ନୂଆଦିଲ୍ଲୀ,୬/୭ (ସନ୍ଧାନ ନିୟୁଜ ) : ଏଣିକି ପେଟ୍ରୋଲ ଓ ଡିଜେଲ ଉପରେ ଲିଟର ପିଛା ୧ ଟଙ୍କା ସଡକ ଓ ଭିତ୍ତିଭୂମି ସେସ୍ ଓ ଆଉ ୧ଟଙ୍କା ଅତିରିକ୍ତ ଉତ୍ପାଦନ ଶୁଳ୍କ ଏମିତି େମାଟ ୨ ଟଙ୍କାର ପିଟୁଣୀ ଟିକସ ଦେବେ ଉପଭୋକ୍ତା। ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ଉପରେ ୧୦% ବଦଳରେ ୧୨.୫% ସୀମା ଶୁଳ୍କ ଆଦାୟ କରାଯିବ। ଏହାସହିତ ଏସି, ଲାଉଡସ୍ପିକର, କାଜୁ, ପ୍ଲାଷ୍ଟିକ, ଅପ୍ଟିକାଲ ଫାଇବର କେବୁଲ, ସିସିଟିଭି କ୍ୟାମେରା, ମାର୍ବଲ, ଟାଇଲ, ଇମ୍ପୋର୍ଟେଡ ବହି ଓ କାଗଜ, ଷ୍ଟେନଲେସ ଷ୍ଟିଲ ଭଳି ଅନ୍ୟ ୭୫ଟି ସାମଗ୍ରୀ ଉପରେ ମଧ୍ୟ ସୀମା ଶୁଳ୍କ ବୃଦ୍ଧି କରାଯାଇଛି। ଅନ୍ୟପକ୍ଷରେ ଇଲେକ୍ଟ୍ରିକ କାର, କ୍ରୁତ୍ରିମ କିଡନୀ, ଡାୟାଲିସିସ ମେସିନ, ଲିଥିୟମ ଆୟନ ବ୍ୟାଟେରି, ସେଟ ଟପ ବକ୍ସ, ମୋବାଇଲ ଫୋନ, ଉଲ ଫାଇବର ଆଦି ଶସ୍ତା ହେବ। ପ୍ରଥମ ଗୃହ ନିର୍ମାଣ େକ୍ଷତ୍ରରେ ୪୫ ଲକ୍ଷ ଟଙ୍କାର ଗୃହ ଋଣ ଉପରେ େଦଢ ଲକ୍ଷ ଟଙ୍କା ସୁଧ ଛାଡ଼ କରାଯିବ ଏବଂ ୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର, ୨୦୨୪ ସୁଦ୍ଧା ସମସ୍ତଙ୍କୁ ପିଇବା ପାଣି େଯାଗାଇଦେବେ ସରକାର। ଏଭଳି ଖଟାମିଠା ତଥ୍ୟ ରଖି ୨୦୧୯-୨୦ ଆର୍ଥିକ ବର୍ଷ ଲାଗି େକନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର େଲାକସଭାରେ ୨୭ଲକ୍ଷ ୮୬ ହଜାର ୩୪୯ େକାଟି ଟଙ୍କାର ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ମୋଦୀ ୨.୦ ସରକାରଙ୍କର ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ। ଗତବର୍ଷ ତୁଳନାରେ ଏହା ୩ଲକ୍ଷ ୪୪ଲକ୍ଷ ୧୩୬ େକାଟି ଅର୍ଥାତ୍ ପାଖାପାଖି ୧୪% ଅଧିକ େହବ େବାଲି ଆକଳନ କରାଯାଇଛି।
