୪୧ତମ ପ୍ରସିଦ୍ଧ କୁଆଖିଆ ମେଲଣ ଉଦ୍ୟାପିତି, ୩୦ ରୁ ଉର୍ଦ୍ଧ ବିମାନ ସମାଗମ

Spread the love

ଯାଜପୁର,୩୦/୩ (ସନ୍ଧାନ ନିୟୁଜ/ଜଗମୋହନ ରାଉତ) ଆଜି ସଂଧ୍ୟାରେ ୪୧ତମ ପ୍ରସିଦ୍ଧ କୁଆଖିଆ ଦୋଳମେଲଣ ଉଦଯାପିତ ହୋଇଯାଇଛି । ଶୁକ୍ରବାର ଖ ରାତିରେ ଏହି ମେଲଣ ଆରମ୍ଭ ହୋଇ ଶନିବାର ଦିନ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି । ମେଲଣରେ ସାରଙ୍ଗପୁର ବିମାନ ଥାନପତି ସର୍ବାଗ୍ରେ ମେଲଣ ପଡିଆରେ ଚାରରେ ବସିଥିଲେ । ଏଥିରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୩୦ରୁ ଉଦ୍ଧ୍ୱର୍ ବିମାନ ସମାଗମ ହୋଇଥିଲେ ।

୧୬ନଂ ଜାତୀୟ ରାଜପଥର କୁଆଖିଆ ବଜାର ମଧ୍ୟରେ ଅନୁଷ୍ଠିତ ଏହି ମେଲଣରେ ବିମାନ ଗୁଡିକ ହରିପୁର ଓ ମଧୁବନ ରୋଡ୍ ଓ ରାଜପଥର ଉଭୟ ପାଶ୍ୱର୍ରୁ ରୋଷଣୀ କରି ସାରଙ୍ଗପୁର ମେଲଣ ପଡିଆକୁ ଯାଇଥିଲେ । ସକାଳ ୮ଟାରୁ ରୋଷଣୀ ଆରମ୍ଭ ହୋଇଥିଲା । ରୋଷଣୀରେ ସଂକୀର୍ତ୍ତନ ସହିତ ବାଜା ଓ ପାରମ୍ପାରିକ ଲଉଡି ଖେଳ,ଘୋଡା ନାଚ ଇତ୍ୟାଦି ସାମିଲ ହୋଇଥିଲା । କେତେକ ବିମାନ ନିକଟରେ ଭଜନ,ମେଲୋଡି ଓ ପାଲା ମଧ୍ୟ ପରିବେଷଣ କରାଯାଇଥିବାର ଦେଖିବାକୁ ମିଳିଥିଲା । ମହାରଣାସାହି, ମନ୍ଦାରପୁର, ନୂଆମିର୍ଜାପୁର, କଚେରିଗାଁ, ମୀରପାଟଣା,ମହମ୍ମଦପୁର,ମଲପଡାଶାସନ, ଜହଳ, ବିଲିପଡା,ଚଣ୍ଡିପୁର, ପ୍ରଥମାଖଣ୍ଡ(୧),ତଳସାହି,ଗୋବିନ୍ଦଜିଉ ପାଟଣା, ଗୋପାଳପୁର ପାଟଣାସାହି, ବଉଳମୁଳସାହି, ତଳସାହି, ନୂଆାସାହି, ପତିସାହି ଗୋପାଳସାହି, ପାଞ୍ଚଗୋଛିଆ, ଏକତଳା, ଗନ୍ଧଣ, ନଠୁଆବର, ଶ୍ରୀବନ୍ତପୁର, ଭତୁରିପଶି,କେଶରପଡା(କ) ଓ(ଖ), ରାଣୀବନ୍ଦି, ବାଟିଜଙ୍ଗା,ବାଲିହୁରା ଜଳହରା ଓ ଗଙ୍ଗାଧରପୁର ବଙ୍ଗାଳି ସାହି ପ୍ରଭୃତି ବିମାନମାନେ ମେଲଣରେ ଯୋଗ ଦେଇଥିଲେ । ମେଣ ପର୍ବ ଶାନ୍ତି ଶୃଙ୍ଖଳାର ସହ ମେଲଣ ସମ୍ପନ୍ନ ହୋଇଥିଲା । ଏଥି ସକାଶେ ମେଲଣ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ସୂଚନା କେନ୍ଦ୍ର ଖୋଲାଯିବା ସହ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ହୋଇଥିଲା । ମେଲଣ କମିଟି ସହିତ କୁଆଖିଆ ସାଇ ସଂଗଠନ ପକ୍ଷରୁ ଦହି ପାଣି ବଣ୍ଟନ କରାଯାଇଥିଲା । ପ୍ରବଳ ଖରା ସତ୍ୱେ ଏହି ପାରମ୍ପରିକ ଉତ୍ସବ ଦେଖିବା ପାଇଁ ବହୁସଂଖ୍ୟାରେ ଜନସମାଗନ ହୋଇଥିଲା । ମେଲଣ କମିଟି ପକ୍ଷରୁ ଶ୍ରୀ ଜିଉ ମାନଙ୍କୁ ଭୋଗ ଲାଗିହୋଇଥିଲା । ମେଲଣରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ କୁଆଖିଆ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାରି ପ୍ଲାଟୁନ ପୋଲିସ ଫୋର୍ସ ଶୃଙ୍ଖଳା ରକ୍ଷା କରିବାରେ ନିୟୋଜିତ ହୋଇଥିଲେ । ମେଲଣ କମିଟିର ଉପସଭାପତି ଲଛମନ ପରିଡା,କୈଳାସ ସାହୁ,ସନ୍ତୋଷ ପଲେଇ, ସହ ସଂପାଦକ ଅରୁଣ ସ୍ୱାଇଁ,ପୁର୍ଣ୍ଣ ଚନ୍ଦ୍ର ସେଠୀ,କୋଷାଧକ୍ଷ ସନ୍ତୋଷ ରାଉତ,ସାଂସ୍କୃତିକ ସଂପାଦକ ଗିରିଜା ଶଂକର ରଥ ପଙ୍କଜ ସାହାଣୀ.ବରିଷ୍ଠ ସଦସ୍ୟ ପିତାମ୍ବର ସାମଲ, କାର୍ତ୍ତୀକ ପଣ୍ଡା,ବେଣୁଧର ଦାସ,ସତ୍ୟବ୍ରତ ସାହାଣୀ,ଗତିକୃଷ୍ଣ ମହାନ୍ତି,ଚନ୍ଦ୍ରମଣୀ ସାହୁ,ଟୁଲୁ ସାମଲ,ବୈଦେନ୍ଦ୍ରନାଥ ସାହୁ, ନରେନ୍ଦ୍ର ସ୍ୱାଇଁ,ପବିତ୍ର ସାହାଣୀ ଅଚ୍ୟୁତାନନ୍ଦ ସାହୁ,ଶ୍ରୀବତ୍ସ ବିଶ୍ୱାଳ,ରମେଶ ଶତପଥି,ନିରଞ୍ଜନ ନାୟକ ପ୍ରମୁଖଙ୍କ ସମେତ ସମସ୍ତ ସଦସ୍ୟ ଓ ସ୍ଥାନୀୟ ଅଞ୍ଚଳର ବହୁ ସ୍ୱେଛାସେବୀ ସଂଗଠନ ମେଲଣରେ ସହେଯାଗ କରିଥିଲେ ।

Related Posts

About The Author

Add Comment