୨୦୧୯ ନିର୍ବାଚନ: ମାର୍ଚ୍ଚ ୭ରୁ ୧୦ ମଧ୍ୟରେ ହୋଇପାରେ ତାରିଖ ଘୋଷଣା

Spread the love

ନୂଆଦିଲ୍ଲୀ, ୨୩/୨(ସନ୍ଧାନ ନିଉଜ) : ପୁଲ୍‌ଓ୍ଵାମା ଆତଙ୍କବାଦୀ ହାମ୍‌ଲା ପରେ ଦେଶର ସାଂପ୍ରତିକ ସ୍ଥିତି ଓ ପରିସ୍ଥିତିକୁ ଦେଖି ୨୦୧୯ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣାକୁ ନିର୍ବାଚନ କମିଶନ ବିଳମ୍ବିତ କରି ପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ତେବେ, ଆଜିି ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି ଯେ ୨୦୧୯ ନିର୍ବାଚନକୁ ବିଳମ୍ବିତ କରାଇବା ସପକ୍ଷରେ ନାହାନ୍ତି ନିର୍ବାଚନ କମିଶନ। ୫୪୩ ଲୋକସଭା ଆସନ ସମେତ  ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ସିକିମ୍‌ରେ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇ ସାରିଥିବାରୁ ମାର୍ଚ୍ଚ ୪ ତାରିଖରେ କୁମ୍ଭମେଳା ଶେଷ ହୋଇଯିବା ପରେ ମାର୍ଚ୍ଚ ୭ରୁ ୧୦ ତାରଖ ମଧ୍ୟରେ ଯେ କୌଣସି ମୁହୂର୍ତ୍ତରେ ନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିଶନ। ଏବଂ ଗତ ନିର୍ବାଚନ ପରି ୨୦୧୯ ନିବଚେନକୁ ମଧ୍ୟ ୯ଟି ପର୍ଯ୍ୟାୟରେ କରିପାରନ୍ତି ନିର୍ବାଚନ କମିଶନ!

ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଆଗାମୀ ମାର୍ଚ୍ଚ ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି। ସେହିଦିନ ମଧ୍ୟ ମୋଦିଙ୍କ କ୍ୟାବିନେଟ୍‌ର ଏକ ବୈଠକ ବସିବ। ଏବଂ ନିର୍ବାଚନ ପୂର୍ବରୁ ଏହା ହେବ ମୋଦି ସରକାରଙ୍କର ଶେଷ କ୍ୟାବିନେଟ୍‌ ବୈଠକ। ଚଳିତ ୧୬ତମ ଲୋକସଭାର କାର୍ଯ୍ୟକାଳ ଆଗାମୀ ଜୁନ୍‌ ୩ରେ ସରୁଥିବା ବେଳେ ଆନ୍ଧ୍ରପ୍ରଦେଶ ଓ ଅରୁଣାଚଳ ପ୍ରଦେଶ ବିଧାନସଭାର କାର୍ଯ୍ୟକାଳ ଜୁନ୍‌ ୧୮ରେ, ଓଡ଼ିଶା ଓ ସିକିମ୍‌ ବିଧାନସଭାର କାର୍ଯ୍ୟକାଳ ଯଥାକ୍ରମେ ମେ ୨୭ ଓ ଜୁନ୍‌ ୧୧ରେ ସରୁଥିବା ଦୃଷ୍ଟିରୁ ମେ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ସମସ୍ତ ନିର୍ବାଚନ ପ୍ରକ୍ରି୍ରୟା ଶେଷ କରିବାକୁ ଚାହୁଁଛନ୍ତି ନିର୍ବାଚନ କମିଶନ। ସେଥିପାଇଁ ମାର୍ଚ୍ଚ ୭ରୁ ୧୦ ତାରଖ ମଧ୍ୟରେ ଯେ କୌଣସି ମୁହୂର୍ତ୍ତରେ ନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିଶନ।

Related Posts

About The Author

Add Comment