୩ ଲକ୍ଷ ବୃକ୍ଷ ଲଗାଇବାକୁ ଲକ୍ଷ ରଖିଛି ବନ ବିଭାଗ

Spread the love

ଚଣ୍ଡିଖୋଲ,୦୮/୦୭ (ସନ୍ଧାନ ନିୟୁଜ)- ଚଳିତ ବର୍ଷ ବଡ଼ଚଣା ଓ ଧର୍ମଶାଳା ଅଂଚଳରେ ଥିବା ବିଭିନ୍ନ ସରକାରୀ ସ୍ଥାନରେ ବନ ବିଭାଗ ତରଫରୁ ବୈରୀ-ଡାଳିଯୋଡ଼ା ବନଖଣ୍ଡ ପକ୍ଷରୁ ଗଛ ଲଗାଇବାପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି ବୋଲି ଚଣ୍ଡିଖୋଲ ବନପାଳ ଶଶୀକାନ୍ତ ବେହେରା ସୂଚନା ଦେଇଛନ୍ତି.ଶୁକ୍ରବାର ବନମହୋଛବର ଶେଷଦିନରେ ବଡ଼ଚଣା ସିହା ପଂଚାୟତର ଗୋଡିମାଗୁରା ଠାରେ ଥିବା ସରକାରୀ ଜମିରେ ୧ ଲକ୍ଷ ୫୦ ହଜାର ଗଛ ଲଗାଇବାପାଇଁ ଭୂମି ପୂଜା କରାଯାଇ ଗଛ ଲଗାଯାଇଥିଲା.ବାତ୍ୟା ସମୟରେ ଏହି ସ୍ଥାନରେ ଗଛଗୁଡ଼ିକ ନଷ୍ଟ ହେଇଯାଇଥିଲା ପୁନଶ୍ଚ ଏହି ସ୍ଥାନରେ ପୂର୍ବ ସବୁଜିମାକୁ ଫେରାଇ ଆଣିବାପାଇଁ ବନ ବିଭାଗ ପକ୍ଷରୁ ପ୍ରୟାଶ ଆରମ୍ଭ ହେଇଛି.ଏହି ସ୍ଥାନରେ ଫଳନ୍ତି ଗଛ ଆମ୍ବ,ପଣଷ,ପିଜୁଳି,କାଜୁ ସହ ଆକାଶିଆ,ଶାଗୁଆନ,ଶିଶୁ ଆଦି ଗଛ ଲଗାଯିବାର କାର୍ଯ୍ୟକ୍ରମ ରହିଅଛି.ବନପାଳ ଶଶୀକାନ୍ତ ବେହେରାଙ୍କ ପ୍ରତ୍ୟେଖ ତତ୍ୱାବଧାନରେ ସ୍ଥାନୀୟ ବହୁ ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ବିଭିନ୍ନ ଗଛ ଲଗାଇବା ସହ ଏମାନଙ୍କର ଦାଇତ୍ୱ ନେବାକୁ ସମସ୍ତଙ୍କର ସାହାଯ୍ୟ ଲୋଡ଼ିଥିଲେ.

Related Posts

About The Author

Add Comment