ଚଣ୍ଡିଖୋଲ, ୮/୧/୨୦ (ସନ୍ଧାନ ନିଉଜ/ଏମ ରାଉତ) : ଯାଜପୁର ଜିଲ୍ଲାର ଲକ୍ଷ୍ମୀନାରାୟଣ ସାଂସ୍କୃତିକ ପରିଷଦ ପକ୍ଷରୁ ଐତିହ୍ୟ, ସଂସ୍କୃତି, ପରମ୍ପରା ଓ ଭାଇଚାରାର ପ୍ରତିକ ସାଜିଥିବା ବଡଚଣା ମହୋସôବ ବୁଧବାର ସଂଧ୍ୟାରେ ମନୋରମ ପରିବେଶରେ ଉଦଘାଟିତ ହୋଇଯାଇଛି । ନିଜର ମାଟି ଓ ତାର ସଂସ୍କୃତି ଐତିହ୍ୟ ଓ ପରମ୍ପରାକୁ ଉଦଜୀବିତ କରି ରଖିବା ଆମ ସମସ୍ତଙ୍କର ଉତର ଦାୟିତ୍ୱ ରହିଅଛି । ଏହି ମହିସôବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରାକ୍ତନ ବିଚାରପତି ତଥା ପୂର୍ବତନ ରାଜ୍ୟ ମାନବିକ ଅଧିକାର କମଶିନର ଜଷ୍ଟିସ ବୀରକିଶୋର ମିଶ୍ର ମତପ୍ରକାଶ କରିଛନ୍ତି । କଳା, ସଂସ୍କୃତି ଓ ଐତିହ୍ୟ ସଂପନ ଏହି ମହୋସôବ ସମସ୍ତକୁ ଭାଇଚାରାରେ ବାନ୍ଧି ରଖୂ ବୋଲି ସେ ଆଶା ପୋଷଣ କରିଥିଲେ । କମିଟିର ସଭାପତି ମନୋରମା ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉସôବରେ ଉଦଘାଟକ ଭାବେ ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗଦେଇ ଉସôବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ବଡଚଣା ମାଟି ବଡପଣିଆକୁ କେବେ ଭୁଲନ୍ତି ନାହିଁ । ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ବକାର ଅରୁଣ କୁମାର ପଣ୍ଡା ଯୋଗଦେଇ ବଡଚଣା ଅଞ୍ଚଳରେ ବୁଦ୍ଧିଜୀବୀ, ଜ୍ଞାନୀ ଓ ସ୍ୱାଧିନତା ସଂଗ୍ରାମୀଙ୍କ ମାଟି ଅଟେ । ସମ୍ମାନୀତ ଅତିଥିଭାବେ ଲୋକାୟୁକ୍ତ ସଭ୍ୟ ପ୍ରଦିପ୍ତ ପଟ୍ଟନାୟକ, ଯାଜପୁର ଏସ.ପି. ଚରଣ ସିଂହ ମୀନା ଯୋଗଦେଇ ନିଜନିଜର ବକ୍ତବ୍ୟ ରଖିଥିଲେ । କମିଟିର ସାଧାରଣ ସଂପାଦକ ନିଳକଣ୍ଠ ମିଶ୍ର ବାର୍ଷିକ ବିବରଣୀ ପାଠ କରିବା ସହିତ ଅତିଥିଙ୍କୁ ସ୍ୱାଗତ କରିଥିଲେ । ସହସଂପାଦକ ପଦ୍ମନାଭ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ କୋଷାଧକ୍ଷ ଅମ୍ବିକା ପ୍ରସାଦ ମିଶ୍ର । ପୂର୍ବ ବର୍ଷର କାର୍ଯ୍ୟକ୍ରମ ସହିତ ବଡଚଣା ମାଟିର ଐତିହ୍ୟ ଓ ସଂସ୍କୃତିକୁ ନେଇ ଏକ ଡକୁମୋଂଟରୀ ଫିଲିଂ ଯାହା କି କମିଟିର ସଭ୍ୟ ରମାକାନ୍ତ ରାଉତଙ୍କ ସଂଯୋଜନାରେ ପ୍ରକାଶ କରାଯାଇଥିଲା । ଏହି ଅବସରରେ କମିଟିର ଉପସଭାପତି ସ୍ୱର୍ଗତ ବଟକୃଷ୍ର ପ୍ରଧାନର ବିୟୋଗରେ ଦୁଇ ମିନିଟି ନିରବ ପ୍ରାର୍ଥନା କରାଯାଇଥିଲା । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥାନୀୟ କଳାକାରଙ୍କ ଦ୍ୱାରା ପରିବେଷଣ ହେବାପରେ ଖୋର୍ଦ୍ଦାର ପାଇକ ନୃତ୍ୟ, ଭୁବନେଶ୍ୱରର ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ଧାନମଣ୍ଡଳ ହୋଲିଜେସସ୍ ବିଦ୍ୟାଳୟର ଛାତ୍ରୀଙ୍କ ଦ୍ୱାରା ଜାତୀୟ ସଂଗୀତ ଗାନ କରି ଅତିଥି ମାନଙ୍କୁ ସ୍ୱାଗତ କରାଯାଇଥିଲା । ଏହି ମହୋସôବ ଆଜି ଠାରୁ ୫ ଦିନ ଧରି ଚାଲିବା ପରେ ୧୨ ତାରିଖ ଦିନ ଉଦଯାପିତ ହେବ । ପ୍ରତ୍ୟେକ ଦିନ ସାଂସ୍କୃତିକସନ୍ଧ୍ୟା ସହିତ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଚାଲିବ । ମହୋସôବ ପାଇଁ ସମଗ୍ର ଅଂଚଳ ଉସରବ ମୁଖର ହୋଇଥିଲା ବେଳେ ମହୋସôବ ସ୍ଥଳରେ ଅପେତରା ପରିବେଷଣ ଓ ଛୋଟ ଛୋଟ ପିଲାଙ୍କ ପାଇଁ ବିବିନ୍ନ ଖେଳ କୁଦାର ସମ୍ମାର ପଡିଆରେ ଭରପୁର ହୋଇଚି ।
୪ର୍ଥ ବାର୍ଷିକ ବଡଚଣା ମହୋସôବ ଉଦ୍ଘାଟିତ
|
January 8, 2020 |