୨୯ତମ ମା ତାରିଣୀ କ୍ରିକେଟ କପ୍ ଉଦ୍ୟାପିତ: ଭଗତପୁରକୁ ହରାଇ ଆଦମପୁର ଚମ୍ପିଅନ
୨୯ତମ ମା ତାରିଣୀ କ୍ରିକେଟ କପ୍ ଉଦ୍ୟାପିତ: ଭଗତପୁରକୁ ହରାଇ ଆଦମପୁର ଚମ୍ପିଅନ
Manas Kumar Rout |
March 1, 2019 |

ରସୁଲପୁର, ୨୯ /୨ (ସନ୍ଧାନ ନିଉଜ/ଜଗମୋହନ ରାଉତ) ରସୁଲପୁର ବ୍ଲକ ଅନ୍ତର୍ଗତ ବାରବାଟୀ ପଂଚାୟତର ବେତଣ୍ଡା ଗ୍ରାମରେ ଅନୁଷ୍ଠିତ ୨୯ତମ ମା ତାରିଣୀ ଅନ୍ ଚାଲେଞ୍ଜ କ୍ରିକେଟ୍ କପ୍ ଆଜି ଉଦ୍ୟାପିତ ହୋଇଯାଇଛି । ଏଠାରେ ଅନୁଷ୍ଠିତ ଫାନାଲ ମ୍ୟାଚ୍ରେ ଭଗତପୁରକୁ ହରାଇ ଆଦମପୁର ଚମ୍ପିଅନ ହୋଇଛି ।
ଏଠାରେ ଅନୁଷ୍ଠିତ ଶେଷ ମ୍ୟାଚରେ ଆଦମପୁର କ୍ରିକେଟ ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା । ଦଳ ପକ୍ଷରୁ ୧୭ ଓଭରରରେ ସମସ୍ତ ୱିକେଟ ହରାଇ ୧୫୪ରନ୍ରେ ସମୀତ ରହିଥିଲା । ଜବାବରେ ଭଗତପୁର କ୍ରିକେଟ ଦଳ ୧୫୫ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇ ଥିଲା । ମାତ୍ର ଦଳୀୟ ସ୍କୋର ସଂଖ୍ୟା ୧୪୧ ରନ୍ ଥିବା ବେଳେ ଦଳ ତାର ସମ୍ତ ୱିକେଟ ହରାଇ ପରାଜୟ ବରଣ କରିଥିଲା । ସଂଧ୍ୟାରେ ଆୟୋଜିତ ଟ୍ରଫି ପ୍ରଦାନ ଉତ୍ସବରେ ୟୁକୋ ବ୍ୟାଙ୍କ, ବାରବାଟୀ ଶାଖା ପରିଚାଳକ ଆଶୁତୋଷ ବେଉରିଆ ମୁଖ୍ୟ ଅତିଥି, ବାରବାଟୀ ସମିତିସଭ୍ୟ ଚୈତନ୍ୟ ନାୟକ, ଅଶୋକ ସ୍ୱାଇଁ, ଅଖିଳ ସ୍ୱାଇଁ, ଅଶ୍ୱିନୀ ସ୍ୱାଇଁ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ବିୟଜୀ ଓ ରନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ବିଜୟୀ ଦଳ ଦୋଳଗୋବିନ୍ଦ ମଲିକଙ୍କର ମ୍ୟାଚ୍ରେ ଉଭୟ ବୋଲିଂ ଓ ବ୍ୟାଟିଂରେ ସଫଳତା ପାଇଁ ମ୍ୟାନ ଅଫ ଦି ମ୍ୟାଚ, ମନୋଜ ବାହାଲିଆଙ୍କୁ ସମଗ୍ର ଟୁର୍ଣ୍ଣାମେଂଟରେ ଭଲ ଖେଳ ପ୍ରଦର୍ଶନ କରିଥିବାରୁ ମ୍ୟାନ ଅଫ ଦି ସିରିଜ୍ ଭାବରେ ପୁରସ୍କୃତ ହୋଇଥିଲେ । ଅନ୍ ଚାଲେଞ୍ଜ କ୍ଲବ ପକ୍ଷରୁ ତପନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।
Related Posts
About The Author