ବାରିପଦା,୦୮/୦୮/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ଏସ୍ପି ସ୍ମିତ୍ ପି. ପରମାରଙ୍କ ନିର୍ଦ୍ଦେଶକ୍ରମେ ସଭିଲ ସ୍କାର୍ଡ ପକ୍ଷରୁ କୁଳିଅଣା ତହସିଲ ଅଞ୍ଚଳରେ ବାଲି ମାଫିଆଙ୍କ ଧରପଗଡ଼ ପାଇଁ ଚଢ଼ଉ ଜୋରଦାର କରାଯାଇଛି। ବୁଢ଼ାବଳଙ୍ଗ ନଦୀର ଆନିଆପାଳଠାରେ ବେଆଇନ ବାଲି । ଚାଲାଣ ହେଉଥିବା ଖବର ପାଇ ଚଢ଼ାଉ କରିଥିଲା ସଭିଲ୍ ସ୍କାର୍ଡ ବାଲି ଚାଲଣ ସମ୍ପର୍କିତ ଆବଶ୍ୟକୀୟ କାଗଜପତ୍ର ନଥିବାରୁ ଓଡ଼ି୧୧ଇ-୬୭୪୮, ଓଡି-୧୧ଏସ୍-୪୦୫୫, – ଓଆର-୧୧ ଏଇଚ-୯୮୧୨ ନଂ ବିଶିଷ୍ଟ ୩ଟି । ଟ୍ରାକ୍ଟର ଜବତ କରି କୁଳିଅଣା ଥାନାରେ ଜିମା ଦିଆଯାଇଥିଲା । ଏ ନେଇ ଥାନାରେ କେସ୍ ନମ୍ବର ୧୦୩, ୧୦୪ ଓ ୧୦୫/୨୦ରେ ୩ଟି ପୃଥକ ମାମଲା ରୁଜୁ ହୋଇଛି। ଦରଖୁଳି ଅଞ୍ଚଳର ଶିବବ୍ରତ ସିଂ(୨୮), ଦାମୋଦରପୁର ଅଞ୍ଚଳର ବାସୁଦେବ ସିଂ(୧୮) ଓ ବଡ଼ଜୁଣବଣିର ବୁଦ୍ଧିଆ ଦେହୁରୀ( ୨୬)ଙ୍କ ନାଁରେ ରୁଜୁ ହୋଇଛି ମାମଲା ।
୩ ବାଲି ଟ୍ରାକ୍ଟର ଜବତ
|
August 8, 2020 |