ନୂଆଦିଲ୍ଲୀ,୧୪/୦୪ (ସନ୍ଧାନ ନିୟୁଜ) ଏପ୍ରିଲ ୧୪- ପ୍ରଥମ ପର୍ଯ୍ୟାୟ ଲକ୍ ଡାଉନ୍ର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଦେଶବାସୀଙ୍କର ତ୍ୟାଗ ଓ ଲକ୍ଡାଉନ୍କୁ ସଫଳ କରିଥିବାରୁ ସେ ଧନ୍ୟବାଦ ଦେଇଛନ୍ତି । ବିଶ୍ୱର ଏହି ମହାମାରୀ ବିରୋଧରେ ଦେଶବାସୀଙ୍କ ଲଢେଇକୁ ସେ ପ୍ରଶଂସା କରିଛନ୍ତି ।୩ ମେ ପର୍ଯ୍ୟନ୍ତ ଲକ୍ଡାଉନ୍ ବୃଦ୍ଧି କରାଯାଇଥିବା ମୋଦୀ ଘୋଷଣା କରିଛନ୍ତି ।
କରୋନା ପାଇଁ ଲକ୍ଡାଉନ୍କୁ ବୃଦ୍ଧି କରିବା ପାଇଁ ବିଭିନ୍ନ ରାଜ୍ୟ ପରାମର୍ଶ ଦେଇଥିଲେ । ଏହି ପରାମର୍ଶକୁ ଦୃଷ୍ଟିରେ ରଖି ଲକ୍ ଡାଉନ୍କ ବୃଦ୍ଧି କରାଯାଇଥିବା ମୋଦୀ ସୂଚନା ଦେଇଛନ୍ତି । ୩ ମାର୍ଚ୍ଚ ପର୍ଯ୍ୟନ୍ତ ସମସ୍ତ ଲୋକ ଅନୁଶାସନ ସହ ରୁହନ୍ତୁ ବୋଲି ମୋଦୀ ପରାମର୍ଶ ଦେଇଛନ୍ତି ।
ଏପ୍ରିଲ ୨୦ ପର୍ଯ୍ୟନ୍ତ ଲକ୍ଡାଉନ୍କୁ ଆହୁରି କଡା କଡି ଭାବେ ପାଳନ କରାଯିବ । ଲକ୍ଡାଉନ୍ କେତେ ସଫଳ ଭାବେ ପାଳନ କରାଯାଇଛି ତାହାର ସମୀକ୍ଷା କରାଯିବ । କରୋନାକୁ ପ୍ରତିହତ କରିବା ପାଇଁ କେତେ ସଫଳ ହୋଇଛନ୍ତି ତାହାର ସମୀକ୍ଷା କରାଯିବ । ଆସନ୍ତା ସପ୍ତାହରେ କରୋନା ବିରୋଧରେ ଲଢେଇ କଠୋରତାର ସହ କରାଯିବ । ଲକ୍ଡାଉନ୍ କଠୋରତାକୁ ଆହୁରି ବୃଦ୍ଧି କରାଯିବ । ୨୦ ଏପ୍ରିଲ ପର୍ଯ୍ୟନ୍ତ ସମସ୍ତ ଥାନା, ପ୍ରତ୍ୟେକ ଜିଲ୍ଲା ଓ ପ୍ରତ୍ୟକ ରାଜ୍ୟରେ ଭଲ ଭାବରେ ଲକ୍ ଡାଉନ୍ କପିରି ପାଳନ କରାଯାଉଛି ତାହାର ସମୀକ୍ଷା କରାଯିବ ।