୨୬ ବର୍ଷ ପରେ ଦ୍ବିତୀୟ ଶ୍ରୀକ୍ଷେତ୍ରରେ ଦେବଦୁର୍ଲଭ ନାଗାର୍ଜୁନ ବେଶ

Spread the love

ବାରିପଦା, 27,.11.2020(ଲିଙ୍ଗରାଜ ପଣ୍ଡା): ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ୨୬ ବର୍ଷ ପରେ ହେବ ଦେବଦୁର୍ଲଭ ନାଗାର୍ଜୁନ ବେଶ ମାତ୍ର ଏହି ବେଶକୁ ଦର୍ଶନ କରିବାରୁ ବଞ୍ଚିତ ହେବେ ଭକ୍ତା କରୋନା କଟକଣା କାରଣରୁ କେବଳ ବିଧି ମୁତାବକ ସେବାୟତ ଏବଂ ବେଶ କାରିଗରମାନେ ଏହି ବେଶ ପ୍ରସ୍ତୁତ କରିବେ ଭକ୍ତଙ୍କ ପାଇଁ ମହାପ୍ରଭୁଙ୍କ ଏହି ବହୁପ୍ରତିକ୍ଷୀତ ବେଶ ଦର୍ଶନରେ କରୋନା ମହାମାରୀ ଅନ୍ତରାୟ ସୃଷ୍ଟି କରିଛି। କୌଣସି ଲୋକଙ୍କୁ ମନ୍ଦିର ନିକଟକୁ ଯିବାରୁ ବାରଣ କରିବା ନିମନ୍ତେ ମନ୍ଦିର ଚାରିପଟେ ଆଜିଠାରୁ ୧୪୪ ଧାରା ଲାଗୁ କରାଯାଇଛି। ଅମ୍ବିକା ମନ୍ଦିର ଏବଂ ଶ୍ରୀଶ୍ରୀ ହରିବଳଦେବଜିଉ ମନ୍ଦିର ଚାରିପଟେ ୧୪୪ ଧାରା ପଞ୍ଚୁକ ସରିବା ପର୍ଯ୍ୟନ୍ତ ବଳବତ୍ତର ରହିବା ନେଇ ବାରିପଦା ଉପଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟ ଅବୈଷା ରେଢୀ ସୂଚନା ଦେଇଛନ୍ତି। ଏହି କଟକଣା ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ଲାଗୁ ରହିବା । ଚଳିତ ବର୍ଷ ପଞ୍ଚୁକ ୫ ଦିନ ପରିବର୍ତେ ଛଅ ଦିନ ପଡ଼ିଛି। ଦ୍ଵାଦଶୀ ତିଥି ଦୁଇଦିନ ପଡ଼ିଥିବାରୁ ଚଳିତ ବର୍ଷ ନାଗାର୍ଜୁନ ବେଶ । ଦ୍ବିତୀୟ ଦ୍ଵାଦଶୀ ଅର୍ଥାତ ଆସନ୍ତାକାଲି ଶ୍ରୀଶ୍ରୀ ହରିବଳଦେବଜିଉଙ୍କ ପୀଠରେ ହେବା ଏଠାରେ ଚତୁର୍ଦ୍ଧାମୂତ୍ତଙ୍କ ମହାଦୁର୍ଲଭ ନାଗାର୍ଜୁନ ବେଶ ୧୯୯୬ ମସିହାରେ । ଅନୁଷ୍ଠିତ ହୋଇଥିଲା । ଏତେ ବର୍ଷର ଅନ୍ତର ପରେ ଆସନ୍ତାକାଲି( ଶୁକ୍ରବାର) ଏହି ବେଶହେବା ଏହାକୁ ନେଇ ସେବାୟତ ମହଲରେ । ଉତ୍କଣ୍ଠା ରହିଛି। ବେଶକାରିଗର ହରେକୃଷ୍ଣ ରଣା ଏହି ବେଶ ନିମନ୍ତେ ଆବଶ୍ୟକୀୟସାଜ ସରଞ୍ଜାମ ପ୍ରସ୍ତୁତ କରୁଛନ୍ତି। ଏହି ବେଶପ୍ରସ୍ତୁତରେ ସେବାୟତ ପ୍ରଦୀପ କୁମାର ପଣ୍ଡା, . ଜୟନ୍ତ ତ୍ରୀପାଠୀ, ବିମଳଲୋଚନ ଦେଓଗରିଆ ପ୍ରମୁଖ ସହଯୋଗ କରିବେ ମହାପ୍ରଭୁଙ୍କ ଏହିବେଶ ଆସନ୍ତାକାଲି ସନ୍ଧ୍ୟାରୁ ଆରମ୍ଭ ହୋଇ । ଶନିବାର ମଧ୍ୟାହ୍ନ ପର୍ଯ୍ୟନ୍ତ ରହିବା ରତ୍ନ ସିଂହାସନରେ ଏହି ବେଶ କରାଯିବା ପଞ୍ଚୁକ ଛଅ ଦିନ କାରଣରୁ ଗତକାଲି(ବୁଧବାର)ଠାରୁ । ଚତୁର୍ଦ୍ଧାମୂତ୍ତଙ୍କ ବେଶ ଆରମ୍ଭ ହୋଇସାରିଛି। ଗତକାଲି ରୂପା ବେଶରେ ସଜ୍ଜିତ ହୋଇଥିଲେ ଠାକୁର। ଆଜି ଫୁଲଚୁଳିଆ (ଦ୍ଵାଦଶୀ ବେଶ), ଶୁକ୍ରବାର (ଦ୍ଵାଦଶୀର ଦ୍ବିତୀୟ ଦିନ) ନାଗାର୍ଜୁନ । ବେଶ, ତ୍ରୟୋଦଶୀ(ଶନିବାର) ରାଇ ଦାମୋଦର ବେଶ, ଚତୁର୍ଦ୍ଦଶୀ(ରବିବାର) ରାଜରାଜେଶ୍ଵର ବେଶ, ପଞ୍ଚମୀ(ସୋମବାର) ପୁନେଇଁ ଚୁଳୀ ବେଶରେ ସଜ୍ଜିତ ହେବେ। ମହାପ୍ରଭୁ ଠାକୁରଙ୍କ ବେଶ ସହିତ ସମସ୍ତ ବିଧି ଅନୁପାଳନ ନିମନ୍ତେ ପ୍ରଶାସନ ସମସ୍ତ ସହଯୋଗ କରିବାନେଇ , ସହମତି – ପ୍ରଦାନ କରିଥିବା କହିଛନ୍ତି ଛଅ ଦିନ କାରଣରୁ ଗତକାଲି(ବୁଧବାର)ଠାରୁ । ଚତୁର୍ଦ୍ଧାମୂତ୍ତଙ୍କ ବେଶ ଆରମ୍ଭ ହୋଇସାରିଛି। ଗତକାଲି ରୂପା ବେଶରେ ସଜ୍ଜିତ ହୋଇଥିଲେ ଠାକୁର। ଆଜି ଫୁଲଚୁଳିଆ (ଦ୍ଵାଦଶୀ ବେଶ), ଶୁକ୍ରବାର (ଦ୍ଵାଦଶୀର ଦ୍ବିତୀୟ ଦିନ) ନାଗାର୍ଜୁନ । ବେଶ, ତ୍ରୟୋଦଶୀ(ଶନିବାର) ରାଇ ଦାମୋଦର ବେଶ, ଚତୁର୍ଦ୍ଦଶୀ(ରବିବାର) ରାଜରାଜେଶ୍ଵର ବେଶ, ପଞ୍ଚମୀ(ସୋମବାର) ପୁନେଇଁ ଚୁଳୀ ବେଶରେ ସଜ୍ଜିତ ହେବେ ମହାପ୍ରଭୁ ଠାକୁରଙ୍କ ବେଶ ସହିତ ସମସ୍ତ ବିଧି ଅନୁପାଳନ ନିମନ୍ତେ ପ୍ରଶାସନସମସ୍ତ ସହଯୋଗ ସହମତି – ପ୍ରଦାନ କରିଥିବା କହିଛନ୍ତି ଉପଜିଲ୍ଲାପାଳ

Related Posts

About The Author

Add Comment