୩ଜଣଙ୍କ ନାମରେ ଯୌତୁକ ନିର୍ଯାତନା ମାମଲା

Spread the love

ବଡ଼ସାହି ୧୮/୧୨/୨୦୨୦ (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା), ଏହି ଥାନା ଅଧାନ ପ୍ରତାପପୁର ପ୍ରଚାୟତ ହରିପୁର ଗ୍ରାମର ଜନୈକ ମହିଳା ସାମା, ଶଶୁର ଓ ଶାଶୂଙ୍କ ନାମରେ ଯୌତୁକ ନିର୍ଯାତନା ମାମଲା ଆଣିଛନ୍ତି । ମହିଳାଜଣକ ଉକ୍ତ ଗ୍ରାମର ସୁନାଲ ମଣ୍ଡଳଙ୍କ ସ୍ତ୍ରୀ ବବିତା ପଣ୍ଡିତ । ଅଭିଯୋଗରୁ ପ୍ରକାଶ ବବିତା ୨୦୧୭ ମସିହାରେ ସୁନାଲଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିଭାଘର‌ ପରେ ତାଙ୍କର ୨ଟି ସନ୍ତାନ ମଧ୍ୟ ଅଛନ୍ତି । ମାତ୍ର ଶାଶୁ ଲକ୍ଷ୍ମୀ ମଣ୍ଡଳ, ଶଶୁର ରଣଜିତ ମଣ୍ଡଳ ଓ ତାଙ୍କର ସ୍ବାମୀ ସୁନୀଲ ବାରମ୍ବାର ତାଙ୍କୁ ଯୌତୁକ ଜନିତ ନିର୍ଯ୍ୟାତନା ଦେଇ ଆସୁଥିଲା ବେଳେ ସେ ବାଧ୍ୟ ହୋଇ ଥାନାର ଆଶ୍ରୟ ନେଇଛନ୍ତି । ପୁଲିସ ଏ ସଂକ୍ରାନ୍ତରେ ୧୬୨/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ଗୋପାଳକୃଷ୍ଣ କର୍ଣ୍ଣ ସୂଚନା ଦେଇଛନ୍ତି ।

Related Posts

About The Author

Add Comment