୩୫ଫୁଟ୍‌ ଉଚ୍ଚ ବ୍ରିଜ୍‌ ତଳକୁ ଡେଇଁ ଆହତ ହୋଇଥିବା ମହାବଳ ବାଘର ମୃତ୍ୟୁ

Spread the love

ଚନ୍ଦ୍ରାପୁର,  ୭/୧୧ (ସନ୍ଧାନ ନିଉଜ) : ମହାରାଷ୍ଟ୍ରର ଚନ୍ଦ୍ରାପୁର ଜିଲ୍ଲାରେ ପଥର ମଧ୍ୟରେ ଫସି ଆହତ ହୋଇଥିବା ବାଘର ମୃତ୍ୟୁ ଘଟିଛି । ଏ ନେଇ ଗୁରୁବାର ବନ ବିଭାଗ କର୍ମଚାରୀ ସୂଚନା ଦେଇଛନ୍ତି । ବୁଧବାର ବାଘଟି ବ୍ରିଜ୍‌ରୁ ୩୫ଫୁଟ ତଳକୁ ଡ଼େଇଁବା ପରେ ନଦୀରେ ଥିବା ପଥର ମଧ୍ୟରେ ଫସି ଯାଇଥିଲା । ଯାହାଦ୍ୱାରା ତା’ର ମେରୁଦଣ୍ଡରେ ଗଭୀର ଆଘାତ ଲାଗିଥିଲା । ବୁଧବାର ଲୋକେ ବାଘକୁ ନଦୀର ଦୁଇ ବଡ଼ ବଡ଼ ପଥର ମଧ୍ୟରେ ଫସି ରହିଥିବାର ଦେଖିଥିଲେ । ପରେ ବନ ବିଭାଗ କର୍ମଚାରୀକୁ ଏ ନେଇ ଖବର ଦିଆଯିବା ପରେ ବାଘକୁ ଉଦ୍ଧାର କରିବା ପାଇଁ ଯନ୍ତା ରଖାଯାଇଥିଲା । କିନ୍ତୁ ଗଭୀର ଆଘାତ ପାଇଁ ବାଘଟି ଯନ୍ତା ଭିତରକୁ ପଶି ପାରି ନଥିଲା ।

ବନ ବିଭାଗ କର୍ମଚାରୀ ବାଘକୁ ଟାଣି ଭିତରକୁ ପଶାଇବାକୁ ଚେଷ୍ଟା କରୁଥିବା ବେଳେ ବାଘର ଦାନ୍ତ ଭାଙ୍ଗି ଯାଇଥିଲେ ମଧ୍ୟ ସେ ଭିତରକୁ ଆସି ନ ଥିଲା । ବୁଧବାର ଦିନ ଆହତ ହୋଇ ପଡ଼ି ରହିବା ସହ ଗୁରୁବାର ସକାଳେ ବାଘର ମୃତ୍ୟୁ ହୋଇଥିଲା ବୋଲି ବନ ବିଭାଗ କର୍ମଚାରୀ କହିଛନ୍ତି ।

Related Posts

About The Author

Add Comment