୁଣି ବିଳମ୍ବ ଯୋଗୁଁ ଏହା ୬ ବା ୮ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇପାରେ । ଓଡ଼ିଶା ଗାଲୁଡିହି ବ୍ୟାରେଜ ଓ ଗାଲୁଡିହି କେନାଲ ନିର୍ମାଣ ସକାଶେ ଝାଡଖଣ୍ଡକୁ ୯୯୭ କୋଟି ଟଙ୍କା ଦେଇଛି । ।
ପ୍ରକଳ୍ପର ଜମ୍ଭୀରା ଜଳଭଣ୍ଡାର ନିର୍ମାଣ କାର୍ଯ୍ୟ ସରିଥିବାବେଳେ ହଳଦିଆ ଜଳରଣ୍ଡାର କାର୍ଯ୍ୟ ଆଗାମୀ ଡିସେମ୍ବର ମାସ ସୁଦ୍ଧା ସଂପୂର୍ଣ୍ଣ ହେବ ବୋଲି ଆଶା କରାଯାଇଛି । ଇଚ୍ଛା କନ୍ଧ, ହଳଦିଆ ବନ୍ଧ ଅଞ୍ଚଳରେ ବିସ୍ଥାପନ ସମସ୍ୟା ପାଇଁ ଜମି ଅଧିଗ୍ରହଣ ବାଧାପ୍ରାପ୍ତ ହୋଇଛି । ଦେଉଳିରୁ ମୋରଡାକୁ କେନାଲ ନିର୍ମାଣ ପାଇଁ ସାଢେ ୬ ଶହ ଏକର ଜମି ଅଧିଗ୍ରହଣ କରିବାକୁ ୩2ରୁ ୩୫ କୋଟି ଟଙ୍କା ବ୍ୟୟ ହେବ ବୋଲି ଆକଳନ କରାଯାଇଛି । ବାଉରାରେ ବିସ୍ଥାପିତ ହେବାକୁ ଥିବା ଗ୍ରାମଗୁଡ଼ିକର ବାସିନ୍ଦାମାନଙ୍କ ଦୃଢ଼ ବିରୋଧ ଯୋଗୁଁ ନିର୍ମାଣ କାମ ହୋଇପାରିଲାନି । ତେଣୁ ସୁବର୍ଣ୍ଣରେଖା ମୁଖ୍ୟ କେନାଲକୁ ରଙ୍ଗାମାଟିଆଠାରେ ଦୁଇ ଭାଗ କରାଯାଇ ଗୋଟିଏ ବେତନଟୀ ଓ ଆଉ ଗୋଟିଏ ବୈଶିଙ୍ଗା ଆଡକୁ ନିର୍ମାଣ କରାଯିବାର ପ୍ରାଥମିକ କାର୍ଯ୍ୟ ଆରମ୍ଭ ହୋଇଛି । ଜୈଶିଙ୍ଗା କେନାଲ ପାଇଁ ୫୦ଟି ଗ୍ରାମ ମଧ୍ୟରୁ ମୟୂରଭଞ୍ଜ ଜିଲାର ୨୨ଟି ଓ ବାଲେଶ୍ଵର ଜିଲ୍ଲାର ୨୮ଟି ଗ୍ରାମରେ ଜମି ଅଧିଗ୍ରହଣ ହେବ । ଜମି ଅଧିଗ୍ରହଣ ଦାୟିତ୍ବରେ ଥିବା ଅତିରିକ୍ତ ଜିଲାପାଳ ନ ଥିବାରୁ କାର୍ଯ୍ୟରେ ବିଳମ୍ବ ହୋଇପାରେ । ତେଣୁ ତୁରନ୍ତୁ ଅତିରିକ୍ତ ଜିଲ୍ଲାପାଳ ନିଯୁକ୍ତ କରାଯିବା ଆବଶ୍ୟକ । ସୂଚନାଯୋଗ୍ୟ ଯେ ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲା କଳସେଚନ କ୍ଷେତ୍ରରେ ଢେର ପଛରେ । ଜିଲାର ସମୁଦାୟ ଚାଷ ଜମି ୪ ଲକ୍ଷ ୧୪ ହଜାର ହେକ୍ଟର ମଧ୍ୟରୁ ମାତ୍ର ୧ ଲକ୍ଷ ୧୦ ହଜାର ହେକ୍ଟର ଚାଷ ଜମି ଜଳସେଚିବ । ତେଣୁ ବହୁ ଚାଷୀଙ୍କ ଜମିକୁ ଶସ୍ୟଶ୍ୟାମଳ କରିବାକୁ ଥିବା ସୁବର୍ଣ୍ଣ ରେଖା ପ୍ରଳ୍ପ କାମ ଶୀଘ୍ର ସଂପୁର୍ଣ୍ଣ ହେବାକୁ ଦାବି ହୋଇଛି ।