କନ୍ଧମାଳ, 17/10 (ସନ୍ଧାନ ନ୍ୟୁଜ୍) :- ଗତ ୩ ଦିନ ହେଲା କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ବଲସକୁମ୍ଫା ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ଯୋଗୁଁ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି କାରଣ ଯୋଗୁଁ ଅଞ୍ଚଳବାସୀ ଦୂରଭାଷର ଏବଂ ପିଇବା ପାଣି ପାଇଁ ମଧ୍ୟ ନାକେଦମ ହୋଇଗଲେଣି। ଏଭଳି ସ୍ଥଳେ ତୁରନ୍ତ ଏହାର ମରାମତି କରାଯାଇ ବିଦ୍ୟୁତ୍ ଯୋଗାଇ ଦେବାକୁ ଦାବି କରି ଆଜି ଅଞ୍ଚଳବାସୀ ଏକ ଦାବିପତ୍ର ସାଇଥକୋର ଏସ୍.ଡ଼ି.ଓଙ୍କ କାଯ୍ୟାଳୟରେ ପ୍ରଦାନ କରିଛନ୍ତି। ବଲସକୁମ୍ଫା ବିଦ୍ୟୁତ୍ ଉପଭୋକ୍ତା ଉଦୟନାଥ ଭୋଇ , ରାଧାକୃ୍ଷ୍ଟ ନାୟକ , ରଂଜିତ୍ ନାୟକ , ବିନୋଜ କୁମାର ସାହୁ , ବିନୋଦ କୁମାର ସାହୁ , ସଂଜୟ କୁମାର ସାହୁ , ଶରତ ବେହେରା ଓ ଅନ୍ୟମାନେ ସାମିଲ୍ ହୋଇ ଦାବିପତ୍ର ପ୍ରଦାନ କରିଥିଲେ।
୩ ଦିନ ହେଲା ବିଦ୍ୟୁତ୍ ସରବରାହ ବନ୍ଦ: ମରାମତି ପାଇଁ ଦାବିପତ୍ର ପ୍ରଦାନ
|
October 17, 2020 |



