୨୪ତମ ସୁନ୍ଦରିଆ ପ୍ରିମିୟର ଲିଗ୍: ନିଳାମ୍ବରପୁରକୁ ହରାଇ ବାଘସାହି ସେମିରେ

Spread the love

ଯାଜପୁର, ୮/୧ (ସନ୍ଧାନ ନିୟୁଜ/ମାନସ ରାଉତ): ଧର୍ମଶାଳା ବ୍ଲକ ଅନ୍ତର୍ଗତ ସୁନ୍ଦରିଆ ନିୟୁ ଲାଇଫ ୟୁଥ କ୍ଲବ ପକ୍ଷରୁ ମା ମୋତେଇ ପଡିଆରେ ଚାଲିଥିବା ୨୪ତମ ସୁନ୍ଦରିଆ ପ୍ରିମିୟର ଲିଗ୍ର ୭ମ ଦିବସରେ ନିଳାମ୍ବରପୁରକୁ ହରାଇ ବାଘସାହି ସେମିରେ ପ୍ରବେଶ କରିଛି । ପ୍ରଥମ ଟଚ ଜିତି ବାଘସାହି ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ଓଭରରେ ୭ୱକେଟ ହରଇ ୨୪୩ରନ୍ ସଂଗ୍ରହ କରିଥିବା ବେଳେ ଦଳ ପକ୍ଷରୁ ଇମରାନ ଖାଁ ୪୩ବଲରେ ୮୨ରନ୍ ଏବଂ ସୁବ୍ରତ ରାଉତ୨୨ବଲରେ ୬୨ରନ୍ ସଂଗ୍ରହ କରିଥିଲେ । ବିପକ୍ଷ ଦଳର ବୋଲର ଅଭିଳାସ ନାୟକ ୪ଓଭରରେ ୩୮ରନ୍ ଦେଇ ୨ଟି ୱକେଟ ଏବଂ ଅମିୟ ଲେଙ୍କା ୪ଓଭରରେ ୪୩ରନ୍ ଦେଇ ୧ଟି ୱକେଟ୍ ଅକ୍ତିଆର କରିଥିଲେ । ଜବାବରେ ନିଳାମ୍ବରପୁର ଦଳ ୧୯.୨ ଓଭର ମଧ୍ୟରେ ସମସ୍ତ ୱକେଟ ହରାଇ ମାତ୍ର ୧୯୩ରନ୍ କରିପାରି ପରାଜୟ ବରଣ କରିଥିଲା । ଦଳ ପକ୍ଷରୁ ସ୍ମୁତିରଂଜନ ରାଉତ ୨୯ବଲରେ ୭୩ରନ୍ ଏବଂ ସନ୍ତୋଷ ବିଶ୍ୱାଳ ୧୯ବଲରେ ୪୧ରନ୍ ସଂଗ୍ରହ କରିିଥିଲେ । ବିପକ୍ଷ ଦଳର ବୋଲର ସୁବ୍ରତ ରାଉତ ୪ ଓଭରରେ ୨୩ରନ୍ ଦେଇ ୪ଟି ୱକେଟ ଏବଂ ଇମରାନ ଖାଁ ୪ଓଭରରେ ୩୫ରନ୍ ଦେଇ ୨ଟି ୱକେଟ ଅକ୍ତିଆର କରିଥିଲେ । ବାଘସାହିର ଇମରାନ ଖାଁଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ବିବେଚନା କରାଯାଇଥିଲା । ଅତିଥି ଭାବରେ ଜାରାକା ବିଦୁ୍ୟତ ବିଭାଗ କନିଷ୍ଠ ଯନ୍ତ୍ରୀ ଶିବପ୍ରସାଦ ଦାସ ଯୋଗଦେଇ ଟ୍ରଫି ପ୍ରଦାନ କରିଥିଲେ । ଆଜିର ଖେଳକୁ ସୁବ୍ରଜିତ ଦାସ, ବିଜୟ ଦାସ ପରିଚାଳନା କରିଥିବା ବେଳେ ସାଗର ସାମଲ,ରମେଶ ମହାରଣା, ମୃତୁ୍ୟଞ୍ଜୟ ବରଳା. ପ୍ରହଲ୍ଲାଦ ସାହୁ,ପ୍ରକାଶ ଓଝା, ଶ୍ରୀକାନ୍ତ ଦାସ ପ୍ରମୁଖ ଧାରାବାହିତ ବିବରଣୀ ପ୍ରଦାନ କରିବା ସହିତ ସହଯୋଗ କରିଥିଲେ । ଆସନ୍ତା କାଲି ଗଙ୍ଗାଧରପୁର ଏବଂ ଯାଜପୁର ମଧ୍ୟରେ ୪ୟ କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ନିୟୁ ଲାଇଫ ୟଥ୍ କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି ।

Related Posts

About The Author

Add Comment