ଚଣ୍ଡିଖୋଲ,୦୧/୦୬/୨୦୨୨ (ସନ୍ଧାନ ନିଉଜ) – ଦୀର୍ଘ ୨୧ଦିନ ହେବ ଛୋଟଛୋଟ ପିଲା ଓ ଅଭିଭାବକମାନେ ବଡ଼ଚଣା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ସୁଦ୍ଧା ସେମାନଙ୍କ ନିକଟରେ ପହଂଚିଲାନାହିଁ ପ୍ରଶାସନ ଯାହାକୁ ନେଇ ବଡ଼ଚଣା ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି.ପ୍ରକାଶ ଥାଉକି ବଡ଼ଚଣା ବ୍ଲକ ଶାଳପଡା ପଂଚାୟତର ଝାଟିଆପଡା ପ୍ରକଳ୍ପ ବିଦ୍ୟାଳୟକୁ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଯାଜପୁର ଜିଲ୍ଲା ଶିକ୍ଷା ବିଭାଗ ଏହି ବିଦ୍ୟାଳୟକୁ ବନ୍ଦକରି ନିକଟରେ ଥିବା ସାଇଲିପଡା ପ୍ରଳକ୍ପ ବିଦ୍ୟାଳୟରେ ମିସାଇଦେଇଥିଲେ ଯାହାକୁନେଇ ଅଭିଭାବକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଥିଲା.ଝାଟିଆପଡା ପ୍ରକଳ୍ପ ବିଦ୍ୟାଳୟରେ ୨୯ ଜଣ ପିଲା ଥିବା ବେଳେ ସାଇଲିପଡା ପ୍ରଳକ୍ପ ବିଦ୍ୟାଳୟରେ ତାଠାରୁ କମପିଲା ଥାଇ କିପରି ବନ୍ଦ କରାଯାଇଛିବୋଲି ଧାରଣାରତ ଆଦୀବାସିଲୋକମନେ ପ୍ରଶାସନକୁ ପ୍ରଶ୍ନକରିଛନ୍ତି.କୋମଳମତି ପିଲାମାନେ ଏହି ଅସହ୍ୟ ଗରମରେ ଓ ବେଳେବେଳେ କାଳବୈଶାଖୀରେ ସେହି ପାଲ ତଳେ ବସିରହି ପ୍ରଶାସନର ନିଷ୍ପତିକୁ ଅନାଇବସିରହିଛନ୍ତି.ଏପଟେ ଏହାକୁନେଇ ଅଭିଭାବକମାନେ ତା ୧୭.୦୫ ରେ ଯାଜପୁର ଜିଲ୍ଲାପାଳଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି.ଏଠାରେ ପ୍ରଶ୍ନ ଉଠେ ଅସହ୍ୟ ଗରମ ଓ ବର୍ଷରେ ଯଦି ପିଲାଙ୍କର କିଛି କ୍ଷତି ଘଟିବ ସେଥିପାଇଁ ଦାୟୀ କୀଏହେବ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି.ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀଙ୍କୁ ଏ ବିଷୟରେ ପଚାରିବାରୁ ଏହା ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟ ତଥାପି ମୋ ଦ୍ୱାରା ଯାହାହେଇପାରିବ ମୁ କରିବି ବୋଲି କହିଥିଲେ.
୨୧ ଦିନରେ ପହଞ୍ଚିଲା ଛାତ୍ର ଛାତ୍ରୀଙ୍କ ଆମରଣ ଅନଶନ,ପହଂଚିଲାନାହିଁ ପ୍ରଶାସନ
|
June 1, 2022 |