ସୁନ୍ଦରଗଡ଼ ତା:୨୩-୦୨-୨୦୨୬ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ଆଜି ବାଲିଶଙ୍କରା ବ୍ଲକ ସଉନା ମରା ଗ୍ରାମ ପଞ୍ଚାୟତ ର ୨୩ମାଇଲ ଠାରେ ଜାତୀୟ କଂଗ୍ରେସ ପାର୍ଟି ର ବ୍ଲକ ସଭାପତି ଶ୍ରୀ ପିତାମ୍ବର ଶେଖର ଦେଓ ଙ୍କ ନିର୍ଦେଶ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଶ୍ରୀ ଆଶିଷ କୁମାର ଦେଓ ଏହି ବୈଠକ କୁ ପରିଚଳନା କରିଥିବା ବେଳେ ଶ୍ରୀ ଉଦିତ ପ୍ରତାପ ଦେଓ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ବାଲିଶଙ୍କରା ବ୍ଲକ ର ସମସ୍ତ ପଞ୍ଚାୟତ ରେ ପଞ୍ଚାୟତ କମିଟି ଗଠନ କରିବା ପାଇଁ ନିର୍ଦେଶ ଦେଇଥିବା ସୂଚନା ମିଳିଛି l ସମସ୍ତ ଗ୍ରାମ ଅଞ୍ଚଳ କୁ ପହଞ୍ଚି କଂଗ୍ରେସ କମିଟି ର ସନ୍ଦେଶ ପହଞ୍ଚାଇବା ପାଇଁ ନିର୍ଦେଶ ଦେଇଥିଲେ l ଉକ୍ତ ବୈଠକ ରେ ଶ୍ରୀ ଅନଜନ ସୋରେଙ୍ଗ ଙ୍କୁ ନୂତନ ପଞ୍ଚାୟତ ସଭାପତି ଦାୟିତ୍ୱ ଦେଇଥିବା ବେଳେ ଫ୍ରାନସିସ ତୀର୍କୀ ଙ୍କୁ ଉପ ସଭାପତି ଭାବରେ ଚୟନ କରାଯାଇଥିଲା l ଶ୍ରୀ ନନ୍ଦଲାଲ ମିଞ୍ଜ ଓ ଶ୍ରୀ ଭଗରଥୀ ନାଏକ ଙ୍କୁ ସାଧାରଣ ସମ୍ପାଦକ ତଥା ଶ୍ରୀ ତାରାଚାନ୍ଦ ତୀର୍କୀ ଏବଂ ଶ୍ରୀ ଜୋହାର ତୀର୍କୀ ଙ୍କୁ ଉପ ସମ୍ପାଦକ ଭାବରେ ଚୟନ କରାଯାଇଥିଲା l ଶ୍ରୀ ଆଶିଷ ଦେଓ ଙ୍କୁ ସଂଯୋଜକ ଭାବରେ ଚୟନ କରାଯାଇଥିଲା l ଏହି ବୈଠକ ରେ ପାଙ୍କରାସ ତୀର୍କୀ, ପ୍ରମୋଦ ପଟେଲ, ହରି ଶଙ୍କର ଦେଓ, ଇମିଲ କୁଜୁର, ରିସ୍ଥିକସ କୁଜୁର, ଅମରିତ କେରକେଟା, ସୁନୀଲ ତୀର୍କୀ, ସୁନୀଲ କୁଲୁ, ରଞ୍ଜିତ କୁଲୁ, ସହିତ ଶତାଧିକ ଜାତୀୟ କଂଗ୍ରେସ କର୍ମୀ ଏହି ବୈଠକ ରେ ଉପସ୍ଥିତ ଥିଲେ l ଏହିପରି ଭାବରେ ସଉନା ମରା ପଞ୍ଚାୟତ କମିଟି ଗଠନ କରି ଶେଷ ରେ ବ୍ଲକ ସଭାପତି ଶ୍ରୀ ପିତାମ୍ବର ଶେଖର ଦେଓ ଧନ୍ୟବାଦ ଅର୍ପଣ କରିଥିଲେ ।
୨୩ମାଇଲ ଠାରେ ଜାତୀୟ କଂଗ୍ରେସ ତରଫରୁ ପଞ୍ଚାୟତ କମିଟି ବୈଠକ
|
February 23, 2026 |