ସାଧାରଣ ନିର୍ବାଚନରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ େକନ୍ଦ୍ର ସରକାର େଦଶ ସାମ୍ନାରେ ସାମଗ୍ରିକ ଅର୍ଥନୀତି, ବିକାଶ ଓ କାର୍ଯ୍ୟକ୍ରମ ବନାମ ବଜେଟ୍ େଯଉଁ ରୂପରେଖ ରଖିଛନ୍ତି, ତାହା ଧନୀ, ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ବର୍ଗଙ୍କୁ ଆଚମ୍ବିତ କରିଛି। ଗୋଟିଏ ପଟେ ଅର୍ଥମନ୍ତ୍ରୀ ଗାଁ, ଗରିବ, କୃଷକ ଓ ମହିଳାଙ୍କୁ େଫାକସ କଥା କହିଛନ୍ତି। ହେଲେ ନା ଜନସାଧାରଣଙ୍କୁ ଖୁସି କରିବା ପାଇଁ କିଛି ଆଖିଦୃଶିଆ ପଦକ୍ଷେପ ସଂପର୍କରେ ସୂଚନା ଦିଆଯାଇଛି ନା ଅର୍ଥନୀତିକୁ ସୁଦୃଢ଼ କରିବା ଭଳି ସେମିତି କିଛି ଦୃଢ଼ ସଂସ୍କାରମୂଳକ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି। ବରଂ ବଜେଟକୁ ନିରେଖି ଦେଖିଲେ, କେଉଁଠି ନା େକଉଁଠି ଧରାପଡିଯାଉଛି, ଅର୍ଥମନ୍ତ୍ରୀ ଆର୍ଥିକ ଦୃଷ୍ଟିରୁ ଦାୟିତ୍ବଶୀଳ ରାଷ୍ଟ୍ରରେ ପରିଣତ କରିବା ଓ ମନ୍ଥର ଅର୍ଥନୀତିକୁ ପ୍ରୋତ୍ସାହନ ଦେବା ଉପରେ ବିେଶଷ ଗୁରୁତ୍ବ ଦେଇଛନ୍ତି।
ଦୀର୍ଘ ଦୁଇ ଘଣ୍ଟା ପନ୍ଦର ମିନିଟର ଲମ୍ବା ବଜେଟ୍ ଭାଷଣରେ ନିର୍ମଳା ବଡ଼ ଧରଣର କୌଣସି ଗୋଟିଏ ହେଲେ ବି ଯୋଜନା ଘୋଷଣା କରିନାହାନ୍ତି। ତେବେ ଭିତ୍ତିଭୂମିର ବିକାଶ ପାଇଁ ଅଧିକ ଅର୍ଥ ଖର୍ଚ୍ଚ କରାଯିବ ଏବଂ ବ୍ୟାଙ୍କ ପୁଞ୍ଜୀକରଣ ଦିଗରେ ଅଧିକ ପଦକ୍ଷେପ ନିଆଯିବ ବୋଲି ଆଶ୍ବାସନା େଦଇଛନ୍ତି। ବଜେଟକୁ େଖଳାଇ ଦେଖିଲେ, େଯଉଁ ସୂଚନା ମିଳୁଛି, ସେଥିରେ ୫ବର୍ଷ ଭିତରେ ୧୦୦ ଲକ୍ଷ େକାଟି ଟଙ୍କା ଏ େକ୍ଷତ୍ରରେ ବିନିେଯାଗ ଲକ୍ଷ୍ୟ ରଖାଯାଇଛି। ନିର୍ଦିଷ୍ଟ କି କି େକ୍ଷତ୍ରରେ ପୁଂଜିନିବେଶ ପାଇଁ େକନ୍ଦ୍ର ସରକାର ବିଚାର କରୁଛନ୍ତି, େସ େନଇ ଠୋସ୍ କିଛି ସୂଚନା ଦିଆଯାଇନାହିଁ।
