୨୪ ଘଣ୍ଟାରେ ୧୧, ୫୦୨ ନୂଆ ଆକ୍ରାନ୍ତ

Spread the love

ନୂଆ ଦିଲ୍ଲୀ, ୧୫/୦୬/୨୦ (ସନ୍ଧାନ ନିଉଜ) : ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଡ୍ୟାସବୋର୍ଡ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧, ୫୦୨ ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭାରତରେ କରୋନା ଭାଇରସ୍‌ରେ ମୋଟ ଆକ୍ରାନ୍ତ ୩୩୨, ୪୨୪ ରେ ପହଞ୍ଚିଛି। କରୋନାଭାଇରସ୍ ରୋଗ କାରଣରୁ ମୃତ୍ୟୁ ସଂଖ୍ୟା ୯୫୨୦ ରେ ପହଞ୍ଚିଛି।

ଏହି ସଂଖ୍ୟା ବଢ଼ିବାରେ ଲାଗିଥିବାବେଳେ ଏହି ରୋଗରୁ ମୁକ୍ତି ପାଇଥିବା ଲୋକଙ୍କ ସଂଖ୍ୟାରେ ମଧ୍ୟ ଉନ୍ନତି ଘଟିଛି। ସୋମବାର ସୁଦ୍ଧା ୧୬୯, ୭୯୭ ଅର୍ଥାତ୍ ୫୦% ରୁ ଅଧିକ ଲୋକ ଏହି ଭୂତାଣୁ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ଏବଂ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି।

ଆମେରିକାର ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ବିଶ୍ୱସ୍ତରରେ ୭.୮ ନିୟୁତ ଲୋକ କରୋନା ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି। ଏବଂ ୪୩୨, ୬୩୨ ଜଣଙ୍କର ମୃତ୍ୟୁ ହୋଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩୨୫ ମୃତ୍ୟୁ ହେବାପରେ କରୋନାଭାଇରସ୍ ସମ୍ବନ୍ଧୀୟ ମୃତ୍ୟୁ ସଂଖ୍ୟା ୯୫୨୦ କୁ ବୃଦ୍ଧି ପାଇଛି।

Related Posts

About The Author

Add Comment