କୋରାପୁଟ, ୧୧/୫ (ସନ୍ଧାନ ନିୟୁଜ) ବୁଧବାର ଅପରାହ୍ନରେ କୋରାପୁଟ ଜିଲା ପାଡୁଆ ଥାନା କିତୁବା ଗ୍ରାମ ନିକଟ ଜଙ୍ଗଲରେ ପୁଲିସ୍ ଗୁଳିରେ ମୃତ୍ୟୁ ବରଣ କରିଥିବା ୫ ମାଓବାଦୀଙ୍କ ମଧ୍ୟରୁ ୩ଜଣଙ୍କ ମୃତଦେହ ଆଜି ପୁଲିସ୍ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଗୁରୁବାର କୋରାପୁଟ ଏସଏଲଏନ୍ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ପୁଲିସ୍ ପକ୍ଷରୁ ସମସ୍ତ ମୃକଙ୍କ ଶବ ବ୍ୟବଚେଛ୍ଦ କରାଯାଇ ରଖା ଯାଇଥିଲା । ଏନକାଉଂଟରରେ ମୃତ ଭେଙ୍କେଟ୍ କାମେଶ୍ୱରୀ ଓରଫ ସ୍ୱରୂପାର ମୃତଦେହ ନେବାକୁ ଝିଅ ସୋମାଂଜଳୀ ଓ ଭଉଣୀ ସୁଶୀଳାଙ୍କ ସହ ଆନ୍ଧ୍ର ପ୍ରଦେଶ ରାଜ୍ୟ ସିଭିଲ୍ ଲିବର୍ଟି କମିଟି ରାଜ୍ୟ ସଭାପତି ଭି.ଚିଟ୍ଟିବାବୁ,ସହ-ସମ୍ପାଦକ ଏନ୍.ଶ୍ରୀମାନ୍ ନାରାୟଣ,ସଦସ୍ୟ ଜି.ରଘୁରାମ,ଏବିଏମଏସ ସଦସ୍ୟ ଏଲ.
କଣ୍ଡେଲ. ରାଓ ପ୍ରମୁଖ ଶୁକ୍ରବାର ପୂର୍ବାହ୍ନ୍ନରେ କୋରାପୁଟରେ ପହଂଚି ପୁଲିସ କର୍ତୂପକ୍ଷଙ୍କୁ କାମେଶ୍ୱରୀଙ୍କ ସମସ୍ତ ପ୍ରମାଣପତ୍ର ଦେଖାଇ ଥିଲେ । କାମେଶ୍ୱରୀଙ୍କ ମୃତଦେହ ସେମାନେ ନିଜ ଗ୍ରାମକୁ ନେବା ପାଇଁ ଆସିଥିବାରୁ ସେମାନଙ୍କୁ ଶବ ହସ୍ତାନ୍ତର କରିବାକୁ ନିବେଦନ କରିଥିଲେ । କାମେଶ୍ୱରୀଙ୍କ ଶେଷକୃତ୍ୟ ତାଙ୍କ ଜନ୍ମ ମାଟି ଆନ୍ଧ୍ର ପ୍ରଦେଶର ଇଷ୍ଟଗୋଦାବରୀ ଜିଲା ମଣ୍ଡାପେଟା ତହସିଲ ତାପେଶ୍ୱରମରେ କରା ଯିବ ବୋଲି ପରିବାର ଲୋକଙ୍କ ନିକଟରୁ ସୂଚନା ମିଳିଛି । କାମେସ୍ୱରୀ ୧୦ ବର୍ଷ ହେବ ମାଓ ସଙ୍ଗଠନରେ କାମ କରୁଥିବା ଜଣା ପଡିଛି । ସେହିପରି ଅନ୍ୟ ଜଣେ ମୃତ ମହିଳା ମାଓବାଦୀ ଗୋଲୁରୀ ଟିମା ଓରଫ ଗୀତାର ଶବ ନେବାକୁ ଭାଇ ଗୋଲୁରୀ ବାବୁ ରାଓ ଆସି ଥିଲେ । ସେ ଗୀତାର କୌଣସି ପରିଚୟ ପତ୍ର