ଅର୍ଥମନ୍ତ୍ରୀ ନଗଦ ଅଭାବ ଜନିତ ସମସ୍ୟାରେ ଘାଣ୍ଟି ହେଉଥିବା ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ ପ୍ରତିଷ୍ଠାନ ବା ଏନବିଏଫସି ଗୁଡ଼ିକ ପାଇଁ ବଜେଟରେ ଏକ ସ୍ବତନ୍ତ୍ର ନଗଦ ୱିଣ୍ଡୋ େଖାଲିଛନ୍ତି। ସୂଚାଇଛନ୍ତି, ଏହି କ୍ଷେତ୍ର ପାଇଁ ଆଗାମୀ ଦିନରେ ନିୟାମକ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ। ଟିକସ କ୍ଷେତ୍ରରେ ନିର୍ମଳାଙ୍କର ଭିନ୍ନ ଏକ ବିଚାରାଧାରା ଅର୍ଥନୀତିଜ୍ଞମାନଙ୍କୁ ଆେଲାଚନା ପାଇଁ ଯଥେଷ୍ଟ େଖାରାକ େଯାଗାଇଛି। ଆୟକର ସ୍ଲାବ ଅପରିବର୍ତିତ ରହିଛି। କିନ୍ତୁ ସରଚାର୍ଜ ବୃଦ୍ଧି କରି ଧନୀଙ୍କ ଉପରେ ଅଧିକ ଟିକସ ବୋଝ ଲଦିଛନ୍ତି। ସେହିପରି ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ଆର୍ଥିକ େମରୁଦଣ୍ଡକୁ ଦୋହଲାଇ ଦେବାଭଳି ପିଟୁଣୀ ଟିକସ ଆଦାୟ ହେବ। ପେଟ୍ରୋଲ ଓ ଡିଜେଲ ଉପରେ ଅତିରିକ୍ତ ଉତ୍ପାଦନ ଶୁଳ୍କ ଏବଂ ଭିତ୍ତିଭୂମି ତଥା ସଡକ େସସ୍ ବାବଦରେ ଲିଟର ପିଛା ୧ ଟଙ୍କା ଲେଖାଏଁ (ମୋଟ ୨ ଟଙ୍କା) ବୃଦ୍ଧି କରାଯାଇଛି। େକନ୍ଦ୍ର ସରକାର ହିସାବ କରିଛନ୍ତି, ଏହାଦ୍ବାରା ସେମାନେ ୨୮ ହଜାର େକାଟି ଟଙ୍କା ପାଖାପାଖି ରାଜସ୍ବ ପାଇବେ। ଏହିଭଳି େକନ୍ଦ୍ର ସରକାର ପ୍ରତି ୧ ଟଙ୍କାରେ େରାଜଗାରରେ ୬୮ ପଇସା ଟିକସ େକ୍ଷତ୍ରରୁ ଅର୍ଜନ କରିବା ଲାଗି ବଜେଟରେ ବ୍ୟବସ୍ଥା କରିଛନ୍ତି। କୌତୂହଳର କଥା, େକନ୍ଦ୍ର ସରକାର େଯଉଁ ସେସ୍ ଆଦାୟ କରିବେ, ସେଥିରେ ରାଜ୍ୟ ସରକାରମାନଙ୍କର ଭାଗ ନାହିଁ। େକନ୍ଦ୍ର େଯମିତି ଚାହିଁବ, ସେମିତି ଖର୍ଚ୍ଚ କରିବ ଓ ନିଜ ମର୍ଜିରେ ରାଜ୍ୟମାନଙ୍କୁ ଟଙ୍କା ବାଣ୍ଟିବ।
େକନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି, ୨୦୨୦ ମାର୍ଚ୍ଚ ୩୧ ମଧ୍ୟରେ ୪୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଗୃହ କିଣିଲେ କ୍ରେତା ଏ ବାବଦରେ ପରିଶୋଧ କରୁଥିବା ଋଣ ସୁଧ ଉପରେ ଅତିରିକ୍ତ ଦେଢ଼ ଲକ୍ଷ ଟଙ୍କାର ରିହାତି ପାଇବେ। ଯେଉଁ କମ୍ପାନି ମାନଙ୍କର ବାର୍ଷିକ ଆୟ ୪୦୦ କୋଟି ଟଙ୍କା ବା