୨୪ତମ ସୁନ୍ଦରିଆ ପ୍ରିମିୟର ଲିଗ୍: ବମ୍ପୁକୁ ହରାଇ ଆରୁହା ସେମିରେ

Spread the love

ଯାଜପୁର ୭/୧ (ସନ୍ଧାନ ନିୟୁଜ/ମାନସ ରାଉତ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ସୁନ୍ଦରିଆ ନିୟୁ ଲାଇଫ ୟୁଥ କ୍ଲବ ପକ୍ଷରୁ ମା ମୋତେଇ ପଡିଆରେ ଚାଲିଥିବା ୨୪ତମ ସୁନ୍ଦରିଆ ପ୍ରିମିୟର ଲିଗ୍ର ୬ଷ୍ଠ ଦିବସରେ ବମ୍ପୁକୁ ହରାଇ ଅରୁହା ସେମିରେ ପ୍ରବେଶ କରିଛି । ପ୍ରଥମ ଟଚ ଜିତି ଅରୁହା ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ଓଭରରେ ୮ୱକେଟ ହରଇ ୧୪୬ରନ୍ ସଂଗ୍ରହ କରିଥିବା ବେଳେ ଦଳ ପକ୍ଷରୁ ରାଜେଶ ଖଟୁଆ ୨୦ବଲରେ ୩୭ରନ୍ ଏବଂ ସିପା ସମାଲ ୨୭ବଲରେ ୩୬ରନ୍ ସଂଗ୍ରହ କରିଥିଲେ । ବପକ୍ଷ ଦଳର ବୋଲର ଶକ୍ତି କୁମାର ୪ଓଭରରେ ୧୬ରନ୍ ଦେଇ ୩ଟି ୱକେଟ ଏବଂ ରାଜେଶ ଶାନ୍ତି ୪ଓଭରରେ ୨୯ରନ୍ ଦେଇ ୨ଟି ୱକେଟ୍ ଅକ୍ତିଆର କରିଥିଲେ । ଜବାବରେ ବମ୍ପୁ ଦଳ ୧୭.୨ ଓଭର ମଧ୍ୟରେ ସମସ୍ତ ୱକେଟ ହରାଇ ମାତ୍ର ୧୧୪ରନ୍ କରିପାରି ପରାଜୟ ବରଣ କରିଥିଲା । ଦଳ ପକ୍ଷରୁ ରାଜେଶ ଶାନ୍ତି ୨୫ବଲରେ ୨୯ରନ୍ ଏବଂ ରୋସନ ରାୟ ୧୫ବଲରେ ୨୪ରନ୍ ସଂଗ୍ରହ କରିିଥିଲେ । ବିପକ୍ଷ ଦଳର ବୋଲର ଜିତେନ୍ଦ୍ର ସାମଲ ୪ ଓଭରରେ ୧୫ରନ୍ ଦେଇ ୩ଟି ୱକେଟ ଏବଂ ସୁବାଶିଷ ସେନାପତି ୩ଓଭରରେ ୨୧ରନ୍ ଦେଇ ୨ଟି ୱକେଟ ଅକ୍ତିଆର କରିଥିଲେ । ଜିତେନ୍ଦ୍ର ସାମଲଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ବିବେଚନା କରାଯାଇଥିଲା । ଅତିଥି ଭାବରେ ଶିକ୍ଷକ ଅନନ୍ତ ପୃଷ୍ଟି ଯୋଗଦେଇ ଟ୍ରଫି ପ୍ରଦାନ କରିଥିଲେ । ଆଜିର ଖେଳକୁ ଶ୍ରୀକାନ୍ତ ଦାସ, ଅବିଷେକ ବେହେରା ପରିଚାଳନା କରିଥିବା ବେଳେ ସନ୍ଦୀପ ଦାସ, ଶିବ ବାରିକ, ତାପସ ପୃଷ୍ଟି ପ୍ରଶାନ୍ତ ଖିଲାର, ରଂଜନ ଜେନା, ପ୍ରତିଷ ପରିଡା ପ୍ରମୁଖ ଧାରବବରଣୀ ପ୍ରଦାନ କରିଥିଲେ । ଆସନ୍ତା କାଲି ବାଘସାହିତ ସହିତ ନିଳାମ୍ବରପୁର ମଧ୍ୟରେ ୩ୟ କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ନିୟୁ ଲାଇଫ ୟଥ୍ କ୍ଲବ ପକ୍ଷରୁ ସ୍ୱାଗତ ଦାସ ସୂଚନା ଦେଇଛନ୍ତି ।

Related Posts

About The Author

Add Comment