୨୪ତମ ସୁନ୍ଦରିଆ ପ୍ରିମିୟର ଲିଗ୍: ଅରାବଳକୁ ହରାଇ ବାଘସାହି ଫାଇନାଲରେ

Spread the love

ଯାଜପୁର, ୧୦/୧ (ସନ୍ଧାନ ନିୟୁଜ/ମାନସ ରାଉତ)  ଧର୍ମଶାଳା ବ୍ଲକ ଅନ୍ତର୍ଗତ ସୁନ୍ଦରିଆ ନିୟୁ ଲାଇଫ ୟୁଥ କ୍ଲବ ପକ୍ଷରୁ ମା ମୋତେଇ ପଡିଆରେ ଚାଲିଥିବା ୨୪ତମ ସୁନ୍ଦରିଆ ପ୍ରିମିୟର ଲିଗ୍ର ୮ମ ଦିବସରେ ଅରାବଳକୁ ହରାଇ ବାଘସାହି ଫାଇନାଲରେ ପ୍ରବେଶ କରିଛି । ପ୍ରଥମ ଟଚ ଜିତି ବାଘସାହି ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ଓଭରରେ ୫ୱକେଟ ହରଇ ୨୮୫ରନ୍ ସଂଗ୍ରହ କରିଥିବା ବେଳେ ଦଳ ପକ୍ଷରୁ ସରୋଜ ଜେନା ୪୨ବଲରେ ୧୧୩ରନ୍ ଏବଂ ଇମରାନ ଖାଁ ୨୯ବଲରେ ୮୪ରନ୍ ସଂଗ୍ରହ କରିଥିଲେ । ବିପକ୍ଷ ଦଳର ବୋଲର ସନ୍ତୋଷ ସର ୪ଓଭରରେ ୬୩ରନ୍ ଦେଇ ୨ଟି ୱକେଟ ଏବଂ ସେକ୍ ସୋନୁ ୩ଓଭରରେ ୩୭ରନ୍ ଦେଇ ୧ଟି ୱକେଟ୍ ଅକ୍ତିଆର କରିଥିଲେ ।

ଜବାବରେ ଅରାବଳ ଦଳ ୧୮.୩ ଓଭର ମଧ୍ୟରେ ସମସ୍ତ ୱକେଟ ହରାଇ ମାତ୍ର ୨୧୬ରନ୍ କରିପାରି ପରାଜୟ ବରଣ କରିଥିଲା । ଦଳ ପକ୍ଷରୁ ସୁବ୍ରତ ପାଳ ୩୫ବଲରେ ୯୦ରନ୍ ଏବଂ ଶକ୍ତିନନ୍ଦନ ରାୟ ୧୭ବଲରେ ୩୦ରନ୍ ସଂଗ୍ରହ କରିିଥିଲେ । ବିପକ୍ଷ ଦଳର ବୋଲର ସ୍ୱାଧିନ ସାହୁ ୩.୩ ଓଭରରେ ୪୫ରନ୍ ଦେଇ ୩ଟି ୱକେଟ ଏବଂ ସନ୍ତୋଷ ରାଉତ ୪ଓଭରରେ ୩୯ରନ୍ ଦେଇ ୨ଟି ୱକେଟ ଅକ୍ତିଆର କରିଥିଲେ । ବାଘସାହିର ସନ୍ତୋଷ ଜେନାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ବିବେଚନା କରାଯାଇଥିଲା । ଅତିଥି ଭାବରେ କ୍ରୀଡାବିତ୍ ରାଜେଶ ଭଦ୍ର ଯୋଗଦେଇ ଟ୍ରଫି ପ୍ରଦାନ କରିଥିଲେ ।

ଆଜିର ଖେଳକୁ ଅଭିଶେକ୍ ବେହେରା , ମୃତୁ୍ୟଞ୍ଜୟ ବରାଳ ପରିଚାଳନା କରିଥିବା ବେଳେ ରମେଶ ମହାରଣା,ତାପସ ପୃଷ୍ଟି,ଶିବ ପ୍ରସାଦ ବରିକ, ଶ୍ରୀକାନ୍ତ ଦାସ ପ୍ରମୁଖ ଧାରାବାହିକ ବିବରଣୀ ପ୍ରଦାନ କରିବା ସହିତ ସହଯୋଗ କରିଥିଲେ । ଆସନ୍ତା କାଲି ଆରୁହା ସହିତ ଗଙ୍ଗାଧରପୁର ମଧ୍ୟରେ ୨ୟ ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ନିୟୁ ଲାଇଫ ୟଥ୍ କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି ।

Related Posts

About The Author

Add Comment