ଅଧିକ ସେମାନେ ୨୫% କର୍ପୋରେଟ୍ ଟିକସ ସ୍ଲାବରେ ସାମିଲ ହେବେ। ପୂର୍ବରୁ ଟିକସ ୩୦% ଓ ଆୟ ୨୫୦ େକାଟି ଟଙ୍କା ଥିଲା। ସେହିଭଳି ଅର୍ଥମନ୍ତ୍ରୀ ୧ ଟଙ୍କିଆ, ୨ ଟଙ୍କିଆ, ୫ ଟଙ୍କିଆ, ୧୦ ଟଙ୍କିଆ ଓ ୨୦ ଟଙ୍କିଆ ମୁଦ୍ରା ନୂଆ ରୂପରେ ପ୍ରଚଳନ କରାଯିବ େବାଲି ସୂଚନା େଦଇଛନ୍ତି ଓ ୬୦ ବର୍ଷ ହେବା ପରେ ଉଠା ଓ ଛୋଟ ଦୋକାନୀଙ୍କୁ ୩ ହଜାର ଟଙ୍କାର ମାସିକ ପେନସନ ଦିଆଯିବ େବାଲି େଘାଷଣା କରିଛନ୍ତି।
ଅର୍ଥମନ୍ତ୍ରୀ ଚଳିତ ଆର୍ଥିକ ବର୍ଷରେ ଖର୍ଚ୍ଚ ବାବଦ ଅର୍ଥ ସଂଗ୍ରହ ପାଇଁ ୭.୧ ଲକ୍ଷ କୋଟି ଟଙ୍କାର ଋଣ କରିବେ ବୋଲି ଦର୍ଶାଇଛନ୍ତି। ସେହିଭଳି ରାଜସ୍ବ ଆଦାୟ କ୍ଷେତ୍ରରେ ସରକାର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡ଼ିକରୁ ୫୭,୪୮୭ କୋଟି ଟଙ୍କା, ମୋଟ ଟିକସ ରାଜସ୍ବ ବାବଦରେ ୨୪ ଲକ୍ଷ ୬୦ ହଜାର କୋଟି ଟଙ୍କା ଏବଂ ନିଟ୍ ଟିକସ ରାଜସ୍ବ ବାବଦରେ ୧୬ ଲକ୍ଷ ୪୯ ହଜାର କୋଟି ଟଙ୍କା ଆଦାୟ ଲକ୍ଷ୍ୟ ରଖିଛନ୍ତି। ମୋଟ ବ୍ୟୟରାଶି ୨୭ ଲକ୍ଷ ୮୬ ହଜାର କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ଏଥିରୁ କେବଳ ପେନସନ ବାଦରେ ୧ ଲକ୍ଷ ୭୪ ହଜାର କୋଟି ବ୍ୟୟ କରାଯିବ। ଅର୍ଥମନ୍ତ୍ରୀ ତାଙ୍କ ବଜେଟ ଭାଷଣରେ ଦେଶର ବିଭିନ୍ନ କ୍ଷେତ୍ରକୁ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ପାଇଁ ଉନ୍ମୁକ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି, ବିମାନସେବା, ଗଣମାଧ୍ୟମ ଏବଂ ବୀମା କ୍ଷେତ୍ରକୁ ଅଧିକ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ଲାଗି ଉନ୍ମୁକ୍ତ କରାଯିବ। ବୀମା କ୍ଷେତ୍ରର ଇଣ୍ଟରମିଡିଆରିଜ୍ କ୍ଷେତ୍ରରେ ୧୦୦ ପ୍ରତିଶତ ବିଦେଶୀ ମାଲିକାନାକୁ ଅନୁମତି ଦିଆଯିବ। ଏକକ ବ୍ରାଣ୍ଡ୍ ସାମଗ୍ରୀ ବିକ୍ରି କରୁଥିବା ରିଟେଲରମାନଙ୍କ ପାଇଁ ରହିଥିବା