ବାସୁଦେବପୁର, ୧/୧୧(ସନ୍ଧାନ ନ୍ୟୁଜ୍) : ଜାଲ ନୋଟ କାରବାର ଅଭିଯୋଗରେ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ପୁଲିସ ଦୁଇଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କଟକ ଜିଲ୍ଲା ମାହାଙ୍ଗା, ଥାନା କଉତୁକୋଲ ଅଞ୍ଚଳର ପ୍ରିୟରଞ୍ଜନ ନାୟକ (୩୮) ଓ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଶ୍ୟାମସୁନ୍ଦରପୁର ଅଞ୍ଚଳର ବିଜୟ ଦାସ(୫୮)। ଅଭିଯୁକ୍ତଙ୍କ ନିକଟରୁ ୪୧ ହଜାର ଜାଲ୍ ନୋଟ୍ ସହ ନଗଦ ୭୨ ହଜାର ଟଙ୍କା, ଏକ କାର୍, ତିନୋଟି ମୋବାଇଲ, , ତିନୋଟି ନକଲି ଗାଡ଼ି ନମ୍ବର ପ୍ଲେଟ୍ ଜବତ କରାଯାଇଛି। ପୁଲିସ ସୂଚନା ମୁତାବକ, ବାସୁଦେବପୁର ଅଞ୍ଚଳର ନିରଞ୍ଜନ ଦାଶଙ୍କ ନିକଟକୁ କିଛିଦିନ ତଳେ ଏକ ଫୋନ୍ କଲ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ନିଜକୁ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ପରିଚୟ ଦେଇ ଶ୍ରୀ ଦାଶଙ୍କୁ ଲକ୍ଷେ ଦେଲେ, ଦୁଇ ଲକ୍ଷ ଟଙ୍କା ପାଇବ ବୋଲି କହିଥିଲା । ଶ୍ରୀ ଦାଶଙ୍କର ସନ୍ଦେହ ହେବାରୁ ସେ ବାସୁଦେବପୁର ପୁଲିସର ସହାୟତା ନେଇଥିଲେ। ପୁଲିସର ପରାମର୍ଶକ୍ରମେ ଶ୍ରୀ ଦାଶ ଉକ୍ତ ବ୍ୟକ୍ତିଙ୍କ ସହ ସମ୍ପର୍କ ବଢାଇବା ସହ ତାଙ୍କଠାରୁ କିଛି ଟଙ୍କା ମଧ୍ୟ ଆଣିଥିଲେ। । ପରେ ସେହି ଟଙ୍କାଗୁଡିକ ଜାଲ୍ ବୋଲି ଜଣାପଡ଼ିଥିଲା। ଏହାପରେ ସେମାନଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ପୁଲିସ ଆଜି ଶ୍ରୀ ଦାଶଙ୍କ ଜରିଆରେ ପୁଲିସ, ଉଭୟଙ୍କୁ ଭଦ୍ରକ ନଳାଙ୍ଗ ଛକ ନିକଟକୁ ଡକାଇଥିଲା । ଦୁହେଁ ଏକ କାରରେ ଆସି ସେଠାରେ ପହଞ୍ଚିବା ପରେ ପୂର୍ବରୁ ସାଦା ପୋଷାକରେ ଛକି ରହିଥିବା ପୁଲିସ ସେମାନଙ୍କୁ କାବୁ କରି ନେଇଥିଲେ। ଜାଲ୍ ନୋଟ୍ କାରବାର ପଛରେ ଏହି ଦୁଇଜଣଙ୍କ ସହିତ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି, ସେ ନେଇ ପୁଲିସ ଖୋଳତାଡ଼ ଚଳାଇଛି। ଏସ୍ଡିପିଓ ସାର୍ଥକ ରାୟ, ବାସୁଦେବପୁର ଥାନା ଆଇଆଇସି ପ୍ରଦୀପ ମାଝା, ଏଆଇ ବିଶ୍ବଜିତ ସିଂ, ଏଏସ୍ଆଇ ଚିତ୍ତରଂଜନ ଦାସ ପ୍ରମୁଖ ଚଢ଼ଉରେ ସାମିଲ ହୋଇଥିଲେ। ଏ ନେଇ ବାସୁଦେବପୁର ଥାନା କେସ୍ ନଂ ୨୮୫|୨୦୨୦ରେ ଏକ ମାମଲା ରୁଜୁ କରାଯାଇଛି।
୪୧ ହଜାର ଜାଲ ନୋଟ ସହ ୨ ଗିରଫ
|
November 2, 2020 |