୨ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ

Spread the love

 ବସ୍ତା,୨୬/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା); ବସ୍ତା ଥାନା ୬୦ ଜାତୀୟ ରାଜପଥର ଇନ୍ଦିରାଛକ କିଆପଣସି ରାସ୍ତାରେ ଏକ ବାଇକୁ କାର ଧକ୍କା ଦେଇ ନୟନଯୋରିକୁ ଓଲଟି ପଡ଼ିଥିବା ବେଳେ ଦୁର୍ଘଟଣାଗ୍ରସ୍ତ କାର ଭିତରେ ବିପୁଳ ପରିମାଣରେ ଗଞ୍ଜଇ ଭତ୍ତା ହୋଇଥିବା ଜଣାପଡ଼ିଥିଲା ।  ଜବତ ଗଞ୍ଜଇର ପରିମାଣ ପାଖାପାଖି ୫୦ କେଜି ହେବ  ଦୁର୍ଘଟଣା ପରେ କାର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୁଲିସ କ୍ରେନ୍ ସାହାଯ୍ୟରେ କାଟିକୁ ଉଠାଇ ଥାନାକୁ ନେଇଛି। ଏହାପରେ ଚୋରା ଗଞ୍ଜେଇକୁ ନେଇ ତନାଘନା ଆରମ୍ଭ କରାଯାଇଥିବା ଜଣାଯାଇଛି। ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ଇନ୍ଦିରାଛକ ଠାରେ ଦ୍ରୁତଗତିରେ ଯାଉଥିବା ଏକ ବାଇକ୍ ହଠାତ ଭାରସାମ୍ୟ ହରାଇ ରାସ୍ତା ଉପରେ ପଡ଼ିଯାଇଥିଲା। ଫଳରେ ପଛରୁ ଯାଉଥିବା ଉକ୍ତ କାଟି ବାଇକଚାଳକଙ୍କୁ ବଞ୍ଚାଇବାକୁ ଯାଇ ବାମପାର୍ଶ୍ୱରେ ଥିବା ନୟନଯୋରିକୁ ଓଲଟି ପଡ଼ିଥିଲା । ସ୍ଥାନୀୟ ଲୋକେ ଆହତ ୨ବାଇକ ଆରୋହୀଙ୍କୁ ଉଦ୍ଧାର କରି ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ । ଏହାପରେ ସେଠାରେ ଅମର୍ଦାରୋଡ଼ ଫାଣ୍ଡି ଅଧିକାରୀ ରସାନନ୍ଦ ବେହେରା ପହଞ୍ଚି କ୍ରେନ୍ ଡକାଇ ଓଲଟିଥିବା କାରଟିକୁ ଉପରକୁ ଆଣିଥିଲେ। କାରର ପଛପଟ ଡିକିରେ ବିପୁଳ ପରିମାଣର ଗଞ୍ଜଇ ଥିବା ଦେଖିବାକୁ ମିଳିଥିଲା । ତେବେ କାରଚାଳକଙ୍କୁ ଖୋଜିବା ବେଳେକୁ ସେଠାରୁଫେରାର ହୋଇସାରିଥିଲେ । ବାଲେଶ୍ବର ପଟୁ ଯାଉଥିବା ଏହି କାରରେ ନମ୍ବର୍ ପ୍ଲେଟ୍ ନଥିବାବେଳେ ଏହା କେଉଁଠୁ କେଉଁଠିକୁ ଯାଉଥିଲା ତାହା ଜଣାପଡ଼ିନାହିଁ। ବସ୍ ଥାନାଧିକାରୀ ଅଶୋକ କୁମାର ନାୟକ ଘଟଣା ସମ୍ପର୍କରେ ଅବଗତ ହୋଇ ତଦନ୍ତ ଆରମ୍ଭ କରିଛନ୍ତି। କାରରେ ସମୁଦାୟ ୨୫ରୁ ଉର୍ଧ ପ୍ୟାକେଟ ଗଞ୍ଜେଇ ବାହାରିଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୨ଲକ୍ଷରୁ ଉର୍ଣ୍ଣ ହେବ ବୋଲି ଜଣାଯାଇଛି।

Related Posts

About The Author

Add Comment