୧-ମହାନଦୀ ବଢ଼ୁଛି, ମଧ୍ୟମ ଧରଣର ବନ୍ୟା ହୋଇପାରେ: ଏସ୍ଆର୍ସି
୨-ବର୍ଷା: ମାଡି ଆସୁଛି, ବେଘର କରୁଛି… ଲଗାଣ ବର୍ଷାରେ ଓଡ଼ିଶାରେ ଉପୁଜିଲା ବନ୍ୟା ସ୍ଥିତି । ବଡ ବଡ ନଦୀରେ ଜଳସ୍ତର ବୃଦ୍ଧି, ପାଣି ପଶି ତଳିଆ ଅଞ୍ଚଳ ତଳିତଳାନ୍ତ । ବର୍ଷା ନେଲାଣି ୭ ଜୀବନ । ସାରା ରାଜ୍ୟରୁ ଆସିଲା ବର୍ଷାର ଭୟଙ୍କର ଚିତ୍ର।
୩-ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ରାଜ୍ୟର ୫ ନଦୀ। ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବ୍ରାହ୍ମଣୀ, ଜଳକା ବିପଦ ଉପରେ ରହିଛି।
୪-ଆଉ ଏକ ବ୍ୟାଙ୍କ୍ ଠକେଇ : ପିଏନବି ସହ ୫ ବ୍ୟାଙ୍କରୁ ୨୨୧ କୋଟି ଟଙ୍କା ହଡପ କରିଛି ହିନ୍ଦ୍ ଆଗ୍ରୋ, ସିରିଜ ଚଢାଉ ପରେ ମାମଲା ଦାୟର କଲା ସିବିଆଇ।
୫-ଜିଏସଟି ଉପରେ କରୋନା ମାଡ : ଦ୍ରବ୍ୟ ଓ ସେବା କର ସଂଗ୍ରହ ୨.୩୫ ଲକ୍ଷ କୋଟି ଚଙ୍କା କମିଛି, ରାଜ୍ୟଙ୍କ ପାଇଁ ଦୁଇଟି ବିକଳ୍ପ, ବାଛିବାକୁ ୭ ଦିନ ସମୟ।
୬-ଓଡ଼ିଶାରେ ଜିଓର ଦବଦବା , ମେ’ ମାସରେ ଯୋଡ଼ିଲା ୧ଲକ୍ଷ ୮୭ ହଜାରରୁ ଅଧିକ ନୂଆ ଗ୍ରାହକ।
୭-ଅନୁଷ୍କା ଶର୍ମା ଗର୍ଭବତୀ ହୋଇଥିବା ନେଇ ଟୁଇଟ କରି ଖୁସି ଖବର ଦେଲେ ବିରାଟ । ଆସନ୍ତା ଜାନୁୟାରୀରେ ନୂଆ ଅତିଥୀଙ୍କୁ ସ୍ୱାଗତ କରିବେ ପରିବାର ।
୮-ଜନ୍ମଦିନକୁ ସ୍ମରଣୀୟ କରିବା ଲକ୍ଷ୍ୟରେ ୭ ଘଣ୍ଟା ୩୨ ମିନିଟ୍ରେ ୬୨.୪ କିଲୋମିଟର ଦୌଡ଼ିଲେ ୬୨ ବର୍ଷିଅ ବ୍ୟକ୍ତି ଜସମର୍ ସିଂ ସାନ୍ଧୁ ।
୯-ରିୟା ଚକ୍ରବର୍ତ୍ତୀଙ୍କ ଭୁବନେଶ୍ବର ଲିଙ୍କ୍: ଡିଜିପି କହିଲେ, ‘ଦତନ୍ତକାରୀ ଟିମ୍ ଏପର୍ଯ୍ୟନ୍ତ ଆମ ସହ ଯୋଗାଯୋଗ କରି ନାହାଁନ୍ତି’।
୧୦-ଲାଇ ଡ଼ିଟେକ୍ସନରେ ବିଦ୍ୟାଶ୍ରୀଙ୍କୁ ପ୍ରଚରାଗଲା ୪୦ରୁ ଅଧିକ ପ୍ରଶ୍ନ । ମାନବ ପ୍ରେମୀ ଆଦିତ୍ୟଙ୍କ ପତ୍ନୀଙ୍କୁ ୫ ଘଂଟାରୁ ଅଧିକ ସମୟ ଜେରା କଲା କ୍ରାଇମବ୍ରାଞ୍ଚ ।
୧୧-ଭଡାଟିଆଙ୍କ ପାଇଁ ଖୁସି ଖବର, ଭଡାଘରେ ରହୁଥିବା ଲୋକଙ୍କ ପାଇଁ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି।
୧୨-ବିରୋଧ ସତ୍ତ୍ୱେ ନିଟ୍ ଓ ଜେଇଇ ପାଇଁ ଆଡମିଟ୍ କାର୍ଡ ଡାଉନଲୋଡ କଲେ ୧୭ ଲକ୍ଷ ପରୀକ୍ଷାର୍ଥୀ।
୧୩-ପତଞ୍ଜଳିକୁ ସୁପ୍ରିମକୋର୍ଟରୁ ବଡ ଆଶ୍ୱସ୍ତି, କରୋନିଲ୍ ଟ୍ରେଡମାର୍କ ବ୍ୟବହାର ବିରୋଧରେ ଆବେଦନ ଖାରଜ।
୧୪-ଉଡାନ୍’ ୪ର୍ଥ ପର୍ଯ୍ୟାୟରେ ୭୮ଟି ନୂଆ ରୁଟ୍ କୁ ମିଳିଲା ଅନୁମୋଦନ, ପାହାଡିଆ ଅଞ୍ଚଳରେ ଉଡିବ ବିମାନ।
୧୫-ଇସ୍ତଫା ଦେଲେ ଚାରି ମାସ ପୂର୍ବରୁ ଦାୟିତ୍ବ ନେଇଥିବା ଟିକ୍-ଟକ୍ ର ସିଇଓ କେଭିନ ମେୟର।