ଆଣି ନଥିବାରୁ ପ୍ରଥମେ ମୃତଦେହ ଦେବାକୁ ପୁଲିସ ମନା କରିଥିଲା । ପରବର୍ତି ସମୟରେ ବିଶାଖାପାଟଣା ପୁଲିସ ସହ ଯୋଗାଯୋଗ କରା ଯାଇ ଆଲୋଚନା କରିବା ପରେ କୋରାପୁଟ ପୁଲିସ ଗୀତାର ମୃତଦେହ ବାବୁ ରାଓକୁ ହସ୍ତାନ୍ତର କରିଥିଲେ । ଗୀତାର ମୃତ ଦେହ ବିଶାଖାପାଟଣା ଜିଲା ପେଦାବାଇଲୁ ତହସିଲ ଜାମାଡାଙ୍ଗି ଗ୍ରାମକୁ ନିଆ ଯାଇ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରା ଯିବ ବୋଲି ବାବୁ ରାଓ ପ୍ରକାଶ କରିଥିଲେ । ଅନ୍ୟ ପକ୍ଷରେ ଏନାକାଉଂଟରରେ ମୃତ ମିଲିସିଆ ନାରାୟଣପାଟଣା ଥାନାର କୁସୁନିପେଟ୍ନ ଗ୍ରାମର କୃଷ୍ଣ ୱାଡେକା ଓରଫ ପ୍ରକାଶର ମୃତଦେହ ନେବାକୁ ସ୍ତ୍ରୀ ୱାଡେକା ଗାହେଣି,ଦୁଇ ନାବାଳକ ପୁଅ ଶଙ୍କର ଓ ଲକେଶ ଅନ୍ୟ ଗ୍ରାମବାସୀଙ୍କ ସହ କୋରାପୁଟ ଆସି ପୁଲିସ କର୍ତୂପକ୍ଷଙ୍କୁ ଭେଟିଥିଲେ । କୃଷ୍ଣର ଶବ ଗାଁକୁ ନେବା ନିମନ୍ତେ ପରିବାର ଲୋକଙ୍କୁ ପୁଲିସ ତରଫରୁ ଗାଡି ଯୋଗାଇ ଦିଆଯିବା ପରେ ସେମାନେ ଗାଁକୁ ଫେରିଥିଲେ । ରାୟଗଡାର ଅତିରିକ୍ତ ଏସପି ଭି.ଆର୍.ରାଓ, ରାୟଗଡା ଏସଡିପିଓ ତପନ ନାରାୟଣ ରଥ,କୋରାପୁଟ ଏସଡିପିଓ ଟି.ଜଗନ୍ନାଥ ରାଓ ପ୍ରମୁଖ ମେଡିକାଲ କଲେଜ ଓ ହସ୍ପିଟାଲରେ ଉପସ୍ଥିତ ରହି ମୃତଦେହ ଗୁଡିକ ସେମାନଙ୍କ ସମ୍ପକୀର୍ୟ ମାନଙ୍କୁ ହସ୍ତାନ୍ତର କରିଥିଲେ । ଏନକାଉଂଟରରେ ମୃତ ଅନ୍ୟ ଦୁଇ ଜଣ ବିଡିକା ଲକ୍ଷ୍ମୀ ଏବଂ ଜି.ସତିବାବୁ ଓରଫ ଦାସୁର ଶବ ବ୍ୟବଚ୍ଛେଦ ହୋଇଥିଲେ ମଧ୍ୟ ସେମାନଙ୍କ ଶବ ନେବା ପାଇଁ ଆଜି କେହି ଆସିନଥିବାରୁ ମୃତଦେହ ଗୁଡିକ ଫ୍ରିଜରେ ରଖା ଯାଇଛି । ୭୨ ଘଂଟା ମଧ୍ୟରେ ମୃତଦେହର କେହି ଦାବିଦାର ନଆସିଲେ ପୁଲିସ ପକ୍ଷରୁ ଶଭ ସକ୍ତାର କରା ଯିବ ବୋଲି ଏସଡିପିଓ ଶ୍ରୀ ରାଓ ସୂଚନା ଦେଇଛନ୍ତି ।