ଦୁନିଆର ସବୁଠାରୁ ପୁରୁଣା ଏହି ବୌଦ୍ଧ ସ୍ତୁପର ବିଶେଷତ୍ୱ ହେଲା ଏଠାରେ ଭଗବାନ ବୁଦ୍ଧଙ୍କର ୮ଟି କେଶ ରଖାଯାଇଛି | ଏହି ମନ୍ଦିରକୁ ୨୬୦୦ ବର୍ଷ ପୁରୁଣା ବୋଲି କୁହାଯାଏ | କିନ୍ତୁ ମନ୍ଦିର କେବେ ତିଆରି ହୋଇଥିଲା ତାର କିଛି ସଠିକ ତଥ୍ୟର ପ୍ରମାଣ ଆଜି ଯାଏଁ ମିଳିନାହିଁ |
ମିଆଁମାରର ସବୁଠାରୁ ରୋମାଞ୍ଚକ କଥା ହେଲା ଏଠାକାର ପଡାଓଙ୍ଗ ସମ୍ପ୍ରଦାୟର ମହିଳାମାନେ ନିଜ ବେକକୁ ସୁନ୍ଦର ଓ ଲମ୍ବା କରିବା ପାଇଁ ୫ ବର୍ଷ ବୟସରୁ ଧାତୁରେ ତିଆରି ଏକ ପ୍ରକାର ଚୁଡ଼ି ପିନ୍ଧିଥାନ୍ତି |
ଏହି ଦେଶର ଆଉ ଏକ ରୋମାଞ୍ଚକ କଥା ହେଲା ଏଠାକାର ଗର୍ଭବତୀ ମହିଳାମାନଙ୍କୁ କଦଳୀ ଓ ଲଙ୍କା ଖାଇବାକୁ ଦିଆଯାଇନାହିଁ |
ତେବେ ଗର୍ଭବତୀ ମହିଳାମାନେ କଦଳୀ ଖାଇଲେ ଗର୍ଭସ୍ଥ ଶିଶୁର ଆକାର ବହୁତ ବଡ ହୋଇଯାଇଥାଏ ଏବଂ ଲଙ୍କା ଖାଇଲେ ମୁଣ୍ଡରେ କେଶ ବୃଦ୍ଧିକୁ ରୋକି ଦେଇଥାଏ ବୋଲି ବିଶ୍ୱାସ ରହିଛି |