ବିଶାଖାପାଟନମ୍, ୪/୧୨ (ସନ୍ଧାନ ନିୟୁଜ): ୨୦୨୦ ମସିହା ସୁଦ୍ଧା ଭାରତୀୟ ନୌସେନାର ଶକ୍ତି ବୃଦ୍ଧି ହେବ। ନିଜସ୍ୱ ଜ୍ଞାନ କୌଶଳରେ ନିର୍ମିତ ଦୁଇଟି ବିମାନବାହୀ ଯୁଦ୍ଧ ଜାହାଜ ନୌସେନାରେ ସାମିଲ୍ ହେବ। ନୌସେନାର ଭାଇସ୍-ଆଡମିରାଲ୍ କରମ୍ବୀର ସିଂ ଏହା ପ୍ରକାଶ କରିଛନ୍ତି। ଏହି ଦୁଇଟି ଯୁଦ୍ଧ ଜାହାଜ ଇଷ୍ଟର୍ଣ୍ଣ ନାଭାଲ୍ କମାଣ୍ଡରେ ମୁତୟନ ହେବ ବୋଲି ସୂଚନା ରହିଛି।
ଏହି ଦୁଇଟି ସ୍ୱଦେଶୀ ନିର୍ମିତ ଯୁଦ୍ଧ ଜାହାଜରେ (ଇଣ୍ଡିଜିନିଅସ୍ ଏୟାରକ୍ରାପଫ୍ଟ କ୍ୟାରିୟର୍ସ) ମିଗ-୨୯ ଯୁଦ୍ଧ ବିମାନର ଏକ ସ୍କ୍ଵାର୍ଡନ୍ ମୁତୟନ ହେବ। କୋଚିରେ ନିର୍ମିତ ହେଉଥିବା ଏଇ ଦୁଇଟି ଜାହାଜ ନୌସେନାର ଶକ୍ତି ବୃଦ୍ଧି କରିବ ବୋଲି ସେ କହିଛନ୍ତି।
ଦେଶର ଉପକୂଳ ସୁରକ୍ଷା ଲାଗି ନୌସେନା ବର୍ତ୍ତମାନ ଦୁଇଟି ବିମାନବାହୀ ଯୁଦ୍ଧ ଜାହାଜ ଆବଶ୍ୟକ କରୁଛନ୍ତି। ଏବେ କେବଳ ନୌସେନା ପାଖରେ ଏହି ଶ୍ରେଣୀୟ ଆଇଏନ୍ଏସ୍ ବିକ୍ରମାଦିତ୍ୟ ଯୁଦ୍ଧ ଜାହାଜ ରହିଛି। କୋଚିରେ ନିର୍ମିତ ଆଇଏଏସ୍-୧ ୨୦୨୦ରେ ନୌସେନାରେ ସାମିଲ୍ ହେବାପରେ ନୌସେନାର ଆବଶ୍ୟକତା ଅନେକାଂଶରେ ପୂରଣ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି।