ସ୍ଥାନୀୟ ସୋର୍ସିଂ ନିୟମ ବା ସ୍ଥାନୀୟ ବଜାରରୁ ସଂଗ୍ରହ ନିୟମକୁ କୋହଳ କରାଯିବ। ବୀମା କ୍ଷେତ୍ରରେ ଏବେ ୪୯ ପ୍ରତିଶତ ଏଫଡିଆଇକୁ ଅନୁମତି ପ୍ରଦାନ କରାଯାଇଛି। ଅନ୍ତରୀଣ ବଜେଟରେ ପ୍ରତ୍ୟକ୍ଷ ଟିକସ କ୍ଷେତ୍ରରେ ପରିବର୍ତ୍ତନ ଘୋଷଣା କରାଯାଇ ତାହାକୁ କାର୍ଯ୍ୟକାରୀ କରାଯାଉଥିବାରୁ ପୂର୍ଣ୍ଣାଙ୍ଗ ବଜେଟରେ ଏଥିରେ କୌଣସି ବଡ଼ ଧରଣର ପରିବର୍ତ୍ତନ ଅଣାଯାଇନାହିଁ।
ଏହାବ୍ୟତୀତ ପ୍ରତ୍ୟକ୍ଷ ଟିକସ ଆଇନରେ ସଂଶୋଧନ ଲାଗି ଗଠିତ କମିଟି ଚଳିତମାସରେ ଏହାର ରିପୋର୍ଟ ଦାଖଲ କରିବାକୁ ଥିବାରୁ ଏଥିରେ ସାମାନ୍ୟ ପରିବର୍ତ୍ତନ ଅର୍ଥମନ୍ତ୍ରୀ ଆଣିଛନ୍ତି। ଅନ୍ତରୀଣ ବଜେଟରେ କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ବିତ୍ତୀୟ ନିଅଣ୍ଟ ଜିଡିପିର ୩.୪ ପ୍ରତିଶତ ରହିବ ବୋଲି ଆକଳନ କରିଥିଲେ। କିନ୍ତୁ ନିର୍ମଳା ପୂର୍ଣ୍ଣାଙ୍ଗ ବଜେଟରେ ଏହି ଲକ୍ଷ୍ୟକୁ ଜିଡିପିର ୩.୩ ପ୍ରତିଶତରେ ରଖିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଅନ୍ତରୀଣ ବଜେଟରେ ଟିକସ ଆଦାୟ ଲକ୍ଷ୍ୟ ୨୫ ଲକ୍ଷ ୫୨ ହଜାର କୋଟି ଟଙ୍କା ରଖାଯାଇଥିଲା। ପୂର୍ଣ୍ଣାଙ୍ଗ ବଜେଟରେ ଏହି ଲକ୍ଷ୍ୟକୁ ୨୪ ଲକ୍ଷ ୬୧ ହଜାର କୋଟି ଟଙ୍କାକୁ କମାଇ ଦିଆଯାଇଥିଲେ ବି ବିତ୍ତୀୟ ନିଅଣ୍ଟ ହ୍ରାସ ପାଇବ ବୋଲି କୁହାଯାଇଛି। ବଣ୍ଡ୍ ଜାରି କରି ସରକାର ବ୍ୟାଙ୍କ ଗୁଡ଼ିକୁ ପ୍ରାୟ ୭୦ ହଜାର କୋଟି ଟଙ୍କା ପୁଞ୍ଜୀକରଣ ବାବଦରେ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଆଗାମୀ ଦିନରେ ଶ୍ରମ ସଂସ୍କାର ନେଇ ପଦକ୍ଷେପ ନିଆଯିବ ବୋଲି ନିର୍ମଳା ଆଭାସ ଦେଇଥିଲେ ମଧ୍ୟ ମେକ୍ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହନ ଦେବା ସହିତ ଉତ୍ପାଦନ କ୍ଷେତ୍ରରେ ଅଧିକ ନିଯୁକ୍ତି ସୃଷ୍ଟି କରିବା ନିମନ୍ତେ କୌଣସି ଠୋସ୍ ପଦକ୍ଷେପ ନେଇନାହାନ୍ତି।