ମୁମ୍ବାଇ, ୧୨/୧୨ (ସନ୍ଧାନ ନିୟୁଜ): ଏକ ମିଟିଂରେ ଯୋଗ ଦେବାକୁ କିଏ ୩୦୦ଟି ବ୍ୟାଗ୍ ନେଇ ବିଦେଶକୁ ଯାଏ ? ଏନଫୋର୍ସମେଣ୍ଟ ଡାଇରେକ୍ଟରେଟ (ଇଡି)ର ଓକିଲ ଏହି ଜବାବ ଦେଇଛନ୍ତି ବିଜୟ ମାଲ୍ୟାଙ୍କ ଓକିଲଙ୍କୁ । ଆଜି ଏକ ସ୍ୱତନ୍ତ୍ର କୋର୍ଟରେ ବିଜୟମାଲ୍ୟାଙ୍କୁ ପଳାତକ ଇପରାଧୀ ଘୋଷିତ କରିବା ମାମଲାର ଶୁଣାଣି ଚାଲିଥିବାବେଳେ ମାଲ୍ୟାଙ୍କ ଓକିଲ ଅମିତ ଦେଶାଇ କୋର୍ଟଙ୍କୁ ଜଣାଇଥିଲେ ଯେ ୨୦୧୬ ମାର୍ଚ୍ଚରେ ସେ ବିଦେଶକୁ ପଳାଇଯାଇ ନଥିଲେ । ବରଂ ଏକ ଉଚ୍ଚସ୍ତରୀୟ ମିଟିଂରେ ଯୋଗ ଦେବାକୁ ସ୍ୱିଜରଲାଣ୍ଡର ଜେନିଭା ଯାଇଥିଲେ । ଏଣୁ ଲୁଚିକରି ପଳେଇଯିବା କଥା ମିଛ । କିନ୍ତୁ ଏହାର ଜବାବ ରଖି ଇଡି ଓକିଲ ଡିଏନ ସିଂ କହିଥିଲେ ଯେ ସେ କଣ ୩୦୦ଟି ବ୍ୟାଗ ନେଇ ବିଦେଶ ମିଟିଂ କରିବାକୁ ଯାଇଥିଲେ ?
ମାଲ୍ୟାଙ୍କୁ ପଳାତକ ଆର୍ଥିକ ଅପରାଧୀ ଘୋଷିତ କରିବା ପାଇଁ ଇଡି ଏବେ ଏକ ମାମଲା ଲଢୁଛି । ଏହି କେସ ଏବେ ପ୍ରଭେନ୍ସନ ଅଫ ମନି ଲଣ୍ଡରିଂ ଆଇନ ଅନୁସାରେ ଗଠିକ ସ୍ୱତନ୍ତ୍ର କୋର୍ଟଙ୍କ ବିଚାରାଧୀନ ରହିଛି ।