କଟକ, ୧୦ /୨(ସନ୍ଧାନ ନିୟୁଜ/ମାନସ ରାଉତ) ସୟେଦ ଆରିଫୁଲ୍ଲା ଏବଂ ସୟେଦ ହମିଦ ଅଲ୍ଲୀଙ୍କ ପକ୍ଷରୁ ରୁଜୁ ହୋଇଥିବା ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ସଂଜୁ ପଣ୍ଡା ଏବଂ ବିଚାରପତି ସଂଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପିଠ ଆଗାମି ୩ମାସ ମଧ୍ୟରେ ୱାକଫ ବୋର୍ଡ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାରଙ୍କ ସଂଖ୍ୟା ଲଘୁ ଏବଂ ପଛୁଆ ବର୍ଗ ବିକାଶ ବିଭାଗର ପ୍ରମୁଖ ସଚିବ ରହିଥିବା ନିୟମ ଆଧାରରେ ଆସନ୍ତା ୩ ମାସ ମଧ୍ୟରେ ନୂଆ ବୋର୍ଡ ଗଠନ କରିବେ। ନୂଆ ବୋର୍ଡ ଗଠନ ପର୍ଯ୍ୟନ୍ତ ବୋର୍ଡର ସିଇଓ ସଂପତ୍ତି ଦାୟିତ୍ବରେ ରହିବେ। ଅନ୍ୟପଟେ ସୟେଦ ଆକ୍ରମ ହୁସେନଙ୍କ ବିରୋଧରେ ଭିଜିଲାନସ ତଦନ୍ତ ଚାଲି ଥିବାରୁ ୱାକଫ ବୋର୍ଡ ସଂପତ୍ତି ଦାୟିତ୍ବରେ ସେ ରହିବା ପାଇଁ ୨୦୧୮, ଅଗଷ୍ଟ ୨ ତାରିଖରେ ଜାରି ହୋଇଥିବା ବିଜ୍ଞପ୍ତିକୁ ଅଦାଲତ ବାତିଲ କରି ଦେଇଛନ୍ତି। ଏହି ଘଟଣାରେ ସଂଖ୍ୟାଲଘୁ ବିଭାଗ ସଚିବ, ଆଇନ ବିଭାଗ ସଚିବ, ୱାକଫ ବୋର୍ଡ ସିଇଓ, ଭିଜିଲାନ୍ସ ନିର୍ଦ୍ଦେଶକ ଏବଂ ସୟଦ ଆକ୍ରମ ହୁସେନଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।
୩ ମାସ ମଧ୍ୟରେ ୱାକଫ ବୋର୍ଡ ଗଠନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
|
February 10, 2019 |



