୨୪ତମ ସୁନ୍ଦରିଆ ପ୍ରିମିୟର ଲିଗ୍ ଉଦଯାପିତ: ଆରୁହାକୁ ହରାଇ ବାଘସାହି ଚାମ୍ପିଆନ

Spread the love

ଯାଜପୁର, ୧୪/୧ (ସନ୍ଧାନ ନିୟୁଜ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ସୁନ୍ଦରିଆ ନିୟୁ ଲାଇଫ ୟୁଥ କ୍ଲବ ପକ୍ଷରୁ ମା ମୋତେଇ ପଡିଆରେ ଚାଲିଥିବା ୨୪ତମ ସୁନ୍ଦରିଆ ପ୍ରିମିୟର ଲିଗ୍ର ଉଦ୍ୟାପତି ହୋଇଯାଇଛି । ପ୍ରଥମ ଟଚ ଜିତି ଆରୁହା ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ଓଭରରେ ୧୦ୱକେଟ ହରଇ ୧୧୮ରନ୍ ସଂଗ୍ରହ କରିଥିବା ବେଳେ ଦଳ ପକ୍ଷରୁ ରାଜେଶ ଖୁଂଟିଆ ୩୫ବଲରେ୫୦ରନ୍ ଏବଂ ସିପା ସାମଲ ୧୫ବଲରେ ୨୧ରନ୍ ସଂଗ୍ରହ କରିଥିଲେ । ବିପକ୍ଷ ଦଳର ବୋଲର ସ୍ୱାଧୀନ ସାହୁ ୩ଟି ୱକେଟ ଏବଂ ସନ୍ତୋଷ ରାଉତ ୨ଟି ୱକେଟ୍ ଅକ୍ତିଆର କରିଥିଲେ । ଜବାବରେ ବାଘସାହି ଦଳ ୧୦ ଓଭର ମଧ୍ୟରେ ୱକେଟ ନହରାଇ ୧୧୯ ରନ୍ କରି ବିଜୟ ଲାଭ କରିଥିଲା । ଦଳ ପକ୍ଷରୁ ସରୋଜ ଜେନା ୨୯ବଲରେ ୭୩ରନ୍ ଏବଂ ନିଶିକାନ୍ତ ରାଉତ ୨୬ବଲରେ ୪୧ରନ୍ ସଂଗ୍ରହ କରିିଥିଲେ । ବିପକ୍ଷ ଦଳର ବୋଲର ଜିତେନ୍ଦ୍ର ସାମଲ ଏବଂ ଦେବୀ ନାୟକ ଭଲ ବୋଲିଂ କରିଥିଲେ ମଧ୍ୟ ସଫଳାତା ପାଇନଥିଲେ । ପରେ ପୁରସ୍କାର ବିତରଣ ଉସôବରେ ମୁଖ୍ୟ ଅତିଥି ଭାବେ ଅଂଶୁମାନ ମେମୋରିଆଲ ଟୁର୍ଣ୍ଣାମେଂଟର ଉପସଭାପତି ହିମାଂଶୁ ସାହୁ ସମ୍ମାନୀତ ଅତିଥି ଭାବେ ଓଲିଉଡ୍ ର ନାୟକା ଶୀବାନୀ ସଂଗୀତା, ଧର୍ମଶାଳା ଥାନା ଅଧିକାରୀ ଉମାକାନ୍ତ ନାୟକ, ସମାଜସେବୀ ରୁପେଶ ଭଦ୍ର , ଏଲିନା ଦାସ, ଯାତ୍ରା ଜଗତର ଅଭିନେତ୍ରୀ ମାମା, ବନମାଳି ସେନାପତି, ଅଛମ୍ବର ସାହୁ, ପୂର୍ବତନ ସମିତସଭ୍ୟ ସେକ୍ ଅସଲାମ ଅଲ୍ଳୀ, ହମନ୍ତ ଜେନା ପ୍ରମୁଖ ଯୋଗଦେଇ ଉଭୟ ଦଳକୁ ଟ୍ରଫି ଏବଂ ନଗଦ ଅର୍ଥରାଶି ପ୍ରଦାନ କରିଥିଲେ । ଆଜର ଖେଳକୁ ଅତିଥି ଭାବେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଉଦଘାଟନ କରି ଖେଳାଳୀଙ୍କୁ ପ୍ରେସôାହିତ କରିଥିଲେ ।

Related Posts

About The Author

Add Comment