୨୦୧୯ ଲୋକସଭା ନିର୍ବାଚନ ନିର୍ଦ୍ଧାରିତ ସମୟରେ ହେବ: ମୁଖ୍ୟ ନିର୍ବାଚନ କମିଶନ

Spread the love

ଲକ୍ଷ୍ନୌ/ ନୂଆଦିଲ୍ଲୀ, ୧/୩(ସନ୍ଧାନ ନିଉଜ) : ୨୦୧୯ ଲୋକସଭା ନିର୍ବାଚନ ଠିକ୍‌ ଓ ନିର୍ଦ୍ଧାରିତ ସମୟରେ ହେବ ବୋଲି ଆଜି ସ୍ପଷ୍ଟ କରି ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିସନ। ସଂପ୍ରତି ଭାରତ- ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଓ ସୀମାନ୍ତରେ ଦେଖା ଦେଇଥିବା ଉତ୍ତେଜନା ୨୦୧୯ ଲୋକସଭା ନିର୍ବାଚନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନ ସୁନୀଲ ଅରୋରା।

୨୦୧୯ ଲୋକସଭା ନିର୍ବାଚନ ପାଇଁ ପାକ୍‌- ପ୍ରସ୍ତୁତିର ସମୀକ୍ଷା ପାଇଁ ଗତ ଦୁଇଦିନ ଧରି ଉତ୍ତରପ୍ରଦେଶ ଗସ୍ତରେ ଥିବା ମୁଖ୍ୟ ନିର୍ବାଚନ କମିଶନ ସୁନୀଲ ଅରୋରା ଆଜି ଲକ୍ଷ୍ନୌ ଠାରେ ଏହି ଘୋଷଣା କରିଛନ୍ତି।

ଏଥିସହ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନଙ୍କ ପକ୍ଷରୁ ହୋଇଥିବା ଏକ ସଂସ୍କାର ସଂପର୍କରେ ସୂଚନା ଦେଇ ମୁଖ୍ୟ ନିର୍ବାଚନ କମିଶନ ସୁନୀଲ ଅରୋରା କହିଛନ୍ତି ଯେ ଏଣିକି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କୁ ପ୍ରାର୍ଥୀପତ୍ର ଦାଖଲ ସମୟରେ ବିଦେଶରେ ଥିବା ସେମାନଙ୍କ ସମ୍ପତ୍ତି ସଂପର୍କରେ ସମସ୍ତ ତଥ୍ୟ ଦେବାକୁ ହେବ। ଏବଂ ଏହି ତଥ୍ୟର ଯାଞ୍ଚ ଆୟକର ବିଭାଗ କରିବ। ଯଦି ପ୍ରାର୍ଥୀ ପ୍ରଦାନ କରିଥିବା କୌଣସି ପ୍ରକାରର ତ୍ରୁଟିବିଚ୍ୟୁତି ରହିଥାଏ ତେବେ ସଂପୃକ୍ତ ପ୍ରାର୍ଥୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି।

Related Posts

About The Author

Add Comment