ନୂଆଦିଲ୍ଲୀ, ୦୮/୧୦/୨୦୨୧ (ସନ୍ଧାନ ନିଉଜ) : ୨୦୨୧ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା ହୋଇଛି । ୨ ଜଣ ସାମ୍ବାଦିକଙ୍କୁ ମିଳିତ ଭାବେ ଏହି ସମ୍ମାନ ମିଳିଛି । ଅଭିବ୍ୟକ୍ତିରେ ସ୍ୱାଧୀନତା ରକ୍ଷା ତଥା ଗଣତନ୍ତ୍ର ତଥା ଚିରସ୍ଥାୟୀ ଶାନ୍ତି ଉଦ୍ୟମ ପାଇଁ ଏହି ୨ ସାମ୍ବାଦିକଙ୍କୁ ପୁରସ୍କାର ପ୍ରଦାନ କରାଯିବ । ସାମ୍ବାଦିକ ମାରିୟା ଦିସା ଓ ଦିମିତ୍ରି ମୁରାତୋଭଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ । ମାରିଆ ଦିଶା ଫିଲିପାଇନ୍ସ ଏବଂ ଡିମିଟ୍ରି ମୁରାଚୋଭ ଋଷର ବାସିନ୍ଦା ଅଟନ୍ତି । ସୂଚନା ଅନୁସାରେ, ୨୦୨୦ ମସିହାରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମକୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା । ଷ୍ଟକହୋମରେ ଥିବା ରୟାଲ୍ ସ୍ୱିଡିଶ ଏକାଡେମୀ ଅଫ ସାଇନ୍ସେସ ପ୍ୟାନେଲ ପକ୍ଷରୁ ନାଁ ଘୋଷଣା କରାଯାଇଛି ।
୨୦୨୧ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା, ୨ ସାମ୍ବାଦିକଙ୍କୁ ମିଳିତ ସମ୍ମାନ
|
October 8, 2021 |