୪ଟି କଲରାପତରିଆ ବାଘ ଚମଡ଼ା ଜବତ, ୭ ଜଣ ଗିରଫ
ସମ୍ବଲପୁର ୧୬/୩ (ସନ୍ଧାନ ନିୟୁଜ) ସମ୍ବଲପୁର ଜିଲ୍ଲା କୁଚିଣ୍ଡାରୁ ଏକ ବଡ଼ଧରଣର କଲରାପତରିଆ ବାଘ ରାକେଟର ଗତ କାଲି ପର୍ଦ୍ଦାଫାଶ ହୋଇଛି। କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଟିମ୍ ଏହାର ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ଏସ୍ଟିଏଫ୍ ଟିମ୍ ୪ଟି କଲରାପତରିଆ ବାଘ ଚମଡା ଜବତ କରିଛି।
ଏହି ଅଭିଯୋଗରେ ୭ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ସଞ୍ଜୟ ବାଘ, ସୁନିଲ୍ କାଲୁ, ଦୁସରାଜ ପଟେଲ, ମିନକେତନ ମୁଣ୍ଡୁ, କୈଳାସ ମାଝୀ, ଝୁଲକେତନ ନାଏକ ଓ କୁମାଡ଼ ବରା। ଏମାନଙ୍କ ଘର ସମ୍ୱଲପୁର ଓ ଝାରସୁଗୁଡ଼ା ଜିଲ୍ଲା ବୋଲି ଜଣାପଡ଼ିଛି। କଲରାପତରିଆ ବାଘ ଚମଡ଼ା ଗୁଡିକ କୁଚିଣ୍ଡାରୁ ସମ୍ବଲପୁର ଚାଲାଣ ହେଉଥିବା ବେଳେ ଏସ୍ଟିଏଫ୍ ଟିମ୍ ଚଢଉ କରି ଏମାନଙ୍କୁ ଗିରଫ କରିଛି।

Related Posts
About The Author