ଯାଜପୁର,୧୧/୨(ସନ୍ଧାନ ନିୟୁଜ/ମାନସ ରାଉତ) ଯାଜପୁର ଜିଲ୍ଲା ଆଂଚଳିକ ପରିବହନ ବିଭାଗ ପକ୍ଷରୁ ୩୦ତମ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ଗତ ୪ ତାରିଖରେ ଯାଜପୁର ରୋଡରୁ ଆରମ୍ଭ ହୋଇ ଚଣ୍ଡିଖୋଲସ୍ଥିତ ଧର୍ମଶାଳା ଭବନରେ ଉଦଯାପିତ ହୋଇଯାଇଛି । ଏହି ଅବସରରେ ଆଂଚଳିକ ପରିବହନ ଅଧିକାରୀ ଲାଲମୋହନ ସେଠୀଙ୍କ ସଭାପତିତ୍ୱରେ ଏକ ସଭା ଆୟୋଜନ କରାଯାଇଥିଲା । ଏଥିରେ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯାତାୟତ ସମୟରେ ବାଇକ ଆରୋହୀ ମାନେ ହେଲମେଟ ବ୍ୟବହାର କରିବା, କାର ଡ୍ରାଇଭର ମାନେ ବେଲଟ ବ୍ୟବହାର କରିବା ସହ ମଦ୍ୟପାନ କରି ଗାଡି ଚାଳନା ନକରିବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ଯୋଗଦାନ କରି ଆମ୍ଭେ କେବଳ ୭ଦିନ ଧରି ଏହିଭଳି କାର୍ଯ୍ୟକ୍ରମ କଲେ ସଚେତନ ହେବା ନାହିଁ । ବର୍ଷ ତମାମ କିଭଳି ନିଜକୁ ସଚେତନ କରିବା ସମସ୍ତେ ଏଥିପ୍ରତି ଯତ୍ନବାନ ହେବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ପ୍ରତ୍ୟେକ ବର୍ଷ ଭାରତ ବର୍ଷରେ ଦେଢ ଲକ୍ଷ ଲୋକ ସଡକ ଦୁର୍ଘଟଣାରେ ମୃତ୍ୟୂ ବରଣ କରିଥାନ୍ତି । ଏଥିପାଇଁ ମୁଖ୍ୟତଃ ଦ୍ରୁତ ଗାଡି ଚାଳନା, ମଦ୍ୟପାନ ଓ ଓଭର ଟେକିଂ ଭଳି କାରଣରୁ ଏଭଳି ଦୁର୍ଘଟଣାମାନ ଘଟିଥାଏ ବୋଲି ଛତିଆସ୍ଥିତ ଅଶୋକ ଲିଲ୍ୟାଣ୍ଡ ଡ୍ରାଇଭିଂ ଟ୍ରନିିଂ ସଂସ୍ଥାର ମୁଖ୍ୟ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅକ୍ଷୟ କୁମାର ଦାସ, ଜିଲ୍ଲା ପ୍ରକଳ୍ପ ନିଦେ୍ର୍ଦଶକ, ଧର୍ମଶାଳା ବିଡିଓ, ମଟରଯାନ ନିୟନ୍ତ୍ରଣ ଅଧିକାରୀ ଏସ.କେ.ସିଦ୍ଧିକି, କ୍ରସର ମାଲିକ ସଂଘର ସଭାପତି ଚନ୍ଦନ ନାୟକ, ଟ୍ରକ ମାଲି ସଂଘର ସଭାପତି ସନ୍ତୋଷ ରାଉତ, ଦିଲିପ ଚୌଧୁରୀ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ଯୋଗଦାନ କରିଥିଲେ । ବାବା ଭୈରାବନନ୍ଦ ମହାବିଦ୍ୟାଳୟ ଏନ.ସି.ସି କ୍ୟାଡର, ହୋଲି ଜେସସ ସ୍କୁଲ, ଡିଉ ପବ୍ଳିକସ୍କୁଲର ଛାତ୍ରଛାତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟ ମାଧ୍ୟମରେ ସଚେତନତା ବାର୍ତା ଦେଇଥିଲେ । ପରିବହନ କାର୍ଯ୍ୟାଳୟ ପରିସରରେ ସାଧାରଣ ଲୋକଙ୍କୁ ସୁଧ ପାନୀୟ ଜଳ ଯୋଗାଇବା ପାଇଁ ଲଘୁ ଖଣିଜ ପରିବହନ ସଂଘ ପକ୍ଷରୁ ଏକ ଓାଟର ଫିଲଟରକୁ ଜିଲ୍ଲାପାଳ ଉଦଘାଟନ କରିଥିଲେ ।
୩୦ତମ ସଡକ ସୁରକ୍ଷା ସପ୍ତାହ ପକ୍ଷ ପାଳନ ଉଦଯାପିତ
|
February 11, 2019 |
