ନୂଆ ଦିଲ୍ଲୀ ୧୭/୨/୨୦ (ସନ୍ଧାନ ନିଉଜ) : ନିର୍ଭୟା ଗ୍ୟାଙ୍ଗରେପ ଏବଂ ହତ୍ୟା ମାମଲାରେ ସୋମବାରଦିନ ଦିଲ୍ଲୀ କୋର୍ଟ ଦୋଷୀମାନଙ୍କ ବିରୁଦ୍ଧରେ ନୂଆ ଡେଥ ୱାରେଣ୍ଟ ଜାରୀ କରିଛନ୍ତି। ନିର୍ଭୟାର ଦୋଷୀମାନଙ୍କୁ ୩ ମାର୍ଚ୍ଚ ସକାଳ ୬ ଟା ବେଳେ ପାଶୀ ଖୁଣ୍ଟରେ ଝୁଲାଇ ଦିଆଯିବ। ଦୋଷୀମାନଙ୍କ ବିରୁଦ୍ଧରେ ଏହା ତୃତୀୟ ଡେଥ ୱାରେଣ୍ଟ ଅଟେ। ପୂର୍ବରୁ ଦୁଇଟି ଥର ତାରିଖ ସ୍ଥିର ହେବା ସତ୍ତ୍ୱେ ଦୋଷୀମାନଙ୍କୁ ମିଳୁଥିବା ଅଧିକାର ପ୍ରକ୍ରିୟା ସମ୍ପୂର୍ଣ୍ଣ ନ ହେବା କାରଣରୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା।
ରିପୋର୍ଟ୍ସରେ କୁହାଯାଇଛି କି ତିହାଡ଼ ଜେଲର ଅଧିକାରୀମାନେ ନୂଆ ଡେଥ ୱାରେଣ୍ଟର ଆଧିକାରିକ ଆଦେଶ ମିଳିବାର ପୁଷ୍ଟି କରିଛନ୍ତି। ନିର୍ଭୟାର ମାତା-ପିତା କୋର୍ଟର ଆଦେଶ ଉପରେ ଖୁସି ପ୍ରକଟ କରିଛନ୍ତି। ନିର୍ଭୟାର ମା’ କହିଲେ କି ସତ୍ୟ ସମୟ ନିଏ, କିନ୍ତୁ ସତ୍ୟର ସବୁବେଳେ ବିଜୟ ହୋଇଥାଏ। ସେ କହିଲେ କି ଏହି ସାତ ବର୍ଷର ସଂଘର୍ଷ ପରେ ଏବେ ଆଶାଯେ, ଏବେ ତିନି ମାର୍ଚ୍ଚରେ ନିର୍ଭୟାର ଦୋଷୀମାନଙ୍କୁ ଫାଶୀ ଦଣ୍ଡ ମିଳିବ।
ଅପର ପକ୍ଷରେ ଦୋଷୀମାନଙ୍କ ଓକିଲ ଏପି ସିଂହ କହିଛନ୍ତିଯେ, ବର୍ତ୍ତମାନ ଅକ୍ଷୟ କୁମାରର ଦୟା ଯାଚିକା ଖାରଜ ହୋଇଛି। ତା’ ପରେ ମଧ୍ୟ ବିକଳ୍ପ ଅଛି। ଡେଥ ୱାରେଣ୍ଟକୁ ଦୋଷୀମାନଙ୍କ ଓକିଲ “ଚାପ ପକାଇବାକୁ ଚେଷ୍ଟା” ବୋଲି କହିଛନ୍ତି ଏବଂ ସେ କହିଛନ୍ତିଯେ, ସଂବିଧାନକୁ ଆଡ଼େଇ ନିଷ୍ପତି କରାଯାଇପାରିବ ନାହିଁ।
ରିପୋର୍ଟ୍ସରେ ଏହା ମଧ୍ୟ କୁହାଯାଉଛି କି ଜଣେ ଦୋଷୀ ବିନୟ ଶର୍ମା ଅନଶନରେ ବସିଛି। କୋର୍ଟ ତିହାଡ଼ ଜେଲ ଅଧୀକ୍ଷକଙ୍କ ନିୟମାନୁସାରେ ଦୋଷୀମାନଙ୍କୁ ଦେଖାଶୁଣା କରିବାକୁ ଆଦେଶ ଦିଆଯାଇଛି।